Advertisment

ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍

ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ମେ ୭ ତାରିଖରେ ୯୪ ସିଟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପୂର୍ବରୁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନରେ ମତଦାନ ହୋଇସାରିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Lok Sabha Election Phase 2 Voting

2nd Phase Election

ଆଜି ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୧୩ଟି ରାଜ୍ୟର ୮୮ ଆସନରେ ଭୋଟିଂ ଚାଲିଛି।ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ଚାଲିଛି। ଏହା ଭିତରେ ରହିଛି କେରଳର ସମସ୍ତ ୨୦ଟି ଯାକ ସିଟ୍।

Advertisment

ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ। ଏ ସବୁ ରାଜ୍ୟରେ ପ୍ରାୟ ୧୬ କୋଟି ଭୋଟର ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ଲାଗି ୧ ଲକ୍ଷ ୬୭ ହଜାର ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି। ଆଜି ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ମାଓ ଉପଦ୍ରୁତ ଓ ସମ୍ବେଦନଶୀଳ ଅଞ୍ଚଳରେ ରଖାଯାଇଛି ସ୍ବତନ୍ତ୍ର ଫୋକସ୍।

ଅଧିକ ପଢ଼ନ୍ତୁ: EVMକୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍‌, VVPAT ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ

Advertisment

ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ମେ ୭ ତାରିଖରେ ୯୪ ସିଟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପୂର୍ବରୁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନରେ ମତଦାନ ହୋଇସାରିଛି।ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୨୦୨ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେଉଛି। ତା ଭିତରେ ବିଭିନ୍ନ ଦଳର ଅନେକ ହେଭିୱେଟ୍ ଅଛନ୍ତି।

କଂଗ୍ରେସ ସାଂସଦ ରାହୁଲଗାନ୍ଧୀ, ସାଂସଦ ଶଶି ଥରୁର, ସାଂସଦ ରାଜୀବ ଚନ୍ଦ୍ରଶେଖର, ବାଚସ୍ପତି ଓମ୍ ବିର୍ଲା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଟିଭି ସିରିଏଲ ରାମାୟାଣର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍, ସାଂସଦ ହେମା ମାଳିନୀ, ସାଂସଦ ତେଜସ୍ବୀ ସୂର୍ଯ୍ୟ, ଏଚ.ଡି. କୁମାରସ୍ବାମୀଙ୍କ ଭଳି ବହୁ ହେଭିୱେଟଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

General Elections 2024
Advertisment
Advertisment