• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତକାଲି ଖେଳା ଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଡିସି ଅଧିନାୟକ ଋଷଭ ପନ୍ତ ବଢ଼ିଆ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୪୩ ବଲରୁ ୮୮ ରନର ଧୂଆଁଧାର୍ ପାଳି ଖେଳିଥିଲେ । ଫଳରେ ଗୁଜରାଟ ବିପକ୍ଷ ଏହି ମ୍ୟାଚକୁ ୪ ରନରେ ଜିତିନେଇଥିଲା ଦିଲ୍ଲୀ ।

ତେବେ ଋଷଭ ଖେଳୁଥିବା ବେଳେ କ୍ୟାମେରା ମ୍ୟାନଙ୍କ ଉପରେ ବଲ ଯାଇ ବାଜିଥିଲା । ଫଳରେ ଋଷଭ ପନ୍ତ ଏନେଇ କ୍ଷମା ମାଗିଥିଲେ । ଏହି ମ୍ୟାଚରେ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆୱାର୍ଡ ମିଳିଥିଲା । ଏନେଇ ଆଇପିଏଲର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭି଼ଡିଓ ପୋଷ୍ଟ କରିଛି । ସେହି ଭିଡିଓରେ ପନ୍ତ ମ୍ୟାଚ୍ ପରେ ଡିସି ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ସହ ନଜର ଆସିଥିଲେ । ଏହି ସମୟରେ ହିଁ ପନ୍ତ କ୍ୟାମେରା ମ୍ୟାନଙ୍କୁ କ୍ଷମା ମାଗିଥିଲେ ଓ ତାଙ୍କର ଆରୋଗ୍ୟ କାମନା କରିଥିଲେ ।

ଅଧିକ ପଢ଼ନ୍ତୁ: ବିରାଟଙ୍କୁ ରାଗିବା ପଡ଼ିଲା ମହଙ୍ଗା; କଟିଲା ୫୦ ପ୍ରତିଶତ ମ୍ୟାଚ୍‌ ଫି

ଭିଡିଓରେ ପନ୍ତ କହିଛନ୍ତି ଯେ, ଦେବାଶିଷ ଭାଇ... ମୁଁ ଦୁଃଖିତ । ଉଦ୍ଦେଶ୍ୟମୂଳକ ଭାବେ ମୁଁ ଏହା ମାରିନଥିଲି । ଭାବୁଛି ତୁମେ ଭଲ ଥିବ । ତେବେ ଭିଡିଓ କ୍ୟାପସନରେ ଲେଖାଯାଇଥିଲା, DC ବନାମ GT ମ୍ୟାଚ୍ ବେଳେ ଜଣେ କ୍ୟାମେରପର୍ସନ୍ ହିଟ୍ ହୋଇଥିଲେ । ଋଷଭଙ୍କ ତରଫରୁ ଏନେଇ ଏକ ବିଶେଷ ବାର୍ତ୍ତା ରହିଛି ।

ନିଜ ଅଜାଣତରେ ମାରିଥିବା ପାଇଁ ସେ କ୍ୟାମେରା ମ୍ୟାନଙ୍କୁ କ୍ଷମା ମାଗିଥିଲେ । ଉକ୍ତ ମ୍ୟାଚରେ ଏହି ଦିଲ୍ଲୀ ଅଧିନାୟକ ନିଜର ପୁରୁଣା ଷ୍ଟାଇଲରେ ବୋଲର୍ ଙ୍କ ନିଦ ଉଡ଼ାଇ ଦେଇଥିଲେ । ଗତ ଡିସେମ୍ବର ୨୦୨୨ ରେ କାର ଦୁର୍ଘଟଣାରୁ ବର୍ତ୍ତବା ପରେ ନିଜର ଫର୍ମକୁ ଫେରିବାକୁ ଚେଷ୍ଟା କରୁଛନ୍ତି ପନ୍ତ ।

ତେବେ ଶେଷରେ ସେ ଅଧିକ ଆକ୍ରମଣାତ୍ମକ ହୋଇ ଉଠିଥିଲେ । ପନ୍ତ ସମ୍ମୁଖୀନ ହୋଇଥିବା ଶେଷ ୧୮ ବଲରୁ ସେ ୬୨ ରନ୍ ସଂଗ୍ରହ କରିଥିଲେ । ଶେଷ ଓଭରରେ ସେ ୩୧ରନ୍ ସଂଗ୍ରହ କରିବା ପରେ ୨୨୪ ର ଏକ ସମ୍ମାନଜନକ ସ୍କୋର କରିପାରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।