କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି
ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୁରିଛି ୫ ବର୍ଷ । ଏହି ଦିନି ସୁରକ୍ଷା କର୍ମୀଙ୍କ ଗୁଳିରେ ୧୩ ମାସର ଶିଶୁ ସମେତ ୫ଜଣ ନିରୀହଙ୍କ ଯାଇଥିଲା ଜୀବନ ।
ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ । ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲେ ଆଖିରେ ଲୁହ ଆସିଯିବ । କେତେବେଳେ ତାକୁ ଗରମ ପାଣିରେ ବୁଡାଇ ଦିଆ ଯାଉଥିଲା ଆଇ କେତେବେଳେ ନିର୍ଘାତ ମାଡ଼ ପଟୁଥିଲେ ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ଭାତ ।
ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।
ଦାୟିତ୍ୱ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମନ୍ତ୍ରାଳୟରେ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି ।
ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା
ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।
ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ପଖାଳ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି । ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି । ପଖାଳରର ତୋରାଣୀରେ ଏସଇଏଫଏ ଉପାଦାନ ଥିବା ସହ ଲାକ୍ଟୋବାସିଲସ୍ ସଂକ୍ରମଣ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ । ବିଶେଷ କରି ଫୁସଫୁସ୍ ଓ ଅନ୍ତନଳୀ ସଂକ୍ରମଣ ବିରୋଧରେ ଭଲ କାମ ଦିଏ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ ।
କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି।
ଏଠି କାଠ ଦେହରେ ସଂଚାର ହୁଏ ପ୍ରାଣ ।ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହୁଏ କାଠରେ ତିଆରି ହେଉଥିବା ବିଭିନ୍ନ କଳା । କାହିଁ କେଉଁ ପୁରୁଷ ଅମଳରୁ ପାରମ୍ପରିକ କଳାକୁ ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡାର ମହାରଣା ପରିବାର। ନିର୍ଜିବ କାଠ ଦେହରେ ସୁକ୍ଷ୍ମ ଖୁଦେଇ କରି ନିଜର କଳା ଯାଦୁରେ ପ୍ରକାଶ କରିଆସୁଛନ୍ତି ଏଇ ସ୍ୱାମୀ ସ୍ତ୍ରୀ । କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ହାତରେ ତିଆରି ହେଉଥିବା ମୁର୍ତି ବିକ୍ରୟ କରି ବେଶ୍ ଭଲ ଦୁଇପଇସା ଲାଭ ପାଇଥାନ୍ତି ।ହେଲେ କରୋନା ମହାମାରୀ ପାଇଁ ଏମାନଙ୍କ ଉପରେ ଚଡକ ପଡିଛି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଂଚାୟତର କୃଷ୍ଣନଗର ପଟଣା ଗାଁର ଶୁଭଲକ୍ଷ୍ମୀ ଓଝା । ପରିବାର କହିଲେ ଦୁଇ ପୁଅ । ମଧୁମେହ ରୋଗରେ ଆକ୍ରାନ୍ତହୋଇ ମହେଶ୍ୱର ଦୁଇବର୍ଷ ତଳେ ଆରପାରିକୁ ଚାଲିଗଲେ । ଧାର ଉଦ୍ଧାର କରି ଚିକିତ୍ସା କରିଥିଲେ ବି ସ୍ୱାମୀକୁ ବଂଚାଇ ପାରିନଥିଲେ ଶୁଭଲକ୍ଷ୍ମୀ । ସାନପୁଅ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ସାରାଦିନ ବିଛଣାରେ ଶୋଇ ରୁହେ । ତେବେ ପିଲା ମାନଙ୍କ ମୁହଁକୁ ଚାହିଁ ଛାତିର କୋହ ଓ ଆଖିର ଲୁହକୁ ଚାପି ରଖି ସେ ଆଗକୁ ବଢିବାର ପଣ କରିଲେ ।
ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଇ-ଲେକ୍ଚର୍ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।
ଇସାକ୍ ମୁଣ୍ଡା ସଉକରେ ଗୋଟିଏ ଭିଡିଓ କରି ନିଜର ୟୁଟ୍ୟୁବ୍ ଆକାଉଣ୍ଟରେ ଅପଲୋଡ୍ କରିଥିଲେ। ସେ ଚିନ୍ତା କରିନଥିଲେ ତାଙ୍କ ଭିଡିଓ ଗୁଡ଼ିକୁ ବହୁତ୍ ଲୋକ ପସନ୍ଦ କଲେ। ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ତୃତୀୟ ଲହର ଆସିପାରେ। ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ପଦବୀ ଛାଡ଼ିବା ପରେ ଦାୟିତ୍ୱ ସମ୍ଭାଳିଛନ୍ତି ହରଦୀପ ସିଂହ ପୁରୀ। ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସୁ ଆସୁ ପୁଣି ବଢିଲା ତୈଳ ଦର।
କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ମଣିଷ ଯେତେବେଳେ ଅସୁବିଧାରେ ଥାଏ ସେତେବେଳେ ତାର ଅଭିନବ ଉପାୟ ବାହାର କରେ ।
ସ୍ନାତକ ପାସ୍ ପିଲାଙ୍କୁ ଚାକିରି ସୁଯୋଗ ଦେଉଛି ଭାରତୀୟ ରେଳବାଇ । ପଶ୍ଚିମ କେନ୍ଦ୍ରୀୟ ରେଳ General Departmental Competitive ପରୀକ୍ଷା (GDCE) ଅଧୀନରେ NTPC ର ୩୮ଟି ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଏଥିପାଇଁ ପଶ୍ଚିମ କେନ୍ଦ୍ରୀୟ ରେଳ କମାଣ୍ଡ ଦ୍ୱାରା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।
ସୁନା-ରୂପା ଦରରେ ହ୍ରାସ ଜାରି ରହିଛି। ଲଗାତାର ଭାବେ ସୁନା ଦର ହ୍ରାସ ପାଇ ଏହା ରେକର୍ଡ ସ୍ତରରୁ ତଳକୁ ଖସିଛି। ଆଜି ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୭,୭୭୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏବେ ସୁନା ରେକର୍ଡ ସ୍ତରରୁ ପାଖାପାଖି ୮,୭୫୦ ଟଙ୍କା ଶସ୍ତା ହୋଇଛି।
ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ତିଆରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।
ରାୟଗଡା ଜିଲ୍ଳା ବଡ ଚାନ୍ଦିଲୀ ଗ୍ରାମର ଆଦିବାସୀ ଯୁବତୀ ମାନେ ତିଆରି କରୁଛନ୍ତି ଏଭଳି ଗହଣା । ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ସାଇଜରେ କାଟିବା ପରେ ତାକୁ ପଲିସ କରୁଛନ୍ତି । ଆଉ ସେଥିରେ ରଙ୍ଗଦେଇ ଆବଶ୍ୟକ ମୁତାବକ ହାତତି ଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଗଳାହାର, ଚୂଡି, କାନଫୁଲ, ହେୟାର କ୍ଲିପ ଠାରୁ ଆରମ୍ଭ କରି ରାକ୍ଷୀ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ମହିଳା ମାନେ ।
ମୋଦିଙ୍କ ଟିମ୍ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।
ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ବେପରୁଆ ହୋଇଯାଇଛନ୍ତି ଜନସାଧାରଣ । ଅନେକ ରାଜ୍ୟରେ କରୋନା କଟକଣା ହଟାଇବା ଯୋଗୁଁ ଲୋକଙ୍କ ଭିଡି ଜମୁଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକ ପାହାଡ଼ିଆ ଅଞ୍ଚଳକୁ ବୁଲିବା ପାଇଁ ଯାଉଛନ୍ତି । ଉତ୍ତରାଖଣ୍ଡର ମସୁରୀ-ନୈନିତାଲ ଭଳି ପର୍ଯ୍ୟଟନସ୍ଥଳୀରେ ଏବେ ଲୋକଙ୍କ ଭିଡି ଜମୁଛି ।
ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି।
ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।