• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

eid
ଇଦ୍ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଇଦ୍ ପାଳନ ପାଇଁ ରାଉରକେଲାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ନୂଆ ଡ୍ରେସ୍ ସହିତ ବିଭିନ୍ନ ସାମଗ୍ରୀ କିଣାକିଣା କରୁଛନ୍ତି ମୁସଲମାନମାନେ। ସେଥିପାଇଁ ବିଳମ୍ବିତ ରାତ୍ରି ଯାଏ ଦୋକାନ ଖୋଲା ରହୁଛି। ଇଦ୍ ଦିନ ଇଦ୍‌ଗା ମୈଦାନ ଓ ବିଭିନ୍ନ ମସଜିଦରେ ସାମୂହିକ ନମାଜ ପାଠ କରାଯିବ।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ରାଉରକେଲା ପ୍ଲାଣ୍ଟ ସାଇଟ ଥାନାରେ ଶାନ୍ତି କମିଟିର ବୈଠକ ମଧ୍ୟ […]

1234546
ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ

ଭଦ୍ରକ(ତପନ ସ୍ୱାଇଁ):ଭଦ୍ରକ-ବାଇପାସ୍‌ ନିକଟ  ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ହୋଇଛି। କମ୍ପଲେକ୍ସର ୩ଟି ରୁମ୍‌ରେ ଆଜି ସକାଳ ପ୍ରାୟ ସାଢେ ୯ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୩ଟି ଯାକ ରୁମ୍‌ର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ୩ଟି ରୁମ୍‌ରେ ୧୩୦ ଟନର ବ୍ଲିଚିଂ ପାଉଡର ମହଜୁଦ ଥିଲା। ତେବେ କେମିତି ହେଲା ବିସ୍ଫୋରଣ, ତାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ […]

nipah-
କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

ନୂଆଦିଲ୍ଲୀ: କେରଳକୁ ପୁଣି ଫେରିଛି ନିପା ଭାଇରସ୍! ନିପା ଆକ୍ରାନ୍ତ ସନ୍ଦେହରେ ଜଣେ ରୋଗୀଙ୍କୁ ଗତକାଲି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ୍ ପଜେଟିଭ୍ ଆସିଛି। ଆଜି ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା। ଏହି ଘଟଣା ଜଣାପଡ଼ିବା ପରେ ନିପାକୁ ନେଇ କେରଳରେ ପୁଣି ଆତଙ୍କ ଖେଳି ଯାଇଛି। କୋଚି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କୁ ଏବେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି। […]

ui
ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ AN-32ର ଏଯାଏଁ କୌଣସି ପତ୍ତା ମିଳିନି।  ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।  ସୁଖୋଇ-୩୦ ଓ ସି-୧୩୦ ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟ ଏହି ଅପରେସନରେ ନିୟୋଜିତ କରାଯାଇଛି। ସର୍ଚ୍ଚ ଅପରେସନ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନା ଉପମୁଖ୍ୟ ରାକେଶ ସିଂ ଭାଦୁରିଆଙ୍କ ସହ କଥା ହୋଇଥିବା ସୂଚନା ମିଳିଛି।  ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିବା […]

Salil-Mitra-
ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ସଲିଲ୍‌: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟରରେ ଲେଖିଛନ୍ତି, ନିଖୁଣ ଅଭିନୟ ପାଇଁ ସଲିଲ ମିତ୍ର ଓଡ଼ିଶାର ଘରେ ଘରେ ପରିଚିତ ଥିଲେ।  ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ। ସଲିଲଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ । ଗତ ୧୨ ତାରିଖରେ […]

mahakasha
ଇସ୍ରୋ ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ୱର: ଇସ୍ରୋ ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ। ଗତକାଲି ଟାଟା ଷ୍ଟିଲ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ମିଳିତ ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ୟାଟ୍ସ-୨୦୧୯। କାର୍ଯ୍ୟକ୍ରମରେ ସାରା ରାଜ୍ୟର ୬୩ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା।  ଏହି ୨୦ ଜଣ ଛାତ୍ରଛାତ୍ରୀ ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତଥା ଇସ୍ରୋ ପରିଦର୍ଶନ କରିବେ। ଅତି ନିକଟରୁ ହାସଲ କରିବେ […]

vlcsnap-error511
ମଣ୍ଡିରେ ଅବ୍ୟବସ୍ଥା, କାଳବୈଶାଖୀରେ ଓଦା ହେଲା ହଜାର ହଜାର କୁଇଣ୍ଟାଲ ଧାନ

ସୁବର୍ଣ୍ଣପୁର:ଓଡ଼ିଶାର ଭାତହାଣ୍ଡି ପଶ୍ଚିମ ଓଡ଼ିଶା। ହେଲେ କାଳବୈଶାଖୀ ଏଠାରେ ସବୁକିଛି ଛାରଖାର କରିଦେଇଛି। କାଳବୈଶାଖୀ ବର୍ଷାରେ ଓଦା ହୋଇ ଯାଇଛି ହଜାର ହଜାର କୁଇଣ୍ଟାଲ ଧାନ।  ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ।  ଅଧିକାଂଶ ଜିଲ୍ଲାର ମଣ୍ଡିରେ ସୁରକ୍ଷିତ ଧାନ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଅବ୍ୟବସ୍ଥା ଯୋଗୁ ଠିକ୍‌ ସମୟରେ ମଣ୍ଡିରୁ ଉଠିପାରୁନି ଧାନ। ଓଦା ଧାନକୁ ଦେଖି ଖୋଲା ଆକାଶ ଜଗି ରହିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା […]

sitalsasthi
ସମ୍ବଲପୁରରେ ଶୀତଳଷଷ୍ଠୀ: ବାବା ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି ସମ୍ପନ୍ନ

ସମ୍ବଲପୁର:ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ଦେବ ବିବାହ ପାଇଁ ଧୁମ୍‌ଧାମ୍‌ରେ ଚାଲିଛି ପ୍ରସ୍ତୁତି।  ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି । ଏହା ପୂର୍ବରୁ ସପ୍ତଋଷି ପଣ୍ଡିତ ମଣ୍ଡଳୀ ଓ ମୁରବୀମାନଙ୍କୁ ସାଙ୍ଗରେ ନେଇ ବିରାଟ ଶୋଭାଯାତ୍ରାରେ କୁଲୁଥକାନି ସ୍ଥିତ କନ୍ୟାପିତାଙ୍କ ଘରକୁ ଯାଇଥିଲେ ବରପକ୍ଷ।  ମହାଦେବଙ୍କ ସହିତ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ […]

nayagarh
କନ୍ୟା ଭ୍ରୁଣ ହତ୍ୟା ଉଦ୍ୟମ ! ନର୍ସିଂ ହୋମ୍‌ରେ ପଡ଼ିଲା ତାଲା

ନୟାଗଡ଼: ନୟାଗଡ଼ରେ ପୁଣି କନ୍ୟାଭ୍ରୁଣ ହତ୍ୟା ଉଦ୍ୟମ ଅଭିଯୋଗ। ବେଆଇନ ଗର୍ଭପାତ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନୟାଗଡ଼ର ଏକ କ୍ଲିନିକ ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ଏକ ଟିମ୍। ନୟାଗଡ଼ ତହସିଲଦାର ଓ ଟାଉନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲା। ଗର୍ଭପାତ ପାଇଁ ଆସିଥିବା ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗରେ ସଂପୃକ୍ତ ଲାବୋରେଟୋରି ମାଲିକ ଶ୍ରୀଧର ପ୍ରଧାନକୁ ଅଟକ ରଖିଛି ପୋଲିସ। […]

bjp-cec-meeting_c45dbcce-83c0-11e9-9324-f283958e02d5
କିଏ ସମ୍ଭାଳିବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ? ଚର୍ଚ୍ଚାରେ ନଡ୍ଡା ଓ ଯାଦବଙ୍କ ନାଁ

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା । ଏବେ ଏହି ପଦରେ ଅଛନ୍ତି ଅମିତ ଶାହ। ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି। ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ କିଏ ଏହି ପଦ ସମ୍ଭାଳିବ ସେ ନେଇ ଦଳୀୟ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି ଶାହ। ଖୁବ ଶୀଘ୍ର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ। ତା […]

JHARKHAND-JAWAN-MAOBADI
ଯବାନଙ୍କ ସହ ଗୁଳି ବିନିମୟ: ୫ ମାଓବାଦୀ ନିହତ

ଦୁମକା: ଝାଡ଼ଖଣ୍ଡର ଦୁମକାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।  ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ୫ ଜଣ ମାଓବାଦୀ ଆହତ ହୋଇଥିବା ଖବର ଆସିଥିଲା। ତେବେ ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଅଧିକାରୀ ଓ୍ୱାଇ ଏସ ରମେଶ କହିଛନ୍ତି, ଆଜି ତଡକେ ନାମକ ସ୍ଥାନରେ ଏସଏସବି ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ। […]

low rainfall
ମୌସୁମୀର ଲୁଚକାଳି ଖେଳ , ଚିନ୍ତାରେ ଚାଷୀ

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମିର ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଆଧା ପରିମାଣରେ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା । ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି । ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ । ତେଣୁ ଧିମେଇ ଯାଇଛି ଚାଷ କାମ । ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି ।

vlcsnap-error784
ଚଢେଇ ଧରିବାର ନିଶାରୁ ଚାଲିଗଲା ଜୀବନ

ମାଲକାନଗିରି: ଚଢେଇ ଧରିବାର ନିଶାରୁ ଶେଷରେ ଚାଲିଗଲା ଜୀବନ। ଚଢେଇ ଧରିବାକୁ ଚଢିଗଲା ବିଦ୍ୟୁତ ଟ୍ରାନ୍ସଫର୍ମରରେ। ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଲେ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପାଟଣାଗୁଡା ଗାଁରେ। ପାଟଣାଗୁଡା ଗାଁର ୭ ବର୍ଷର ବାଳକ ରାଜେନ୍ଦ୍ର ସିସା। ଆଜି ସକାଳେ ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ଏକ ଚଢେଇକୁ ଦେଖିଲା ରାଜେନ୍ଦ୍ର। ଚଢେଇ ଧରିବା ପାଇଁ ତା ପଛେ ପଛେ ଦୌଡୁଥିଲା। ଚଢେଇଟି ଟ୍ରାନ୍ସଫର୍ମର ଉପରେ ଚଢି […]

child-marriage-750x430
ନାବାଳିକା-ନାବାଳକ ବାହାଘର ରୋକିଲା ଚାଇଲ୍ଡ ଲାଇନ

କୋରାପୁଟ:  କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର କାଙ୍ଗ୍ରା ଗାଁରେ ଶନିବାର ଚାଲିଥିଲା ବାଲ୍ୟ ବିବାହ। ଉଭୟ ବର-କନ୍ୟା ଥିଲେ ନାବାଳକ-ନାବାଳିକା। ଜିଲ୍ଲା ଶିଶୁ ସୁରକ୍ଷା ଓ ଚାଇଲଡ଼ ଲାଇନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।  ଦୁଇ ପରିବାରଙ୍କ ସହ ଆଲୋଚନା କରି ସାବାଳକ ହେବା ପର୍ଯ୍ୟନ୍ତ ବିବାହକୁ  ଅଟକାଇବା ପାଇଁ କୁହାଯାଇଛି।

kalpana
କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା  କଳ୍ପନା ଦାଶଙ୍କ ମରଶରୀର।  ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ କଳ୍ପନାଙ୍କ ମରଶରୀରକୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀରକୁ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶହଶହ କ୍ରୀଡାବିତଙ୍କ ସହ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ କଳ୍ପନାଙ୍କ ଶେଷ ଦର୍ଶନ କରିଛନ୍ତି। ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରିବା […]

3
ମା’ ଓ ପତ୍ନୀଙ୍କ ଆଖିରୁ ଶୁଖୁନି ଲୁହ, ବାପାଙ୍କ ମୃତଦେହ ଦେଖି ନିର୍ବାକ ଦୁଇ ଶିଶୁ

ବଲାଙ୍ଗିର: ବାହାରେ ଭଲ କାମ ମିଳିବ, ବେଶ ଦୁଇ ପଇସା ରୋଜଗାର ହେବ। କୁନି କୁନି ଦୁଇ ପିଲାଙ୍କ ମୁହଁରେ ହସ ଫୁଟିବ।  ଏଇ ଆଶାରେ ଘର ଗୋଡ଼ କାଢିଥିଲେ ଭଜନ। ହେଲେ ଘରକୁ ଫେରିଲେ ଶବ ହୋଇ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବେଲପଡ଼ା ଥାନା ଲଥାକେନ୍ଦ ଗାଁର ଭଜନ କଟା । ପରିବାର ପୋଷଣ ଲାଗି ଭଜନ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି […]

rain
ବଢୁଛି ତାପମାତ୍ରା, ୨ ଦିନ ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ୧୦ଟି ସହରର ପାରଦ ୪୦ ଡିଗ୍ରୀରୁ ଅଧିକ ରହିଥିଲା । ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ଥିଲାସବୁଠୁ ଉତ୍ତପ୍ତ ସହର । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବିଳମ୍ବିତ ହେଉଛି ମୌସୁମୀ। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]

hhhhhhhhhhhhhh
ଜଳୁଛି ସାରା ଦେଶ, ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର:ଶୁକବ୍ରାର ରାତିରେ ବର୍ଷା ଓ ପବନ ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶସ୍ତ ମିଳିଛି ଓଡ଼ିଶାବାସୀଙ୍କୁ । ଆଜି ପାଗ ସାମାନ୍ୟ ଥଣ୍ଡା ଥିବା ବେଳେ ତାପମାତ୍ରା ହ୍ରାସ ପାଇଛି। ଅନ୍ୟପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ସାରା ଦେଶ ଜଳୁଛି। ଆଜି ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ରାଜସ୍ଥାନ ଗଙ୍ଗାନଗରରେ ତାପମାତ୍ରା ଶୁକ୍ରବାର ସର୍ବାଧିକ ୪୯.୬ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସାରା ଦେଶରେ ଗ୍ରୀଷ୍ମ ପ୍ରବାହରେ […]

yyyyyyyyyy
ସରକାରୀ ବୈଠକରେ ମୋବାଇଲ୍‌ ଫୋନ୍‌ ବ୍ୟାନ୍‌

ଲକ୍ଷ୍ନୌ: ଏଣିକି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ଯେକୌଣସି ବୈଠକରେ ଯୋଗଦେବା ବେଳେ ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ପାରିବେ ନାହିଁ। କ୍ୟାବିନେଟ୍‌ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କ୍ୟାବିନେଟ୍‌ ଏବଂ ଅନ୍ୟ ସରକାରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା […]