ନୂଆଦିଲ୍ଲୀ:୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ବହୁମତ ପାଇଁ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ ! ଅରୁଣ ଜେଟ୍ଲୀ ଗତଥର ନରେନ୍ଦ୍ର ମୋଦି ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ହେଲେ ସେ ଏଥର କ୍ୟାବିନେଟରେ ରହି ନ ପାରନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। […]
ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାରର ସଦସ୍ୟ ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କ ଦ୍ୱିତୀୟ ସରକାର […]
ଜୟପୁର: ସାଧାରଣ ନିର୍ବାଚନରେ ରାଜସ୍ଥାନରେ ଶାସକ ଦଳ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ ଏବେ ରାଜସ୍ଥାନର ଦୁଇ କ୍ଷମତା କେନ୍ଦ୍ର ଭାବେ ରହିଛନ୍ତି। ଏହାକୁ କେନ୍ଦ୍ର କରି ଦଳ ଭିତରେ ମତଭେଦ ରହିଥିବା ସୂଚନା ରହିଛି। ସାଧାରଣ ନିର୍ବାଚନରେ ରାଜସ୍ଥାନର ୨୫ ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଛି। ଏହାପରେ ଅଶୋକ ଗେହଲଟଙ୍କ ନେତୃତ୍ୱକୁ […]
ଭୁବନେଶ୍ୱର:ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ନୂଆଟିମ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମାରୋହରେ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଶପଥ ନେଇଛନ୍ତି। ଜାଣନ୍ତୁ ନବୀନଙ୍କ ନୂଆଟିମ୍ କ୍ୟାବିନେଟ […]
ଭୁବନେଶ୍ୱର: ଜୁନ୍ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ପୁନର୍ବାର ମନପ୍ରୀତ ସିଂହଙ୍କୁ ଦିଆଯାଇଛି। ସେହିପରି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଉପଅଧିନାୟକ ମନୋନୀତ କରାଯାଇଛି। ବୀରେନ୍ଦ୍ରଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ଟିମରେ ସ୍ଥାନ […]
ୟୁପି: ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କରି ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସପି)ର ନେତା ଫିରୋଜ ଆଲାମ୍ ଓରଫ ରାଜା। ତାଙ୍କ ଏସୟୁଭି କାରରେ ପଟିୟାଲି ବିଏସପି ସଂଯୋଜକ ବୋଲି ଉଲ୍ଲେଖ ରହିଛି। ସୋମବାର ଦିନ ଫିରୋଜଙ୍କୁ ଗିରଫ କରିଛି ୟୁପି ପୁଲିସ୍। ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ର ଏମବିଏ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ ଫିରୋଜଙ୍କ ପ୍ରେମିକା। ଏଥିପାଇଁ ପ୍ରେମିକାଙ୍କୁ ଆଗୁଆ ପ୍ରଶ୍ନପତ୍ର ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ ଓ […]
ନୂଆଦିଲ୍ଲୀ: ମୋଦି ସୁନାମିରେ ଧ୍ୱଂସପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ଜିଦ୍ରେ ଅଡ଼ି ବସିଥିବା ବେଳେ ତାଙ୍କୁ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତାମାନେ ବୁଝାଇବାରେ ଲାଗିଛନ୍ତି। ଗତକାଲି କେସି ଭେନୁଗୋପାଲ ଓ ଅହମ୍ମଦ ପଟେଲଙ୍କୁ ରାହୁଲ ବିକଳ୍ପ ଖୋଜିବା ପାଇଁ କହିଥିଲେ। ହେଲେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ଡେପୁଟି ସଚିନ୍ […]
ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି। ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। […]
ଭୁବନେଶ୍ୱର: ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଲୋକପ୍ରିୟ ନେତା। କମ୍ କଥା କହିବାକୁ ପସନ୍ଦ କରନ୍ତି କିନ୍ତୁ କାମ କରନ୍ତି ବେଶି। ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ମାତ୍ ଦେଇ ସାରା ଦେଶରେ ବହୁଛି ମୋଦି ହାୱା। କିନ୍ତୁ ଓଡ଼ିଶାରେ ତାଙ୍କ ବ୍ୟକ୍ତିତ୍ୱକୁ ମଳିନ କରିପାରିନି ସେ ହାୱା। ଓଡ଼ିଶାର ଲୋକେ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ପୁଣି ଥରେ ତାଙ୍କ ହାତକୁ ଟେକି ଦେଇଛନ୍ତି ଶାସନ ଭାର । ୫ମ […]
ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ନିୟମିତ ଘଟିଚାଲିଛି ସଡ଼କ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି । ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଓଭର ବ୍ରିଜ୍ରେ ହେଉଥିବା କ୍ରମାଗତ ଦୁର୍ଘଟଣା ଏବେ ସହରବାସୀଙ୍କ ଚିନ୍ତା ବଢ଼ାଇଛି। ସୋମବାର ଆଚାର୍ଯ୍ୟ ବିହାର ଓଭର୍ ବ୍ରିଜ୍ ଉପରୁ ଖସି ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଗତ ସପ୍ତାହକ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୋଟ ୫ଜଣଙ୍କ ଜୀବନ ଗଲାଣି। ଏବେ ପୋଲିସ କମିଶନରଙ୍କ […]
ନୂଆଦିଲ୍ଲୀ: ମୋଦିଙ୍କ ନୂଆ ସରକାରରେ ସାମିଲ ହେବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଗୁରୁତ୍ୱପୂର୍ଣ୍ଣ ବିଭାଗର ବୋଝ ସମ୍ଭାଳିପାରନ୍ତି ବିଜେପିର ଏହି ଚାଣକ୍ୟ। ଯଦି ଏହା ହୁଏ, ତେବେ ଦଳର ନିୟମ ଗୋଟିଏ ଲୋକ, ଗୋଟିଏ ପଦବୀ ଆଧାରରେ ଅମିତ ଶାହଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ। ତେଣୁ ଏବେ କିଏ ହେବ ବିଜେପିର ରାଷ୍ଟ୍ରୀୟ ସଭାପତି ସେ ନେଇ ଆକଳନ ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କର […]
ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ସର୍ବବୃହତ ରେଡିଓ କମ୍ପାନୀ ବିଗ୍ ଏଫ୍ଏମ୍ ୯୨.୭। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଜେନସ୍ ଟାଇକୁନ ଅନୀଲ ଅମ୍ୱାନୀ ଏହି ସଂସ୍ଥାକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ଏହି ଜଣାଶୁଣା ରେଡିଓ କମ୍ପାନୀକୁ ରେଡିଓ ସିଟି ୯୧.୧ କିଣିବ ବୋଲି ଜଣାପଡ଼ିଛି। ପ୍ରଥମେ ବିଗ୍ ଏଫ୍ଏମ ୨୪ ପ୍ରତିଶତ ସେୟାର ବିକ୍ରି କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ରେଡିଓ ସିଟି ବାକି ସେୟାର କିଣିବ ବୋଲ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିପାଇଁ […]
ରାଞ୍ଚି: ଝାରଖଣ୍ଡ ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଥିବା ବେଳେ ତିନି ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ତିନି ପୁୁଲିସ ଷଢ଼େଇକଳା ଜିଲ୍ଲା ପୁଲିସ ଅଧିନରେ କାର୍ଯ୍ୟରତ। ସମସ୍ତ ଆହତ ଯବାନ ଓ ପୁଲିସଙ୍କୁ ହେଲିକପ୍ଟର ଯୋଗେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟି କୋଟି ଟଙ୍କାର ଅଟୋ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଏତେ ଭୟାନକ ଥିଲା ଯେ, ଲିଭାଇବା ପାଇଁ ଦମକଳ ବିଭାଗ ନାକେଦମ ହୋଇପଡ଼ିଥିଲା। ଶେଷରେ ୨୫ଟି ଦମକଳ ଟିମ୍ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ପଶ୍ଚିମ ଦିଲ୍ଲୀ ସ୍ଥିତ ପିରଗରହିରେ ଏହି ଅଟୋ ଫ୍ୟାକ୍ଟ୍ରି ରହିଛି। ସକାଳ ୫ଟା […]
ନୂଆଦିଲ୍ଲୀ: ଚଳିତ ବର୍ଷ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନିର୍ବାଚନ ଜିତିଲା ପରେ ମୋଦି ୩୫୩ ସାଂସଦଙ୍କୁ ସଂସଦର ସେଣ୍ଟାଲ୍ ହଲ୍ରେ ସମ୍ବୋଧିତ କରିଥିଲେ। ସମ୍ବୋଧନ ଅବସରରେ ସେ ସମସ୍ତଙ୍କୁ ‘ଅଭିନନ୍ଦନ’ ଜଣାଇଥିଲେ। ମୋଦି ଜିତିଥିବା ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ଅର୍ଥାତ congratulations ବା ବଧାଇ ଜଣାଇଲେ। ଆମେ ସମସ୍ତେ ଏଇଆ ହିଁ ବୁଝିଲୁ। କିନ୍ତୁ ପାକିସ୍ତାନର ଜଣେ ଟିଭି ଆଙ୍କର୍ ମୋଦିଙ୍କ ଭାଷଣରେ ‘ଅଭିନନ୍ଦନ’ର […]
ଭୁବନେଶ୍ୱର: ଲଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାଛଡା ବିଧାନସଭାରେ ସେ ଆଉ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏଥର ବିଧାନସଭାର ସବୁଠାରୁ ଧନୀ ବିଧାୟକ ମାନ୍ୟତା ମଧ୍ୟ ମିଳିଛି ନବୀନ ପଟ୍ଟନାୟକଙ୍କୁ। ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ ଜାଣନ୍ତି ? ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକ ଏକକାଳୀନ ଦୁଇଟି ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ଛିଡା ହୋଇଥିଲେ। ଦୁଇଟି ଯାକ […]
ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିଜ ସଂସଦୀୟ କ୍ଷେତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଆସିଛନ୍ତି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ମଧ୍ୟ ମୋଦି କାଶୀ ବିଶ୍ୱନାଥ ମନ୍ଦିରକୁ […]
ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ରାଜ୍ୟବାସୀ କେଉଁ ଦଳକୁ କେତେ ସମର୍ଥନ କଲେ ତାହା ସ୍ପଷ୍ଟ ହୋଇଯାଇଛି। ଏବେ ନଜର କିଏ ମନ୍ତ୍ରୀ ହେବ, କାହାକୁ କେଉଁ ବିଭାଗ ମିଳିବ । ତେବେ ଏହି ବିଧାୟକ ତାଲିକାରୁ ଗୋଟଏ କଥା ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ କୋଟିପତି ବିଧାୟକଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ୧୪୬ଜଣ ବିଧାୟକ। ସେମାନଙ୍କ ମଧ୍ୟରୁ ୯୫ ଜଣ ବିଧାୟକ […]
ସୁରତ୍: ସୁରତ ତକ୍ଷଶୀଳାର ସେହି ରାତି ଥିଲା ଏକ ଭୟଙ୍କର ରାତି। ଗୋଟିଏ ବିଜୁଳି ଖୁଣ୍ଟି ରାତିକରେ ନେଇଗଲା ୨୨ ଜୀବନ। ଏହି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇଥିଲା। ସେହି ନିଆଁ ଲାଗିଗଲା ୪ ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ। କିଏ ଜଳିଗଲା, କିଏ ଜୀବନ ବଞ୍ଚାଇବାକୁ ଯାଇ ୪ ମହଲା ଉପରୁ ଡେଇଁ ପଡ଼ିଲା। କୁହାଯାଏ, ବିପଦ ବେଳେ ବୁଦ୍ଧି ଦିଶେନି। ହେଲେ ସେଇ କେତେଜଣଙ୍କୁ ବୁଦ୍ଧି ଦିଶେ, ଯାହା ପାଇଁ ଅନକ ଜୀବନ […]
ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ବିଜେପିକୁ ପୂର୍ଣ୍ଣ ବହୁମତ ଦେଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେଜୟନ୍ତ ପଣ୍ଡା। ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହେବା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ମୋଦି ପ୍ରଥମେ ତାଙ୍କ ମା ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେବେ। ଆସନ୍ତାକାଲି ଏଥିପାଇଁ ଗୁଜରାଟ ଯିବେ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି। ଏହାପରେ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ ବନାରସ ଯାଇ ଲୋକଙ୍କୁ ଧନ୍ୟବାଦ ଦେବେ ବୋଲି ସେ କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ତେବେ ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ବସିବ। ଏହି ବୈଠକରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ […]
ଭୁବେନଶ୍ୱର: ଝାରସୁଗୁଡ଼ାକୁ ବିମାନ ସେବା ଯୋଗାଇଦେବ ଆଲିଏନ୍ସ ଏୟାର୍ । ଜୁନ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ। ସେହିପରି ଝାରସୁଗୁଡ଼ା-କୋଲକାତା ରୁଟ୍ରେ ବିମାନ ଚଳାଚଳ କରିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ସୂଚନାଥାଉ କି, ଆଲିଏନ୍ସ ଏୟାର୍ ହେଉଛି ଏୟାର ଇଣ୍ଡିଆର ଏକ ସବ୍ସିଡାରି ସଂସ୍ଥା
ଭୁବନେଶ୍ୱର: ଫୋନି ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବାସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିଲା। ଏହାକୁ ନଜରରେ ରଖି ଏପ୍ରିଲ ମାସର ଟିଡିଏସ ଦାଖଲ ପ୍ରକ୍ରିୟା ମେ’ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟିଡିଏସ୍ ଦାଖଲ ପାଇଁ ପୂର୍ବରୁ ଶେଷ ତାରିଖ ଥିଲା ମେ ୭। ଏଥିସହ ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍ସର ଟିଡିଏସ ଦାଖଲ କରିବା ପାଇଁ ସମୟ ସୀମା ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । CBDT ପକ୍ଷରୁ […]
ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ ଦେଶରୁ ଛୁଟିଛି ଶୁଭେଛାର ବାର୍ତ୍ତା। ଏହି ଧାରାରୁ ପାକିସ୍ତାନ ବି ବାଦ ପଡ଼ିନି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ଟ୍ୱିଟ୍ କରି ମୋଦିଙ୍କୁ ଶୁଭେଛା ଜଣାଇଛନ୍ତି। ଇମ୍ରାନ ଖାନ୍ ଶୁଭେଛା ବାର୍ତ୍ତାରେ ଆଗକୁ ଦୁଇ ଦେଶ ଏକ ହୋଇ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ଶାନ୍ତି ଉପରେ ଜୋର ଦେଇଛନ୍ତି। ଔପଚାରିକତା ରକ୍ଷା କରି ଇମ୍ରାନ […]
ଭୁବନେଶ୍ୱର ଶିଳ୍ପୀ ସୁଦର୍ଶନ ସାହୁ । ସେ କୌଣସି ତାଲିମ ପ୍ରାପ୍ତ ଶିଳ୍ପୀ ନୁହଁନ୍ତି । ସୁଦର୍ଶନଙ୍କ ପେଶା ଚାଟ୍ ବିକ୍ରି କରିବା କିନ୍ତୁ ଏକ ପରିସ୍ଥିତି ତାଙ୍କୁ ଏହି ବାଉଁଶ କାର୍ଯ୍ୟପ୍ରତି ଆକୃଷ୍ଟ କରେଇଥିଲା । ୨୦୦୬ରେ ପ୍ରଦର୍ଶନୀ ପଡିଆରେ ଜଣେ ବାଉଁଶ ବ୍ୟବସାୟୀ ତାଙ୍କୁ ଘରେ ବାଉଁଶ ତିଆରି କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ତା ପରଠୁ ସୁଦର୍ଶନ ବାଉଁଶ କାମକୁ ନିଶା ଭାଗରେ ଗ୍ରହଣ କରିନେଇଛନ୍ତି ସୁଦର୍ଶନ ।