Advertisment

ସ୍କୁଟିରେ ଆସୁଥିବା ଦମ୍ପତି ଲିଫ୍ଟ ଦେଲେନି; ରାଗରେ ଗୁଳି ମାରିଦେଲେ ଯୁବକ

ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇନାହିଁ। ଘଟଣାସ୍ଥଳରୁ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

author-image
Sonali Ojha
scooty-rider-shot-for-not-giving-lift

scooty-rider-shot-for-not-giving-lift

ଅଶାନ୍ତ ଜାମସେଦପୁର। କିଛିଦିନ ହେଲା ବାରମ୍ୱାର ଗୁଳିମାଡ ନେଇ ଖବର ସାମନାକୁ ଆସୁଛି। ଆଜି ଜଣେ ଦମ୍ପତିଙ୍କୁ ଗୁଳିମାଡ଼ କରିଛନ୍ତି ଦୁଇ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଦମ୍ପତି ସ୍କୁଟି ଯୋଗେ ଏକ ପାର୍ଟିରୁ ଫେରୁଥିଲେ। ଏହି ସମୟରେ ରାମପୁର ନିକଟରେ ଦୁଇଜଣ ଯୁବକ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ନିଶାସକ୍ତ ଯୁବକ ସେମାନଙ୍କପ ଲିଫ୍ଟ ମାଗିଥିଲେ। ସ୍କୁଟିରେ ଦୁଇଜଣ ଥିବାରୁ ସେମାନେ ଲିଫ୍ଟ ଦେବାକୁ ମନା କରିଦେଲେ। ଏହାପରେ ସେମାନେ ଗୁଳିମାଡ଼ କରି ସେଠାରୁ ପଳାଇଥିଲେ।

ଆହତ ଦମ୍ପତିଙ୍କ କହିବା କଥା, ଦୁଇ ଜଣ ଯୁବକ ପ୍ରଥମେ ଲିଫ୍ଟ ମାଗିଲେ। ମନା କରିବାରୁ ୩ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଗୁଳି କାନ୍ଧରେ ବାଜିଥିବା ବେଳେ ଆଉ ଏକ ଗୁଳି ଗୋଡରେ ବାଜିଥିଲା। ପୋଲିସ ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିଛି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି।

Advertisment

ପୋଲିସ ଅଧିକାରୀ ଅମିତ କୁମାରଙ୍କ ସୂଚନା ଅନୁସାରେ, ଦମ୍ପତି ଏକ ପାର୍ଟିରୁ ଘରକୁ ଫେରୁଥିଲେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ୨ଜଣ ଯୁବକ ସେମାନଙ୍କୁ ଅଟକାଇ ବଳପୂର୍ବକ ଲିଫ୍ଟ ମାଗିଲେ। ପରେ ସେମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା। ତେବେ ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇନାହିଁ। ଘଟଣାସ୍ଥଳରୁ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଦମ୍ପତିଙ୍କ ସ୍ୱାସ୍ଥାବସ୍ଥା ଠିକ୍ ଥିବା ଜଣାପଡିଛି। 

Firing
Advertisment
Advertisment