• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Medicine Store
ସରକାରୀ ହସ୍ପିଟାଲ୍ ପରିସରରେ ମେଡିସିନ୍ ଷ୍ଟୋର୍ ମନା; ୧୫ଦିନରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ

ବ୍ରହ୍ମପୁର MKCG ମେଡିକାଲ, ବୁର୍ଲା ଭିମସାର କର୍ତ୍ତୃପକ୍ଷଙ୍କ ସହ ୨୪ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ୨୦୧୫ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅବଧି ବଢ଼ାଯିବ ନାହିଁ।

2nd Phase Election
ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍

ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ମେ ୭ ତାରିଖରେ ୯୪ ସିଟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପୂର୍ବରୁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନରେ ମତଦାନ ହୋଇସାରିଛି।

Panchang
Panchang Today 26th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

Amit Shah
ଓଡ଼ିଶାରେ ବିଜେପି ସରକାର କରିବା ନେଇ ଶାହଙ୍କ ବିଜୟମନ୍ତ୍ର

ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Balasore Politics
କମ୍ପିଲାଣି ମୈଦାନ, ବାଲେଶ୍ୱରବାସୀଙ୍କ ମନ ଜିତିବା ପାଇଁ BJP-BJD ର ଜୋରଦାର ପ୍ରଚାର

ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ।

Election Song
ରିଲ୍ସରେ ଜମୁଛି ପ୍ରଚାର; ଟ୍ରେଣ୍ତିଂ ଗୀତରେ ନିର୍ବାଚନ ଗୀତ ପ୍ରସ୍ତୁତ କରୁଛନ୍ତି ନେତା

ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ।

Congress
କୋରାପୁଟ କଂଗ୍ରେସରେ କନ୍ଦଳ ! ଫାଳ ଫାଳ ହେଇଯାଇଛି କି ଦଳୀୟ ସଂଗଠନ ?

କୋରାପୁଟ କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କେହି କାହାରିକୁ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି । ସିଟିଂ ସାଂସଦ ଓ ବିଧାୟକଙ୍କୁ ବିରୋଧ କରି ଦଳର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେଣି ।

1st Phase Nomination
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ନାମାଙ୍କନ, ପ୍ରାର୍ଥୀପତ୍ର ଦାଖଲ କଲେ ବହୁ ହେଭିୱେଟ୍

ଶେଷ ଦିନରେ ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି ।

Amit Shah
ନବୀନଙ୍କୁ ଚେକ୍‌ ଦେବା ପାଇଁ ଶାହଙ୍କ ହୁଙ୍କାର; ସୋନପୁରରୁ ପଡ଼ିଲା ମୂଳଦୁଆ

ପ୍ରଚାର ଶ୍ରୀଗଣେଶ ପାଇଁ କାହିଁକି ସୋନପୁରକୁ ବାଛିଲା ବିଜେପି? ସାରା ପଶ୍ଚିମ ଓଡ଼ିଶାକୁ ଶୁଭିବ କି ଶାହଙ୍କ ହୁଙ୍କାର? କୁହାଯାଉଛି ସାରା ପଶ୍ଚିମ ଓଡ଼ିଶାରେ ଏବେ ବି ବିଜେପିର ଭଲ ଲହର ରହିଛି, ତାସହ ସୋନପୁର ହେଉଛି ସେଠିକାର ଏକ ବଡ଼ ପଲିଟିକାଲ ଷ୍ଟ୍ରାଟେଜିକ୍ ପଏଣ୍ଟ।

Odisha Election
ପୁଅ ପାଇଁ ଯୁଦ୍ଧ କ୍ଷେତ୍ରରେ ସେନାପତି ସାଜିଛନ୍ତି ବାପା, ଜିତାଇବାକୁ ଲଗେଇଛନ୍ତି ସବୁ ଶକ୍ତି

କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା । ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ ।

Amit Shah
ଆଟାକିଂ ମୋଡ୍‌ରେ ଅମିତ ଶାହ; ନବୀନଙ୍କ ନାଁ ଧରି କଲେ ସିଧା ନିଶାନା

ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ।

Puri Srimandir
କିଏ ବୁଝିବ ଭକ୍ତଙ୍କ କଷ୍ଟ, ଜଗାକୁ ଦେଖିବାକୁ ଯାଇ ସିଝୁଛି ପାଦ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ ।

Drone Cameras
ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ସନ୍ଦେହଜନକ ଡ୍ରୋନ୍ !

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ପରେ ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା।

Amit Shah
ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ, ସୋନପୁରରୁ ଫେରି ସିଧା କାର୍ଯ୍ୟକର୍ତ୍ତା ବୈଠକକୁ ଗଲେ ଶାହ

ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ବୈଠକକୁ ଯାଇଛନ୍ତି ଶାହ।

Election
କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେଉଁଠୁ କେଉଁମାନେ ରହିଛନ୍ତି ହେଭିୱେଟ୍ ପ୍ରାର୍ଥୀ

ରାତି ପାହିଲେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନରେ ପଡିବ ଭୋଟ୍ । କେରଳର ସମସ୍ତ ୨୦ଟି ଯାକ ସିଟରେ କାଲି ଭୋଟ୍ ହେବ ।

Heat wave
ଜଳୁଛି ସାରା ରାଜ୍ୟ: ଆଜି ୪୩ ଉପରେ ୮ ସହର

କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟକୋପରେ ଜଳିବ ଉପକୂଳରୁ ଉପାନ୍ତ। କାଲିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Narendra Modi
ଯିଏ ଯେତେ ଗାଳି ଦିଅନ୍ତୁ ସବୁ ସହିବି, ଭାରତ ମାଆର ସେବା କରିବି: ପ୍ରଧାନମନ୍ତ୍ରୀ

ଆଜି ମଧ୍ୟପ୍ରଦେଶର ମୋରେନାରେ ବିଜୟ ସଙ୍କଳ୍ପ ରାଲିରେ ସମ୍ବୋଧିତ କରି କଂଗ୍ରେସ "ଶେହଜାଦା" ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ପାଇଁ ରାହୁଲଙ୍କ ଦ୍ୱାରା ପ୍ରୟୋଗ ହୋଇଥିବା ଅପମାନଜନକ ଶବ୍ଦକୁ ନେଇ ବିବ୍ରତ ନହେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

Amit Shah
‘ମୋଦି ସରକାର ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି’

ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି।

Amit Shah
ଆସୁ ଆସୁ ବର୍ଷିଲେ ଶାହ; କହିଲେ, ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଚଳାଇଛି ନବୀନ ସରକାର

ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି।

Amit Shah
ଝାରସୁଗୁଡ଼ାରେ ଶାହ, ଅଳ୍ପ ସମୟରେ ସୋନପୁରରେ କର୍ମୀଙ୍କ ମନରେ ଭରିବେ ଜୋଶ୍...

ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ ।

Heat Wave
ଆଗକୁ ଆହୁରି ଜଳିବ ଓଡ଼ିଶା, ମଇ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭ ଯାଏଁ ଜାରିରହିବ ତାତି !

ଦୁଇ ତିନି ଦିନର ସାମାନ୍ୟ ଆଶ୍ୱସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ଲହରି । ଆଜିଠୁ ତାତି ବଢ଼ିବ । କାଲିଠୁ ଆହୁରି ଉପରମୁହାଁ ହେବ ପାରଦ । ଆଜି ଦିନ ୨ଟା ସୁଦ୍ଧା ୪୩ ଡିଗ୍ରୀ ଡେଇଁଛି ତାତି ।

Firemishap
ହୋଟେଲ୍‌ରେ ଲାଗିଲା ଭୟଙ୍କର ନିଆଁ...୬ ଜଳିଗଲେ,୨୦ ଗୁରୁତର

ଅଗ୍ନିକାଣ୍ଡର ମୁଖ୍ୟ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । କିନ୍ତୁ ସିଲିଣ୍ଡର ବ୍ଲାଷ୍ଟ କିମ୍ବା ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Rishabh Pant
ଚୌକା-ଛକା ମାଡ଼ରେ ଫାଟିଲା କ୍ୟାମେରା ମ୍ୟାନଙ୍କ ମୁଣ୍ତ, କ୍ଷମା ମାଗିଲେ ଋଷଭ ପନ୍ତ

ଗତକାଲି ଖେଳା ଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଡିସି ଅଧିନାୟକ ଋଷଭ ପନ୍ତ ବଢ଼ିଆ ପ୍ରଦର୍ଶନ କରିଥିଲେ ।

Puri Srimandir
ଭକ୍ତ ମନ ସିନା ବୁଝୁନି, ହେଲେ ପ୍ରଶାସନ କରୁଛି କ'ଣ; ଜଗା ଦର୍ଶନ ପାଇଁ ଜନତା କିଲିବିଲି

ଟାଇଁ ଟାଇଁ ଖରାରେ ଶ୍ରୀଜିଉଙ୍କୁ ଦର୍ଶନ । ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମୁଣ୍ଡ ଉପର ଖରା, ଭୂଇଁ ବି ତତଲା । ଚାଲିବା କଷ୍ଟକର । ତାତି ଓ ଗୁଳୁଗୁଳିରେ ଠିଆହୋଇ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ କଲବଲ ହେଉଛନ୍ତି ସାଧାରଣ ଭକ୍ତ ।

Laxmipur constituency assembly
ଏଥର ଲକ୍ଷ୍ମୀପୁରରେ କିଏ, କଂଗ୍ରେସ ଗଡ଼ରେ ବାଜି ମାରିବେ କି ବିଜେଡି-ବିଜେପି

କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ପ୍ରମୁଖ ବିଧାନସଭା ଆସନ ଲକ୍ଷ୍ମୀପୁର । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୩୮ । ଏହି ଆସନଟି ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ।