Advertisment

ଷ୍ଟିଙ୍ଗ ଅପରେସନ୍‌ରେ ବଡ଼ ଖୁଲାସା- ଫିଟ୍‌ ରହିବା ପାଇଁ ଇଞ୍ଜେକ୍ସନ ନେଉଛନ୍ତି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ଜଣାପଡ଼ିଛି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chetan Sharma Sting Operation

BCCI Chief Selector Chetan Sharma Sting Operation

କ୍ରିକେଟ ଇତିହାସରେ ବଡ଼ ଷ୍ଟିଙ୍ଗ ଅପରେସନ୍‌। ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ଜଣାପଡ଼ିଛି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍  ବେଳେ ଚେତନ ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: 2024ରେ ଶ୍ରୀଲଙ୍କାରେ ହେବ ICC ଅଣ୍ଡର-19 କ୍ରିକେଟ୍ ବିଶ୍ୱକପ୍

ଭାରତୀୟ କ୍ରିକେଟ୍ ଟିମ୍‌ର କିଛି ବଡ଼ ଓ ଅଭିଜ୍ଞ କ୍ରିକେଟରମାନେ ମଧ୍ୟ ଇଞ୍ଜେକସନ୍ ନେଇଥାନ୍ତି। ଏପରିକି ସେମାନେ ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଯେତେବେଳେ ବି ଏହି ଖେଳାଳିମାନେ ଆହତ ହୁଅନ୍ତି, ସେତେବେଳେ ଡାକ୍ତର ସେମାନଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକସନ୍ ଯୋଗାଇ ଦେଇଥାନ୍ତି ବୋଲି ଚେତନ ଶର୍ମା ସୂଚନା ଦେଇଛନ୍ତି।

ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ଚେତନ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ୨୦୨୧ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ। ତେବେ ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନୁହେଁ, ଅହଙ୍କାର ରହିଛି। ଇର୍ଷା ଓ ଭୁଲ ବୁଝାମଣା ଯୋଗୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ଷ୍ଟିଙ୍ଗ ଅପରେସନ୍ ବେଳେ ଚେତନ ଶର୍ମା କହିଛନ୍ତି। 

Advertisment
Team India BCCI Indian Cricketer
Advertisment
Advertisment