• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

fish
ଲକଡାଉନ୍‌ରେ ଖୋଲା ରହିବ ଆମିଷ ଦୋକାନ

ଭୁବନେଶ୍ୱର: ଶୁକ୍ରବାର ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ଲକଡାଉନ୍ କଟକଣାରୁ ବାଦ୍ ନେଇ SRC ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି। ଲକ୍‌ଡାଉନ୍‌ରେ ଆଉ କିଛି ସାମଗ୍ରୀକୁ କଟକଣା ମୁକ୍ତ କରାଯାଇଛି। ସକାଳ ୬ରୁ ଦିନ ୧ଟା ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବ ବୋଲି ରାଜ୍ୟ ସରକାର କହିଥିଲେ। ତେବେ କେବଳ ତେଜରାତି ଓ କ୍ଷୀର ଦୋକାନକୁ ଛାଡ଼ିଦେଲେ ଅନ୍ୟ […]

rape
କ୍ୱାରେଣ୍ଟିନ୍ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ! ଅଭିଯୁକ୍ତ କରୋନାରେ ଆକ୍ରାନ୍ତ

ନଭି ମୁମ୍ବାଇ: ମହାରାଷ୍ଟ୍ରର ପନଭେଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର କୋନ୍ ଗ୍ରାମରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ଜଣେ ୪୦ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଖୋଦ୍ ପୀଡ଼ିତା ହିଁ ଏହି ଅଭିଯୋଗ ଆଣିଛନ୍ତି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଏବଂ ପୀଡ଼ିତା ଉଭୟେ କରୋନାରେ ଆକ୍ରାନ୍ତ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ପନଭେଲ୍ ପୁଲିସର କହିବା ମୁତାବକ, ପନଭେଲ୍ ଓ ନଭି ମୁମ୍ବାଇ […]

schin-pilot
ସଚିନ ପାଇଲଟ ଓ ସମର୍ଥକଙ୍କୁ ଆଶ୍ୱସ୍ତି: ସୋମବାର ଯାଏ ଘୁଞ୍ଚିଲା ଶୁଣାଣି

ରାୟପୁର: ସୋମବାର ଯାଏ କଂଗ୍ରେସ ନେତା ସଚିନ ପାଇଲଟ୍ ଓ ସହଯୋଗୀ ୧୮ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି। ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ସୋମବାର ଯାଏ ଘୁଞ୍ଚାଇ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ। ଦଳ ଭିତରେ ବାକ୍ ସ୍ୱାଧିନତାକୁ କୌଣସି ପ୍ରକାରେ ବିଦ୍ରୋହ ବୋଲି ବିବେଚନା କରାଯାଇପାରିବ ନାହିଁ ଦର୍ଶାଇ ପାଇଲଟ ଗୋଷ୍ଠୀ ବାଚସ୍ପତିଙ୍କ ନୋଟିସ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହାର ଶୁଣାଣି ହୋଇଥିଲେ ହେଁ, […]

gold
ଜବତ ହେଲା ସାତ କୋଟିର ସୁନା

ନୂଆଦିଲ୍ଲୀ: ୭ କୋଟିର ସୁନା ଜବତ କଲା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ)। ଏହି ସୁନା ମ୍ୟାନ୍‌ମାରରୁ ଭାରତକୁ ଚାଲାଣ ହେଉଥିଲା। ତିନିଟି ରାଜ୍ୟରେ ସର୍ଚ୍ଚ ଅପରେସନ କରି ଏହି ସୁନା ସବୁ ଜବତ କରାଯାଇଛି। ଏଥିସହିତ ୬ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଏନେଇ ଆଜି ସୂଚନା ଦେଇଛି ଡିଆର୍‌ଆଇ। ସୁନାସବୁ ମ୍ୟାନ୍‌ମାରରୁ ଭାରତକୁ ଅଣାଯିବାପରେ ବସ୍ ଯୋଗେ ଗୌହାଟି, ସିଲିଗୁଡ଼ି ଏବଂ ପାଟନାରୁ ନୂଆଦିଲ୍ଲୀକୁ ଅଣାଯାଉଥିଲା। ଏହି ସମୟରେ ସୁନା ଜବତ କରାଯାଇଥିବା ଡିଆରଆଇର […]

hemant-soren
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ହତ୍ୟା ଧମକ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଇ-ମେଲ୍‌ରେ ଆସିଲା ହତ୍ୟା ଧମକ। ଇ-ମେଲ୍‌ରେ ହତ୍ୟା ଧମକ ଆସିବା ପରେ ରାଞ୍ଚି ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି। ହେମନ୍ତ ସୋରେନ୍‌ ତାଙ୍କ ପଥ ବଦଳେଇ ଦିଅନ୍ତୁ, ନହେଲେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କେହି ଜଣେ ଦୁର୍ବୃତ୍ତ ମେଲ୍‌ କରିଛି। ଏହି ମେଲ୍‌ ଜର୍ମାନୀ ଓ ସ୍ୱିଜର୍‌ଲ୍ୟାଣ୍ଡରୁ ସର୍ଭରରୁ ଆସିଥାଇପାରେ ବୋଲି କୁହାଯାଉଛି। ଏହା ଏକ ଡିସ୍‌ପୋଜାଲ୍‌ ମେଲ୍‌। ଡିସ୍‌ପୋଜାଲ୍ ମେଲ୍‌ ହେଉଛି […]

grpp
ସମାଜସେବୀ ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କଲା ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାକୁ ପ୍ରୟାସ। ମାମଲାର ତଦନ୍ତ କରୁଥିବା ଜିଆରପି ପୋଲିସ୍ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଜିଆରପି ଏକ ସ୍ୱତନ୍ତ୍ର ଟିମ୍ ଆଦିତ୍ୟଙ୍କ ସୁନ୍ଦରପଦା ସ୍ଥିତ ବାସଭବନକୁ ଯାଇ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଏହାପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକ ପାଇଲଟଙ୍କ ବୟାନ ପୁରା ମାମଲାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଥିଲା। ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜ୍‌କୁ ତଦନ୍ତ କରି ଆଦିତ୍ୟଙ୍କୁ […]

MODI
ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ; 'ଭାରତରେ କରୋନା ସୁସ୍ଥ ହାର ଅଧିକ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ୍ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତିସଂଘରେ ଅର୍ଥନୀତି ଓ ସାମାଜିକ ପରିଷଦରେ ଉଦବୋଧନ ଦେଇଛନ୍ତି। ନ୍ୟୁୟର୍କରେ ଆୟୋଜିତ ଜାତିସଂଘର ୭୫ତମ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଛନ୍ତି। ଜାତିସଂଘରେ ମୋଦି କରୋନା ଲଢ଼େଇରେ ଭାରତର ଭୂମିକା ଏବଂ ସଫଳତା କଥା ବଖାଣିଛନ୍ତି। ସେ କହିଛନ୍ତି, ଆମେ କରୋନା ମୁକାବିଲାକୁ ଜନ ଆନ୍ଦୋଳନରେ ପରିଣତ କରିଛୁ। ଏଥିପାଇଁ ଆମେ ସାର୍କ କୋଭିଡ୍‌ ଜରୁରୀକାଳୀନ ପାଣ୍ଠି ଗଠନ […]

flight
ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ୬ ସହରକୁ ବିମାନ ଉଡ଼ାଣ ବନ୍ଦ

କୋଲକାତା: ଆଜି ଦେଶରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ଦେଶରେ ୧୦ ଲକ୍ଷ ପାର୍ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୩୪,୯୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୮୭ ଜଣଙ୍କର ଜୀବନ ଯାଇଛି। ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ପଶ୍ଚିମଙ୍ଗର ମମତା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କୋଲକାତାରୁ ୬ଟି ସହରକୁ ବିମାନ ଉଡ଼ାଣକୁ ବ୍ୟାନ୍ […]

ial
ଜେଲରେ ୮୬ଜଣ କଏଦୀଙ୍କୁ କରୋନା

ଶ୍ରୀନଗର: ଜେଲରେ ପଶିଲା କରୋନା ଏବଂ ଏଥିରେ ୮୬ଜଣ କଏଦୀଙ୍କୁ କରୋନା ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଥିବା ଏକ ଜେଲରେ, ଯେଉଁଠାରେ କରୋନା ଭାଇରସ ଏଣ୍ଟ୍ରି କରିଛି। ଜେଲର ଅଧାରୁ ଅଧିକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜେଲ୍ ଅଧୀକ୍ଷକ କହିଛନ୍ତି। ଜେଲ୍ ଅଧୀକ୍ଷକ କହିଛନ୍ତି, ଜେଲରେ ଉପସ୍ଥିତ ୧୯୦ଜଣ କଏଦୀଙ୍କ ମଧ୍ୟରୁ ୮୬ଜଣଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦେଖା ଦେଇଛି। ଅନ୍ୟ କଏଦୀଙ୍କୁ କିପରି ସଂକ୍ରମଣ […]

immuno
ସାବଧାନ ! ଏହି ୫ଟି ଅଭ୍ୟାସ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରେ

କରୋନା ମହାମାରୀ କାରଣରୁ ଏବେ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି। ପୂର୍ବରୁ ଯେଉଁଭଳି ଲୋକେ ନିଜ ସ୍ୱାସ୍ଥ୍ୟର ଦେଖାଶୁଣା କରୁଥିଲେ ଏବେ ସେଥିପ୍ରତି ଅଧିକ ଯତ୍ନବାନ ହେଉଛନ୍ତି। ବିଶେଷ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଖାଇବା ସହ ଭିଟାମିନ ବଟିକାର ବ୍ୟବହାର କରୁଛନ୍ତି। ତେବେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଆଳରେ ଆମେ ଖାଉଥିବା ଖାଦ୍ୟପଦାର୍ଥ ଆମର ଶକ୍ତି ହ୍ରାସ କରୁନି ତ ? […]

private
ଡାକ୍ତରଙ୍କୁ ଚେତାବନୀ ଦେଲେ ରାଜ୍ୟ ସରକାର; ଏସବୁ ମାନିବା ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ବେଳେ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍। ବିଭିନ୍ନ ନର୍ସିଂହୋମ୍, ଘରୋଇ କ୍ଲିନିକ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ନିୟମ ଉଲ୍ଲଂଘନ କଲେ କ୍ଲିନିକ୍ ସମେତ ଡାକ୍ତର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାଇଡ୍‌ଲାଇନ୍ ଅନୁସାରେ କଣ ରହିଛି ନିୟମ:- ଜ୍ୱର ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଇସୋଲେସନ ସୁବିଧା ରହିବ। ହାତ ଧୋଇବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ। ରକ୍ତଚାପ ଉପକରଣ, ଷ୍ଟେଥୋସ୍କୋପ, […]

ଐଶ୍ୱର୍ଯ୍ୟା ରାୟ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ଓ ସେ ହୋମ କ୍ଵାରେଣ୍ଟିନରେ ଥିଲେ। ମୁମ୍ବାଇର ନାନାବତୀ ହସ୍ପିଟାଲରେ ଐଶ୍ୱର୍ଯ୍ୟାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତ ସପ୍ତାହରେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ […]

puri
ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା

ପୁରୀ: ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। CJI ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ…

earthquake-8 (1)
ବନ୍ୟା ପରେ ଡରାଇଲା ଭୂକମ୍ପ

ଗୌହାଟି: ଗୋଟିଏପଟେ ଆସାମରେ ବନ୍ୟା ସ୍ଥିତି ଅସମ୍ଭାଳ ଥିବାବେଳେ ଅନ୍ୟପଟେ ଭୂକମ୍ପ ଲୋକଙ୍କୁ ଆହୁରି ଭୟଭୀତ କରାଇଛି। ଆଜି ଭୋର ସମୟରେ ଆସାମର ହୈଲାକାଣ୍ଡିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। National Center for Seismology(NCS)ର ସୂଚନା ଅନୁସାରେ, ଆଜି ଭୋର ୪ଟା ୨୫ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ […]

iit 1
କୋହଳ ହେଲା IITରେ ନାମଲେଖା ନିୟମ

ନୂଆଦିଲ୍ଲୀ: କୋହଳ ହେଲା ଆଇଆଇଟିରେ ନାମଲେଖା ନିୟମ। ଆଇଆଇଟିରେ ନାମ ଲେଖାଇବା ପାଇଁ ଏଥର ଯୁକ୍ତ ୨ ମାର୍କକୁ ବିଚାରକୁ ନିଆଯିବ ନାହିଁ। ଚଳିତଥର ଯୁକ୍ତ ୨ର କିଛି ପରୀକ୍ଷାକୁ ସମ୍ପୃକ୍ତ ବୋର୍ଡମାନେ ବାତିଲ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି Joint Admission Board (JAB), JEE (Advanced) ୨୦୨୦ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡରେ କୋହଳ କରିଛି।  ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ JEE (Advanced) ପରୀକ୍ଷାରେ ଯୋଗ୍ୟତା […]

bp-petrol-pump-fb
ପୁଣି ମହଙ୍ଗା ହେଲା ଡିଜେଲ ଦର

ନୂଆଦିଲ୍ଲୀ:  ଫଳ ଏବଂ ପନିପରିବା ମୂଲ୍ୟ ବୃଦ୍ଧି  ଚିନ୍ତା ବଢାଇଥିବାବେଳେ ଏବେ ଆଉ ଝଟ୍‌କା।  ଗତ କିଛି ଦିନ ହେବ ଡିଜେଲ ମୂଲ୍ୟ ବୃଦ୍ଧି ହେତୁ ଟ୍ରକ ଚାଳକମାନେ ପରିବହନ ଭଡା ବୃଦ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତେବେ ଟ୍ରକ ଭଡା ବୃଦ୍ଧିର ସର୍ବାଧିକ ପ୍ରଭାବ ପଡିଥିଲା ଫଳ ଏବଂ ପନିପରିବା ମାର୍କେଟ୍‌ରେ। ଏପରି ପରିସ୍ଥିତିରେ ଘରୋଇ ବଜାରରେ ଡିଜେଲ ମୂଲ୍ୟ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୃଦ୍ଧି ପାଇଛି | ସରକାରୀ ତୈଳ କମ୍ପାନୀଗୁଡିକ ଆଜି […]

special school
ଅଗଷ୍ଟ ୩୧ ଯାଏ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଅଗଷ୍ଟ ୩୧ ଯାଏ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍ ବନ୍ଦ ରହିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ  ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍‌ ଗୁଡ଼ିକୁ ଅଗଷ୍ଟ ୩୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅବଗତ କରାଇଛି। ପୂର୍ବରୁ ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ […]

Coronavirus
ଦେଶରେ ପ୍ରଥମ କରୋନା ଗୋଷ୍ଠୀ ସଂକ୍ରମଣ, ସୂଚନା ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଥିରୁଭନନ୍ତପୁରମ୍‌: ସାରା ଦେଶରେ କରୋନା ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏମିତି ଏକ ତଥ୍ୟ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କେରଳର କିଛି ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ରାଜଧାନୀ ଥିରୁଭନନ୍ତପୁରମ୍‌ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ପୁନ୍ଥୁରା ଓ ପୁଲ୍ଲୁଭିଲ୍ଲା […]

new born
ଅଜବ ଶିଶୁ ! ଆଖି, କାନ ନାହିଁ ହେଲେ ଦେହରେ ରହିଛି ଏମିତି ଚିହ୍ନ

ହାଓଡ଼ା: ପଶ୍ଚିମବଙ୍ଗର ହାୱାଡ଼ାରେ ଜନ୍ମ ନେଇଥିବା ଏକ ଅଜବ ଶିଶୁକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହି ଅଜବ ଶିଶୁର ଫଟୋ ତ ଆମ ଦେଖାଇ ପାରିବୁନି। ତେବେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଶିଶୁଟିର ଆଖି ନାହିଁ କି କାନ ନାହିଁ । ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ଏକ ବିରଳ ରୋଗୀରେ ଆକ୍ରାନ୍ତ। ଡାକ୍ତରୀ ବିଦ୍ୟାରେ ଏହି ରୋଗକୁ Harlequin Ichthyosis କୁହାଯାଇଥାଏ।  ଏହି ରୋଗରେ ପୀଡିତ ଶିଶୁର ସମଗ୍ର ଶରୀରରେ ଏକ […]

enc-jamm
ସୋପିଆନ୍‌ରେ ଏନକାଉଣ୍ଟର; ପୁଣି ୩ ଆତଙ୍କୀ ନିପାତ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ୨୪ ଘଣ୍ଟାରେ ୬ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଗତକାଲି ୩ ଆତଙ୍କୀ ନିହତ ହୋଇଥିବାବେଳେ ଶନିବାର ସକାଳେ ସୋପିଆନ୍ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।ସ୍ଥାନୀୟ ଅମଶୀପୋରା ଗାଁରେ  ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । […]

corona
ଓଡ଼ିଶାରୁ ଚିହ୍ନଟ ହେଲେ ୫୯୧ ନୂଆ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିହ୍ନଟ ନୂଆ ୫୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୯୭ରହିଛି। […]

EW61ZkTXQAAr5Qu (1)
ଓଡ଼ିଶାରେ କରୋନା ସ୍ଥିତି: ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ମୃତକଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାର ଓ ଜଣେ ଗଜପତି ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ […]