Advertisment

ଟାଇଗର୍ ଶ୍ରଫ୍‌ଙ୍କ ଫଟୋ ଦେଖି ଲୋକେ କହିଲେ ‘ପ୍ୟାଣ୍ଟ୍ ଖସିଗଲା, ଉଠାନ୍ତୁ’

ବଲିଉଡ୍‌ର ଫିଟ୍‌ନେସ୍‌ ହିରୋ ଭାବେ ଟାଇଗର୍ ଶ୍ରଫ୍ ବେଶ୍ ପରିଚିତ। ସେ ତାଙ୍କ ପ୍ରଶଂସକଙ୍କୁ ଖୁସି କରିବା ନେଇ ଅନେକ ଫଟୋ ଶେୟାର କରନ୍ତି। ଏବେ ତାଙ୍କର ଏମିତି ଏକ ଫଟୋ ପାଇଁ ସେ ଟାର୍ଗେଟ୍‌ର ଶିକାର ହୋଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Tiger Shroff Show Off His Toned Legs And Body Muscles

Tiger shroff show off his toned legs and body muscles

ଟାଇଗର୍‌ ଶ୍ରଫ୍ ବଲିଉଡ୍‌ର ଆଗ ଧାଡିର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ସବୁଠାରୁ ଫିଟ୍ ଅଭିନେତା ବୋଲି କୁହାଯାଏ। ସେ ତାଙ୍କର ଆକର୍ଷଣୀୟ ଚେହେରା ଓ ଚମତ୍କାର ଅଭିନୟରେ ପ୍ରଶଂସକଙ୍କୁ ପାଗଳ କରିଦିଅନ୍ତି। ଫିଲ୍ମରେ ଟାଇଗର ଶ୍ରଫଙ୍କ ଚେହେରା ଓ ଡ୍ୟାନ୍ସ ଦେଖି ଯୁବପିଢି ପ୍ରେରିତ ହୁଅନ୍ତି।

Advertisment

ଅନେକ ପ୍ରଶଂସକ ଟାଇଗର ଶ୍ରଫଙ୍କ ପରି ଶରୀର ତିଆରି କରିବାକୁ ଚେଷ୍ଟା କରନ୍ତି। ଟାଇଗର ସୋସିଆଲ୍ ମିଡିଆ ରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ପ୍ରଶଂସକଙ୍କ ପାଇଁ ଫଟୋ ମାଧ୍ୟମରେ ତାଙ୍କ ଆବ୍ସ ଦେଖାନ୍ତି। ଏନେଇ ଅନେକ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। ବର୍ତ୍ତମାନ କିନ୍ତୁ ସେ ଯେଉଁ ଫଟୋ ଶେୟାର କରିଛନ୍ତି ଏହା ତାଙ୍କୁ ମହଙ୍ଗା ପଡିଛି। ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ: କାହିଁକି ଭାଙ୍ଗିଲା ଟାଇଗର–ଦିଶାଙ୍କ ୬ ବର୍ଷର ସମ୍ପର୍କ

ଟାଇଗର ତାଙ୍କର ଏକ ନୂଆ ଫଟୋ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ଏହି ଫଟୋରେ ଟାଇଗର୍‌ ଏକ ମିରର୍ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି। ଟାଇଗର ତାଙ୍କ ଟ୍ରାଉଜରକୁ ଆଣ୍ଠୁ ତଳକୁ ଖସେଇ ଦେଇଛନ୍ତି ଏବଂ ଗୋଡର ମାଂସପେଶୀ ଦେଖାଉଛନ୍ତି।

Advertisment

ଏହି ଫଟୋ ଶେୟାର କରି ଟାଇଗର୍‌ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ନୋ ସ୍ଲିପ୍, ନୋ ରେଷ୍ଟ୍ ଔର୍ ନା କୋଇ ନଏ କପଡେ।” ଗୋଟିଏ ପଟେ ପ୍ରଶଂସକମାନେ ଟାଇଗରର ଏହି ଫଟୋକୁ ଖୁବ ପ୍ରଶଂସା କରୁଥିବା ବେଳେ ଆଉ କିଛି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସୋସିଆଲ ମିଡିଆରେ ଟାଇଗର ଶ୍ରଫଙ୍କୁ ଟ୍ରୋଲ କରି ଜଣେ ଲେଖିଛନ୍ତି ଯେ “ଏହା କି ପ୍ରକାର ପାଇଜାମା।” ଅନ୍ୟ ଜଣେ ଲେଖିଛନ୍ତି, “ଭାଇ ତୁମେ WWE କୁ ଯାଉଛ କି?” ଅନ୍ୟଜଣେ ଲେଖିଛନ୍ତି, “ସାର୍, ତୁମର ପ୍ୟାଣ୍ଟ୍ ଖସିଯାଇଛି। ତାକୁ ଉପରକୁ ଉଠାନ୍ତୁ।” ଜଣେ ଲେଖିଛନ୍ତି, “ଠିକ୍ ସମୟରେ ଶୋଇ ଯାଅ, ନଚେତ୍ ତୁମେ ମାନସିକ ସ୍ତରରେ ଦୁର୍ବଳ ହୋଇଯିବ।”


 
 
 
 
 
 
 
 
 
 
 
 
 
 

A post shared by Tiger Shroff (@tigerjackieshroff)

ଟାଇଗର୍‌ ଶ୍ରଫ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ “ବଡେ ମିୟାଁ ଚୋଟେ ମିୟାଁ' କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ଅକ୍ଷୟ କୁମାରଙ୍କ ସହ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଟାଇଗର୍‌ ଶ୍ରଫ୍‌ଙ୍କ ଦମଦାର ଚେହେରା ମଧ୍ୟ ଦେଖିବାକୁ ମିଳିବ।

Bollywood Tiger Shroff
Advertisment
Advertisment