/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714098360.jpg)
Medicine Store
ହସ୍ପିଟାଲ କ୍ୟାମ୍ପସରୁ ହଟିବ ମେଡିସିନ୍ ଷ୍ଟୋର୍। ୧୫ ଦିନ ଭିତରେ ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ମେଡିସିନ୍ ଷ୍ଟୋର ହଟାଇବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ହାଇକୋର୍ଟଙ୍କ ରାୟ ଆଧାରରେ ଏପରି ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ଷ୍ଟୋରଗୁଡ଼ିକୁ ଭେକେସନ୍ ନୋଟିସ ଜାରି କରିବା ପାଇଁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।
ବ୍ରହ୍ମପୁର MKCG ମେଡିକାଲ, ବୁର୍ଲା ଭିମସାର କର୍ତ୍ତୃପକ୍ଷଙ୍କ ସହ ୨୪ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ୨୦୧୫ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅବଧି ବଢ଼ାଯିବ ନାହିଁ ଏବଂ ନୂଆ ଲାଇସେନ୍ସ ଲାଗୁ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ତଥାପି କିଛି କ୍ୟାମ୍ପସରେ ଲାଇସେନ୍ସ ଅବଧି ସରିବା ସତ୍ତ୍ବେ ମେଡିସିନ ଷ୍ଟୋର ଚାଲିଥିବା ନେଇ କିଛି ନିର୍ଦ୍ଦିଷ୍ଟ ମେଡିସିନ ଷ୍ଟୋର ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଥିଲା।
ରାଜ୍ୟର ବିଭିନ୍ନ ଜାଲ୍ଲର ସରକାରୀ ଡାକ୍ତରଖାନା ପରିସରରେ ଥିବା ୧୦୧ ଔଷଧ ଦୋକାନକୁ ୧୫ଦିନ ମଧ୍ୟରେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଠାରେ କେବଳ ରାଜ୍ୟ ସରକାରଙ୍କ ନିରାମୟ କାଉଣ୍ଟର ରହିବ। କାରଣ ନିରାମୟରେ ରୋଗୀଙ୍କୁ ସମସ୍ତ ପ୍ରକାର ଔଷଧ ମାଗଣାରେ ଦିଆଯାଉଛି। ତେଣୁ ଘରୋଇ ଔଷଧ ଦୋକାନଗୁଡିକୁ ହଟାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ସ୍ୱାସ୍ଥ୍ୟ ବିଭାଗର ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଡାକ୍ତରଖାନା ପରିସରରେ ଥିବା ଘରୋଇ ଔଷଧ ଦୋକାନ ସଂଘ। ଗତ ୧୯ ତାରିଖରେ ସ୍ୱାସ୍ଥ୍ଯ ବିଭାଗ ସପକ୍ଷରେ ରାୟ ଦେଇଥିଲେ ହାଇକୋର୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)