ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। ଏପ୍ରିଲ ୧୮ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଫୟାଜକୁ ଗିରଫ କରିଛି ପୋଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।
ତାପମାତ୍ରା କିଛି ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ମଧ୍ୟ ରହିପାରେ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।
ମଣିଷର ଲୋଭ ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିଦେଇଛି, ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଜିକାଲି ଏକ ଆହ୍ୱାନ ହୋଇଯାଇଛି। ଆପଣ ଯଦି ପୃଥିବୀକୁ ରକ୍ଷାକରିବାକୁ ଚାହାଁନ୍ତି, ତେବେ ଆଜିଠାରୁ ନିଜେ ଏହିପରି ପାଞ୍ଚଟି ସହଜ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ।
ଜଙ୍ଗଲରେ ମେଣ୍ଟାଉଛନ୍ତି ପଶୁପକ୍ଷୀଙ୍କ ଶୋଷ ।
‘ପ୍ରଗମନ’ ଆପ୍ ଜରିଆରେ ଦଳୀୟ ଟିକଟ୍ ବାଣ୍ଟିଛି କଂଗ୍ରେସ । କଂଗ୍ରେସକୁ କେତେ ସଫଳତା ଦେବ ‘ପ୍ରଗମନ’ ଆପ୍, ବଢ଼ିଲା ଚର୍ଚ୍ଚା ।
ନିମାପଡାରେ ସମୀର ଦାଶଙ୍କ ଟିକେଟ କାଟ୍ ପରେ ସ୍ଥିତି ସଙ୍ଗୀନ । ବାଲିକୁଦା-ଏରସମା ଓ କାକଟପୁରରେ ବି ଅଙ୍କ ଅଛିଣ୍ଡା ।
ଟିକେଟ୍ ଲବିରେ ବହୁ ହେଭିୱେଟ୍ । କାହାକୁ ମ୍ୟାନେଜ୍ କରି କାହାକୁ ଛାଡ଼ିବେ ?
ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ ।
ସୋନପୁରରେ ସାଧାରଣ ସଭା, ଭୁବନେଶ୍ବରରେ ନିର୍ବାଚନୀ ସମୀକ୍ଷା । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଚେକ୍ ଦେବାକୁ ଚର୍ଚ୍ଚା ।
ଶ୍ମଶାନ କାନ୍ଥ ଭୁଶୁଡ଼ିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲିଗଲା ।
ଡାକ୍ତର ଯୋଗାଇବାକୁ AIIMSକୁ ଚିଠି ଲେଖିଲେ ଜେଲ କର୍ତ୍ତୃପକ୍ଷ । ଡାକ୍ତରଙ୍କ କାହିଁକି ଆବଶ୍ୟକତା ପଡିଲା, ଆପର ପ୍ରଶ୍ନ ।
୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପିଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟାରପ୍ରାଇଜେସ ପରି ଅନ୍ୟରାଜ୍ୟର କମ୍ପାନୀଗୁଡିକର ଆକାଉଣ୍ଟକୁ ଏହି ସବୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି। ତେବେ ଚେକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେନେଇ କୌଣସି ସୂଚନା ନାହିଁ।
ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।
ଥରେ ଭାବନ୍ତୁ ଏଭଳି ଗରମରେ ଯିଏ ନିଆଁ ପାଖରେ ରହି ରୋଷେଇ କରୁଥିବ ତା’ର ଅବସ୍ଥା କ’ଣ ନ ହେଉଥିବ। ବିଶେଷକରି ରୁଟି ସେକିବା ବେଳେ ଅନେକ ସମୟ ଠିଆ ହେବାକୁ ପଡେ। ଏକ ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଜଣେ ଭାଉଜ କିପରି ଏକ ନୂଆ ଉପାୟରେ ରୁଟିକୁ ଗୋଲ୍ କରିବା ସହିତ ଶୀଘ୍ର ଶୀଘ୍ର ତିଆରି କରିଦେଉଛନ୍ତି।
ଖରାରେ ମହାପ୍ରଭୁଙ୍କୁ ଜରି ପାଲରେ ଘୋଡାଇ ଚାଲିଗଲେ ନେତା। ପୁରୀ ଜିଲ୍ଲା ମାଲୁଦ ପଞ୍ଚୁଦୋଳ ପଡିଆରେ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇନାହିଁ। ଘଟଣାସ୍ଥଳରୁ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ଅମିତ ଶାହ ପ୍ରଚାର କରିବେ ।
ପ୍ରେକ୍ଷାଳୟରେ ଏବେ ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ପର୍ଯ୍ୟନ୍ତ ନୂଆ ଫିଲ୍ମର ଅଭାବ ନାହିଁ। ଏଠାରେ କିନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ସିନେମା ହଲ୍ରେ ପୁରୁଣା ଫିଲ୍ମ ରିଲିଜ୍ ହୋଇଛି। ଥଲାପତି ବିଜୟଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭଲ ରୋଜଗାର ମଧ୍ୟ କରୁଛି।
ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ ।
ବିଜେଡିର ଇଫତାର ପାର୍ଟିରେ ପୋଲିସ ଅଧିକାରୀ । କଟକ ଚୌଦ୍ୱାର ବ୍ଲକ ବ୍ରହ୍ମପୁରରେ ଆୟୋଜିତ ଇଦ ଉଲ ଫିତର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ମହିଳା ସବ ଇନ୍ସପେକ୍ଟର ସରସ୍ୱତୀ ସାହୁ ।
ନିର୍ବାଚନ ପାଖେଇବା ସହ ଜମିଲାଣି ପ୍ରଚାର । ରାଜ୍ୟରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ମଇଦାନରେ ଭୋଟ ହାତେଇବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଆରମ୍ଭ କରିଛନ୍ତି ।
ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।
ପୂର୍ବରୁ ଅଙ୍କିତ ୩ଥର ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିପାରିନଥିଲା । ହେଲେ ନିଜର ଧୈର୍ଯ୍ୟ ନହରାଇ ବାରମ୍ବାର ପ୍ରୟାସ କରିଚାଲିଥିଲେ ସେ । ଯାହା ପାଇଁ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।