Advertisment

ଯିଏ ଯେତେ ଗାଳି ଦିଅନ୍ତୁ ସବୁ ସହିବି, ଭାରତ ମାଆର ସେବା କରିବି: ପ୍ରଧାନମନ୍ତ୍ରୀ

ଆଜି ମଧ୍ୟପ୍ରଦେଶର ମୋରେନାରେ ବିଜୟ ସଙ୍କଳ୍ପ ରାଲିରେ ସମ୍ବୋଧିତ କରି କଂଗ୍ରେସ "ଶେହଜାଦା" ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ପାଇଁ ରାହୁଲଙ୍କ ଦ୍ୱାରା ପ୍ରୟୋଗ ହୋଇଥିବା ଅପମାନଜନକ ଶବ୍ଦକୁ ନେଇ ବିବ୍ରତ ନହେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Pm Narendra Modi Over Rahul Gandhi Statement

Narendra Modi

ରାହୁଲ ଗାନ୍ଧିଙ୍କ ଅପମାନଜନକ ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାକୁ ନେଇ ସେ ଆଦୌ ବିବ୍ରତ ନୁହଁନ୍ତି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ମୋରେନାରେ ବିଜୟ ସଙ୍କଳ୍ପ ରାଲିରେ ସମ୍ବୋଧିତ କରି କଂଗ୍ରେସ "ଶେହଜାଦା" ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ପାଇଁ ରାହୁଲଙ୍କ ଦ୍ୱାରା ପ୍ରୟୋଗ ହୋଇଥିବା ଅପମାନଜନକ ଶବ୍ଦକୁ ନେଇ ବିବ୍ରତ ନହେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ‘ମୋଦି ସରକାର ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି’

ଏହା ସହ ପ୍ରଧାନମନ୍ତ୍ରୀ ମୋଦି ବିଜେପିକୁ "କାମଦାର" ଅର୍ଥାତ୍ କର୍ମୀ ଓ କଂଗ୍ରେସକୁ "ନାମଦାର" ଅର୍ଥାତ୍ ରାଜବଂଶ ବୋଲି କହିଛନ୍ତି । ସେ ଏକ ନମ୍ର ପୃଷ୍ଠଭୂମିରୁ ଆସିଥିବା ବେଳେ ତାଙ୍କ ପରି ଶ୍ରମିକଙ୍କ ପାଇଁ ଅପମାନ କିଛି ନୂଆ ନୁହେଁ ବୋଲି ମଧ୍ୟ କହିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଯୋଡ଼ ହସ୍ତରେ ଅନୁରୋଧ କରୁଛି, ମୋ ବିରୁଦ୍ଧରେ କଂଗ୍ରେସର ଶେହଜାଦା ପ୍ରୟୋଗ କରିଥିବା ଅପମାନଜନକ ମନ୍ତବ୍ୟକୁ ନେଇ ଲୋକମାନେ ବିରକ୍ତ ହୁଅନ୍ତୁ ନାହିଁ । ଅପମାନ ମୋ ପାଇଁ ନୂଆ ନୁହେଁ । ଅପମାନ ସହି ମଧ୍ୟ ମୁଁ ଭାରତ ମାତା ପାଇଁ କାମ କରି ଚାଲିବି ।

Advertisment

ତେଣୁ ଲୋକମାନେ ତାଙ୍କ ଉପରେ ସମୟ ନଷ୍ଟ ନକରି ଆଗକୁ ବଢ଼ିଯିବା ଉଚିତ୍ । ଆମେ ସାଧାରଣ ଲୋକ, ମୁଁ ଗରିବ ପୃଷ୍ଠଭୂମିରୁ ଆସିଛି ତେଣୁ ଏଭଳି ଅପମାନ ମୋ ପାଇଁ ନୂଆ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ଉଭୟଙ୍କୁ ଇସିଙ୍କ ତରଫରୁ ଆଚରଣବିଧି ଉଲ୍ଲଘଂନର ନୋଟିସ୍ ମିଳିଛି ।

ଧର୍ମ, ଜାତି, ସମ୍ପ୍ରଦାୟ କିମ୍ବା ଭାଷା ଉପରେ ଆଧାର କରି ଶତ୍ରୁତା ଏବଂ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ ଉପରେ ବିଜେପି ଏବଂ କଂଗ୍ରେସକୁ ନୋଟିସ୍ ପଠାଇଛନ୍ତି ଇସି । ଉଭୟ ଦଳ ଧର୍ମ, ଜାତି, ସମ୍ପ୍ରଦାୟକୁ ନେଇ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି । ଉଭୟ ଦଳ ଲୋକଙ୍କ ମଧ୍ୟରେ ଅସହିଷ୍ଣୁତା ମନୋଭାବ ସୃଷ୍ଟି କରୁଛନ୍ତି ।

ବିଭାଜନକାରୀ ଓ ଉତ୍ତେଜିତ କଲା ଭଳି ଭାଷଣ ଦେଉଛନ୍ତି । ଏଣୁ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି । ଆସନ୍ତା ୨୯ ତାରିଖ ଦିନ ୧୧ ସୁଦ୍ଧା ଏନେଇ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସି ।

ନିର୍ବାଚନ ଆୟୋଗ ଜନ ପ୍ରତିନିଧିତ୍ୱ ଅଧିନିୟମ ଧାରା ୭୭ ଲାଗୁ କରିଛନ୍ତି । ଏହି ନିୟମ ଆଧାରରେ ଉଭୟ ଦଳର ଷ୍ଟାର ପ୍ରଚାରକ ପାଇଁ ପାର୍ଟିର ଅଧ୍ୟକ୍ଷ ଦାୟୀ ରହିବେ । ଏଣୁ ଇସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଜସ୍ଥାନର ବାଂଶୱାଡାରେ ନିର୍ବାଚନୀ ପ୍ରଚାର ବେଳେ ମୋଦି କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଲୋକଙ୍କ ସମ୍ପତ୍ତି ଆଉ ସମ୍ପତ୍ତି ହୋଇ ରହିବ ନାହିଁ । ମାଆ ଭଉଣୀଙ୍କର ସୁନା ଅଳଙ୍କାରର ହିସାବନିକାସ କରାଯିବ । ଅନ୍ୟପଟେ ରାହୁଲ ମଧ୍ୟ ତାମିଲନାଡ଼ୁରେ ଭାଷା ଆଧାରରେ ଲୋକଙ୍କୁ ଭ୍ରମିତ କରିଥିଲେ । ଦେଶକୁ ଭାଷା ଆଧାରରେ ଉତ୍ତର ଓ ଦକ୍ଷିଣ କହି ଭାଗ କରିଥିଲେ ।

BJP Rahul Gandhi PM Narendra Modi General Elections 2024
Advertisment
Advertisment