/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680358860.jpg)
LANSA Flight 508
ଦୁନିଆରେ ଅନେକ ଅଜବ ଘଟଣା ଘଟିଥାଏ । ଯାହାକୁ ଲୋକମାନେ ଜାଣିବା ପରେ ଅବିଶ୍ୱାସ କରିଥା’ନ୍ତି । କିଛି କିଛି କଥା ବଡ଼ ଖବର ପାଲଟିଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥାଏ । ଆଜ୍ଞା ହଁ ଦର୍ଶକ ବନ୍ଧୁ ସେହିପରି ଗୋଟିଏ କଥା ଆମେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ଚକିତ କରିଦେବ । ଜଣେ ଯୁବତୀ ଏରୋପ୍ଲେନ୍ରେ ଯାତ୍ରା କରିବା ସୟମରେ ଡେଇଁ ପଡ଼ିଛନ୍ତି । ଆଉ ତାଙ୍କ ଜୀବନ ବର୍ତ୍ତିଯାଇଛି ।
କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ ସତ । କାରଣ ଯୁବତୀ ଜଣକଙ୍କ ସାହସ ତାଙ୍କୁ ନୂଆ ଜୀବନ ଦେଇଛି । ମାତ୍ର ୧୭ ବର୍ଷ ହୋଇଥିବାବେଳେ ତାଙ୍କସହ ଏପରି ଏକ ଦୁର୍ଘଟଣା ଘଟିଥିଲା । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହି ଘଟଣା ହେଉଛି ୧୯୭୧ ମସିହାର । ଆଉ ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଯୁବତୀ ଜଣକଙ୍କ ନାଁ ହେଉଛି ଜୁଲିୟନ କୋପକ ।
ଅଧିକ ପଢ଼ନ୍ତୁ: ଉଡ଼ନ୍ତା ବିମାନରେ ପାଇଲଟ୍ ଗୁରୁତର : ସୁରକ୍ଷିତ ଲ୍ୟାଣ୍ଡିଂ କରାଇଲେ ଯାତ୍ରୀ
ଜୁଲିୟନ ଯେତେବେଳେ ୧୭ ବର୍ଷର ନାବାଳିକା ଥିଲେ ସେତେବେଳେ ଏହି ଘଟଣା ଘଟିଥିଲା । ସୂଚନା ମୁତାବକ LANSA Flight 508 ଉଡ଼ାଣ ଭରଣା ସମୟରେ ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇଥିଲା । ପ୍ଲେନ୍ଟି ଉଡାଣ ଭରିବା ପରେ ହଠାତ୍ ଏରୋପ୍ଲେନ୍ଟିକୁ ବିଜୁଳି ମାରିଥିଲା । ଯାହାଫଳରେ ପ୍ଲନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଜୀବନ ହାରିଥିଲେ । ଆଉ ଅଳ୍ପକେ ବର୍ତ୍ତିଯାଇଥିଲା ଜୁଲିୟନଙ୍କ ଜୀବନ ।
ପ୍ଲେନ୍ଟିରେ ମୋଟ୍ ୯୨ଜଣ ଯାତ୍ରୀ ଯାତ୍ରା କରୁଥିଲେ । LANSA Flight 508ରେ ଜୁଲିୟନଙ୍କ ସହ ତାଙ୍କ ମା’ ମଧ୍ୟ ରହିଥିଲେ । ସେହି ସମୟରେ ନିଜର ବୁଦ୍ଧି ଖଟାଇ ଜୁଲିୟନ ପ୍ଲେନରୁ ତଳକୁ ଡେଇଁପଡ଼ିଥିଲେ । ଫଳରେ ଜୁଲିୟନ ଆହତ ହେବା ସହ ସେ ବଞ୍ଚିଯାଇଥିଲେ । ହେଲେ ଅନ୍ୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
ସେ ପ୍ଲେନରେ ଡେଇଁ ପଡ଼ିବା ପରେ ଆମାଜନ ଜଙ୍ଗଲରେ ପଡ଼ିଯାଇଥିଲେ । ସେଠାରେ ତାଙ୍କର ଆଖି ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା । ପରେ ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)