Advertisment

ଧର୍ମେନ୍ଦ୍ରଙ୍କ ଡିଜିଟାଲ୍ ଡେବ୍ୟୁ; ଏମିତି ଚେହେରାରେ ଦେଖାଦେବେ

ୱେବ୍ ସିରିଜ୍ 'ତାଜ୍ ଡିଭାଇଡେଡ୍ ବାଏ ବ୍ଲଡ୍' ସହିତ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି ଧର୍ମେନ୍ଦ୍ର। ତାଙ୍କର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଥରେ ନଜର ପକାନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Dharmendra Shares First Look As Shaikh Salim Chisti from Taj Divided by Blood

Taj divided by blood dharmendra shares his first look

ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ୱେବ୍ ସିରିଜ୍ 'ତାଜ୍ ଡିଭାଇଡେଡ୍ ବାଏ ବ୍ଲଡ୍' ସହିତ ଡିଜିଟାଲ୍ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ZEE5 ରେ ପ୍ରିମିୟର୍ ହେବାକୁ ଥିବା ଏହି ସିରିଜ୍ ଫେବୃଆରୀ ୧୪ରେ ଷ୍ଟ୍ରିମର ଦ୍ୱାରା ଘୋଷଣା କରାଯାଇଥିଲା। ଏହି ସିରିଜ୍ ଏକ ପିରିୟଡ୍ ଡ୍ରାମା, ଯେଉଁଥିରେ ମୋଗଲ୍ ସାମ୍ରାଜ୍ୟ ସହିତ ଜଡିତ କିଛି ବିଷୟବସ୍ତୁକୁ ପ୍ରଦର୍ଶିତ କରାଯିବ। ଦିଗ୍‌ଗଜ ଅଭିନେତା ଧର୍ମେନ୍ଦ୍ର ଏହି ସିରିଜ୍‌ରୁ ତାଙ୍କ ଲୁକ୍ ଶେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।

Advertisment

'ତାଜ ଡିଭାଇଡେଡ୍ ବାଏ ବ୍ଲଡ୍‌'ରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ନାସିରୁଦ୍ଦିନ ଶାହା, ଅଦିତି ରାଓ ହାଇଦରୀ, ଶୁଭମ କୁମାର ମେହେରା, ଆଶୀମ ଗୁଲାଟିଙ୍କ ସମେତ ଅନେକ ଷ୍ଟାର୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଧାରାବାହିକରେ ଅନାରକଲି ଭାବରେ ଅଦିତି ରାଓ ହାଇଦରୀ, ସଲିମ୍ ଭୂମିକାରେ ଆଶୀମ ଗୁଲାଟି ଏବଂ ଯୋଦ୍ଧାବାଇ ଭୂମିକାରେ ସନ୍ଧ୍ୟା ମୁଦୁଲ ନଜର ଆସିବେ। ସେହିପରି ସୁଫି ସନ୍ଥ ଶେଖ୍‌ ସଲିମ ଚିସ୍ତିଙ୍କ ଚରିତ୍ରରେ ଧର୍ମେନ୍ଦ୍ର ନଜର ଆସିବେ। ବର୍ତ୍ତମାନ ଅଭିନେତା ତାଙ୍କର ପ୍ରଥମ ଲୁକ୍ ଶେୟାର କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ଅଧିକ ପଢ଼ନ୍ତୁ: ବବିଙ୍କ ପୋଲ୍ ଖୋଲିଲେ ଧର୍ମେନ୍ଦ୍ର; କହିଲେ ବିନା…

'ତାଜ୍ ଡିଭାଇଡେଡ୍ ବାଏ ବ୍ଲଡ୍'ରୁ ଅଭିନେତାଙ୍କର ଦୁଇଟି ଲୁକ୍ ଶେୟାର କରାଯାଇଛି। ପ୍ରଥମ ଫଟୋରେ, ସେ ଏକ ଲାଲ ରଙ୍ଗର ସୁଫି ସନ୍ଥ ପୋଷାକ ପିନ୍ଧିଛନ୍ତି ଏବଂ ଏକ ଧଳା ଦାଢି ରଖିଛନ୍ତି। ଏହି ଫଟୋ ଶେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି, “ବନ୍ଧୁଗଣ, ମୁଁ ଜଣେ ସୁଫି ସନ୍ଥ ଭାବେ ‘ତାଜ୍‌’ରେ ଶେଖ’ ସଲିମ ଚିସ୍ତିଙ୍କ ଚରିତ୍ରରେ ଅଭିନୟ କରୁଛି। ଏଥିରେ ମୋର ଭୂମିକା ଛୋଟ ଥିଲେ ବି ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଶୁଭକାମନା ଜଣାଉଛି।”

Advertisment

ଏହା ବ୍ୟତୀତ ସେ ଆଉ ଏକ ଲୁକ୍ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଏଥିରେ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଆଉ ଏକ ଲୁକ୍, ଆଶା କରୁଛି ଆପଣ ପସନ୍ଦ କରିବେ।”

ରୋନାଲ୍ଡ ସ୍କାଲ୍‌ପେଲୋଙ୍କ ଦ୍ୱାରା ନିର୍ଦ୍ଦେଶିତ 'ତାଜ୍ ଡିଭାଇଡେଡ୍ ବାଏ ବ୍ଲଡ୍' ସାଇମନ୍ ଫାଣ୍ଟାଜୋ ଲେଖିଛନ୍ତି। ଏହି ସିରିଜ୍ ଆକବରଙ୍କ ରାଜତ୍ୱ କାଳର, ଯିଏ ତାଙ୍କ ଭବ୍ୟ ସିଂହାସନ ପାଇଁ ଉତ୍ତରାଧିକାରୀ ଖୋଜୁଛନ୍ତି।

Bollywood Dharmendra Deol
Advertisment
Advertisment