• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଢ଼ିବ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ! ୧ ଜୁଲାଇ ୨୦୨୩ରେ ପୁଣି ଥରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ପୂର୍ବରୁ ୨୦୨୩ ଜାନୁଆରୀ ୧ରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା । ଚଳିତ ବର୍ଷରେ ଆଗକୁ ଦ୍ୱିତୀୟ ଥର ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି ।

ବର୍ତ୍ତମାନ ମୋଟ୍‌ ୪୨% ମହଙ୍ଗା ଭତ୍ତା କର୍ମଚାରୀମାନେ ପାଉଥିବାବେଳେ ଜୁନ୍‌ ୨୦୨୩ ଯାଏଁ କର୍ମଚାରୀମାନେ ଏହି ବେତନ ପାଇବେ । ପରେ ଜୁଲାଇ ପହିଲାରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ ।

ଅଧିକ ପଢ଼ନ୍ତୁ: ଏଣିକି ମାସକୁ ମିଳିବ ୨,୫୦୦ ଟଙ୍କା ବେକାରୀ ଭତ୍ତା, ଏହି ରାଜ୍ୟ ସରକାର କଲେ ଘୋଷଣା...

୭ମ ବେତନ ଆୟୋଗଙ୍କ ସୁପାରିଶ ମୁତାବକ ପ୍ରତ୍ୟେକ ୬ ମାସରେ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ହୋଇଥାଏ । ଅର୍ଥାତ୍‌ ବର୍ଷରେ ୨ଥର ବୃଦ୍ଧି ହୋଇଥାଏ ମହଙ୍ଗା ଭତ୍ତା । ୨୪ ମାର୍ଚ୍ଚ ୨୦୨୩ରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । ଜାନୁଆରୀ ୨୦୨୩ରୁ ପିଛିଲା ଭାବେ DA ଲାଗୁ କରାଯାଇଥିବା ବେଳେ କର୍ମଚାରୀମାନଙ୍କ DA ୪% ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଫଳରେ କେନ୍ଦ୍ର କର୍ମଚାରୀଙ୍କ DA ମୋଟ୍‌ ୪୨ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ଆଗକୁ ପୁଣି ଥରେ କେନ୍ଦ୍ର ସରକାର ତାଙ୍କର କର୍ମଚାରୀମାନଙ୍କ DA ବୃଦ୍ଧି କରିବାକୁ ଯାଉଥିବା ସୂଚନା ମିଳିଛି । ୧ ଜୁଲାଇ ୨୦୨୩ରେ ପୁଣିଥରେ ମହଙ୍ଗା ଭତ୍ତା ପାଇବେ । କେନ୍ଦ୍ର କର୍ମଚାରୀଙ୍କ ଏହି ମହଙ୍ଗା ଭତ୍ତା ଆଉ ୪% ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି । ଫଳରେ ସେମାନଙ୍କ DA ୪୬ ପ୍ରତିଶତକୁ ବୃଦ୍ଧି ପାଇବ ।

ସୂଚନା ଥାଉ କି ପ୍ରତିବର୍ଷ କେନ୍ଦ୍ର ସରକାର କର୍ମଚାରୀଙ୍କ DA ଦୁଇ ଥର ବୃଦ୍ଧି ହୋଇଥାଏ । ଚଳିତବର୍ଷ ୨୪ ମାର୍ଚ୍ଚ ୨୦୨୩ରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିବାବେଳେ ଜାନୁଆରୀ ୨୦୨୩ରୁ ପିଛିଲା ଭାବେ ଲାଗୁ କରାଯାଇଥିଲା । ଦ୍ୱିତୀୟ ଥର ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ DA ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ।