Advertisment

ନବୀନ ବାବୁ ମତେ ଟିକିଏ ସାହାଯ୍ୟ କର...ମୁଁ ଗଣ୍ଡେ ଭାତ ଖାଏ

ଦିବ୍ୟାଙ୍ଗ ହେବା ପରେ ବି ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଭତ୍ତା। ଏହାଛଡା ଆଉ କିଛି ନାହିଁ। ସରକାରଙ୍କର ରାସନକାର୍ଡ ୟାଙ୍କ ପାଇଁ ସାତସପନ। ଏମିତିକି ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ପଲିଥିନ୍‌ ଢଙ୍କା ଘରେ ବିତୁଛି ଜୀବନ। ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ଚଳିବାର ଦାୟିତ୍ୱ ନିଥଙ୍କ ସ୍ତ୍ରୀ ସରୋଜୀନିଙ୍କ ଉପରେ। ବେଳେ ବେଳେ ସ୍ଥିତି ଏମିତି ହେଉଛି ଯେ ସରୋଜୀନି ପର ଦୁଆରେ ମୂଲ ଲାଗିବାକୁ ଯାଉଥିବା ବେଳେ ପିଲାମାନେ ଉପାସରେ ବି ରହୁଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Mohana Disable Person

Mohana Disable Person

ହେ ନବୀନ ବାବୁ...ତୁମକୁ ହାତ ଯୋଡି ନେହୁରା ହେଉଛି...ମତେ ଘର ଖଣ୍ଡିଏ ଦିଅ। ଚାଉଳ ଗଣ୍ଡେ ଦିଅ...ମୁଁ ଚାଲିପାରୁନି କି କାମଧନ୍ଦା ସେମିତି କିଛି କରିପାରୁନି। ବଡ କଷ୍ଟରେ ପରିବାର ମୁହଁରେ ଆହର ଗଣ୍ଡେ ଦେଉଛି। ଗୋଡ ଚାଲୁନି କିନ୍ତୁ ବଡ କଷ୍ଟରେ କୁଲା, ଡଲା ସହିତ ଝୁଡି ତିଆରି କରୁଛି। ବଡ କଷ୍ଟ ହେଲାଣି...ଆଉ ପାରୁନି। ମୁଖ୍ୟମନ୍ତ୍ରୀ ମହୋଦୟ...ମୋ ଦୁଃଖ ଟିକେ ଶୁଣ...

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଏମିତି ଢଙ୍ଗରେ ନିଜର ଗୁହାରି ଜଣାଇଛନ୍ତି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ଜନ୍ମରୁ ଗୋଡ ଚାଲୁନି। ଠିକ୍‌ରେ ଚାଲିବୁଲି ବି ପାରୁନାହାନ୍ତି। ଦିବ୍ୟାଙ୍ଗ ହୋଇଥିବାରୁ କାମଧନ୍ଦା କରିବାରେ ବଡ ସମସ୍ୟା ଉପୁଜୁଛି। ଆଉ ଏତିକି ବେଳେ ସରକାରଙ୍କୁ ସାହାଯ୍ୟ ମାଗିବେ ନାହିଁ ତ କରିବେ କଣ?

ଗଜପତି ମୋହନା ବିରିକୋଟ ପଞ୍ଚାୟତ ଅଶ୍ରୟପୁର ଗାଁର ନିଥ ଶବରଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରେ ଜକାଇ ଆସିବ ଲୁହ । ପିଲାଟି ଦିନରୁ ଦୁଇଟି ଯାକ ଗୋଡ ଅଚଳ। ଦିବ୍ୟାଙ୍ଗ ହେଲେ ବି ବଞ୍ଚିବା ପାଇଁ ନିଇତି କରୁଛନ୍ତି ସଂଘର୍ଷ। ଦିବ୍ୟାଙ୍ଗ ହେବା ପରେ ବି ଘର ଦୁଆରେ ବସି କୁଲା, ଝୁଡି ଆଦି ସାମଗ୍ରୀ ତିଆରି କରୁଛନ୍ତି। ଖାଲି ତିଆରି କରୁଛନ୍ତି ତାହା ନୁହେଁ ବରଂ ଏଥିରୁ ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର।

Advertisment

ଦିବ୍ୟାଙ୍ଗ ହେବା ପରେ ବି ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଭତ୍ତା। ଏହାଛଡା ଆଉ କିଛି ନାହିଁ। ସରକାରଙ୍କର ରାସନକାର୍ଡ ୟାଙ୍କ ପାଇଁ ସାତସପନ। ଏମିତିକି ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ପଲିଥିନ୍‌ ଢଙ୍କା ଘରେ ବିତୁଛି ଜୀବନ। ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ଚଳିବାର ଦାୟିତ୍ୱ ନିଥଙ୍କ ସ୍ତ୍ରୀ ସରୋଜୀନିଙ୍କ ଉପରେ। ବେଳେ ବେଳେ ସ୍ଥିତି ଏମିତି ହେଉଛି ଯେ ସରୋଜୀନି ପର ଦୁଆରେ ମୂଲ ଲାଗିବାକୁ ଯାଉଥିବା ବେଳେ ପିଲାମାନେ ଉପାସରେ ବି ରହୁଛନ୍ତି।

ଖରା, ଶୀତରେ ଯାହା ଯେମିତି ଚଳିଯାଉଛି ହେଲେ ବର୍ଷା ଦିନରେ ଭୟଙ୍କର ସ୍ଥିତିର ସାମ୍ନା କରୁଛନ୍ତି ନିଥଙ୍କ ପରିବାର। ଝୋ ଝୋ ବର୍ଷା ବେଳେ ଘରେ ବର୍ଷା ପାଣି ବି ପଡୁଛି। ସରକାରଙ୍କ ଯୋଜନା ଅନୁସାରେ ଶହଶହ ଲୋକଙ୍କୁ ଘର ମିଳୁଛି। ହେଲେ ପ୍ରକୃତ ହିତାଧିକାରୀଙ୍କୁ କେବଳ କରାଯାଉଛି ଅବହେଳା। ଘର ଖଣ୍ଡିଏ ଲାଗି ବଡ ବାବୁଙ୍କ ପାଖରେ ଗୁହାରି କରି କରି ଥକିପଡିଲେଣି ହେଲେ ଘର ଖଣ୍ଡିଏ ମିଳିଲା ନାହିଁ। ଯାହାଫଳରେ ବଡ ଦୁଃଖରେ ଦିନ କାଟୁଛନ୍ତି ନିଥଙ୍କ ପରିବାର।

ନିଥଙ୍କ ଅସହାୟତା ସମ୍ପର୍କରେ ସରପଂଚ ଜାଣିବା ପରେ ସରକାରଙ୍କ ପକ୍ଷରୁ ମିଳୁଥିବା ସବୁ ସହାୟତା ତାଙ୍କୁ ଯୋଗାଇ ଦିଆଯିବ ସହିତ ତାଙ୍କୁ କେମିତି ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନେବୁ ବୋଲି କହିଛନ୍ତି ସରପଂଚ...

ମୋହନାରୁ ମିହିର ଜତିଙ୍କ ରିପୋର୍ଟ

Naveen Patnaik Odisha CM
Advertisment
Advertisment