ସାଧାରଣତଃ ମଣିଷ ଯେଉଁ ସ୍ଥାନରେ ରାତ୍ରିଯାପନ କରେ ସେହିସ୍ଥାନର ବାସ୍ତୁର ପ୍ରଭାବ ପଡ଼ିଥାଏ। ଏଣୁ ଗୃହ ଭିତରେ ଶୋଇବା ଘରର ଏକ ମୁଖ୍ୟ ଭୂମିକା ରହିଛି। ଆଗରୁ ତ ଆମେ ଶୋଇବା ଗୃହ ବିଷୟରେ ଜାଣିଛେ ଆଜି ଆମେ ଏହାର କିଛି ମୁଖ୍ୟ ଦିଗ ଉପରେ ଜାଣିବା।
ନିର୍ବାଚନ ସମୟରେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଅନୁରାଗର ସ୍ତ୍ରୀ ବାଂଲାଦେଶ ନାଗରିକ । ଦୁଇ ଜଣ ଆଇଏସଏସ୍ର କୁଖ୍ୟାତ ସଦସ୍ୟ । ଉଭୟ ହରିଶ ଏବଂ ଅନୁରାଗ NIAର ୱାଣ୍ଟେଡ୍ ଥିଲେ।
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିବ ତାତି । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ ।
କବିତା ହୃଦୟର ସବୁଠାରୁ ନିକଟତମ ଅଂଶ। ଆମେ ଯେତେବେଳେ କୌଣସି କଥାକୁ ଅନେକ ପୃଷ୍ଠାରେ ବି ପ୍ରକାଶ କରିପାରିବୁ ନାହିଁ, କବିତାର ଗୋଟିଏ ଧାଡିରେ ଏହାକୁ କହିଦେଇ ପାରୁ। ଇତିହାସ ଏହାର ସାକ୍ଷୀ ଯେ କବିତାରେ କ୍ଷମତାର ଶକ୍ତି ମଧ୍ୟ ଦୋହଲିଯାଏ ଏବଂ ହୃଦୟ ମଧ୍ୟ ତରଳିଯାଏ।
ଭାରତ ପାଲଟିଛି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ। ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିଙ୍କ ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ। ମାତ୍ର ଏବେ ଚାକିରି ଦେବା ପନ୍ଥାକୁ ଆପଣାଇ ନେଇଛନ୍ତି ଭାରତର ଯୁବପିଢ଼ି।
କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର।
ଭୁବନେଶ୍ୱରର ଷ୍ଟାର ହୋଟେଲରେ ବି ଜମିଛି ପଖାଳ ଖିଆ। ଏଠି ନନଭେଜ୍ ପଖାଳ କଂସା ପିଛା ହଜାରେ ଟଙ୍କା। ସାତ ଶହରେ ସାଦା ପଖାଳ ମିଲ। ମାଟି ହାଣ୍ଡି ଓ ପାତ୍ରରେ ଦହି ଓ ଛୁଙ୍କ ପଖାଳ ସାଙ୍ଗକୁ ରକମ ରକମର ବ୍ୟଞ୍ଜନ।
ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର।
କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହୋଇଛି ସାନିଟାରି ପ୍ୟାଡ୍। ତା’ପୁଣି ରି-ୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରିହେବ। ଅତିକମରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରିହେବ ଏସବୁ ପ୍ୟାଡ୍।
ମାର୍ଚ୍ଚ ୩୧ ରବିବାର ଥିବା ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖାଯିବ। ଏନେଇ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।
ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା । ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି ।
ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା ।
ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା ।
ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ କି ଭୂତଳ ରାସ୍ତା? ବଡ଼ଦାଣ୍ଡରେ ନିର୍ମାଣ ହେବ କି ୨ଟି ଭୂତଳ ରାସ୍ତା? କିଛି ଏଭଳି ପ୍ରସ୍ତାବ ସାମ୍ନାକୁ ଆସିବା ପରେ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା।
୨୦୧୦ ମସିହା ପରଠାରୁ ସାରା ଦେଶରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଏହି ଆର୍ଥ ଆୱାର ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନର ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ଏପରି ସ୍ଥଳେ ସାଧାରଣ ମଣିଷର ଜୀବନ ଧରି ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ଇନ୍ଧନ ଜାତୀୟ ଦ୍ରବ୍ୟର ଦର କ୍ରମାଗତ ବୃଦ୍ଧି ପାଇବା ଫଳରେ ମଧ୍ୟବିତ୍ତ ବର୍ଗର ଲୋକେ ହଇରାଣ ହେଉଛନ୍ତି ।
ମୁଣ୍ଡ ବିନ୍ଧା ସାଙ୍ଗକୁ ବାନ୍ତି ବି ହେଉଥିଲା । ତେଣୁ ତୁରନ୍ତ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।
୫ ସେକେଣ୍ଡରେ ୫ ଲକ୍ଷ ଚୋରି । ବ୍ରହ୍ମପୁର ଜୟପ୍ରକାଶ ନଗରରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ଚାହୁଁ ଚାହୁଁ ଗାଏବ ହୋଇଗଲା ୫ ଲକ୍ଷ ଟଙ୍କା । ଆଜି କିଛି ସମୟ ପୂର୍ବରୁ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଛି । ଗତକାଲିଠାରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।
ନିଷ୍ଠୁର ମାଆ ! ଜନ୍ମ କଲା ଝିଅକୁ ମାରିଦେଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦରେ ।
ଟଙ୍କା ମଣିଷର ସର୍ବନାଶ କରେ କୁହାଯାଏ । ମାତ୍ର ଏହା ଆଜି ପ୍ରମାଣିତ ହୋଇଛି । ମାତ୍ର କେତୋଟି ଟଙ୍କା ପାଇଁ ମାରିଦେଲା ଦୋକାନୀକୁ ମାରିଦେଲା ଗ୍ରାହକ । ତେଜରାତୀ ଦୋକାନରୁ କିଣିବାକୁ ଯାଇଥିଲେ ଯୁବକ ଜଣକ ।
ପଖାଳ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ । ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଦିନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ବ୍ୟଞ୍ଜନ ଭୋଗପୟ ପାଇଥାନ୍ତି । ସୁବାସ ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ, ପାଣି ପଖାଳ, ମିଠା ପଖାଳ ପରି ସୁବାସିତ ପଖାଳ ଭୋଗ ଲାଗିଥାଏ ।
ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।