• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

A
୫ ଟୁରିଷ୍ଟଙ୍କୁ ବଞ୍ଚାଇକୁ ଯାଇ ଜୀବନ ହରାଇଲେ ଗାଇଡ୍‌

ଅନନ୍ତନାଗ: ମୃତ୍ୟୁ ପାଖରେ ସମସ୍ତେ ହାର ମାନନ୍ତି । ହେଲେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖେ ମୃତ୍ୟୁ ହାର ମାନେ। ସେମାନେ ମରି ବି ହୁଅନ୍ତ ଅମର। ସେମିତି ଜଣେ ବ୍ୟକ୍ତି ରୋହୁ ଅହମଦ ଦାର ଯିଏ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ […]

346145-bihar14.04.15
ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଓ ରାଜନାଥ

ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନର୍ଥ ବ୍ଲକ ଯାଇ ନିଜ ନିଜ ଦାୟତ୍ୱ ନେଇଛନ୍ତି। ମୋଦି-୨ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ମଧ୍ୟାହ୍ନ ୧୨.୨୨ରେ ଶାହ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲେ। ଶାହ ନିଜ ଅଫିସରେ ପହଞ୍ଚିବା କ୍ଷଣି ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ […]

12
୧୦୮ ଆମ୍ବୁଲାନ୍ସ: ଗୋଟିଏ ଦିନରେ ୨ ଦୁର୍ଘଟଣା, ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: ମୃତ୍ୟୁ ସହ ସଂଘର୍ଷ କରୁଥିବା ମଣିଷ ପାଇଁ ଏକ ଆଶ୍ୱାସନା  ଆମ୍ବୁଲାନ୍ସ। କାରଣ ରୋଗୀକୁ ସୁରକ୍ଷିତ ଭାବେ ଏବଂ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ଦେଇଥାଏ ଆମ୍ବୁଲାନ୍ସ । ହେଲେ ଏବେ ଦେଖିବାକୁ ମିଳୁଛି, ଆମ୍ବୁଲାନ୍ସ ଗୁରୁତର ରୋଗୀ ଓ ସେମାନଙ୍କ ପରିବାର ପାଇଁ ଏକ ଅଜଣା ଭୟ ନେଇ ଆସୁଛି। ବିଶେଷ କରି ସରକାରୀ ୧୦୮ ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଯାତ୍ରା ଯେମିତି ଆଉ ସୁରକ୍ଷିତ ମନେ ହେଉନି। କାରଣ ଆମ୍ବୁଲାନ୍ସ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ରୁସଂଖ୍ୟା […]

jaisanker
ମନ୍ତ୍ରୀ ହେବା ପରେ ପ୍ରଥମ ଟ୍ୱିଟରେ କ’ଣ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ମୋଦି-ଶାହ ଯୋଡ଼ିଙ୍କ ସରପ୍ରାଇଜ୍‌ ପ୍ୟାକେଜ୍‌ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୁରୁବାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜୟଶଙ୍କରଙ୍କୁ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ମିଳିଛି। ଏସ୍‌ ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା କ୍ଷଣି ପ୍ରଥମ ଟ୍ୱିଟ୍‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ ଏହା ମୋର ପ୍ରଥମ ଟ୍ୱିଟ୍‌। ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ […]

labourer
ଦୁବାଇରେ ନିର୍ଯାତିତ ଦାଦନଙ୍କୁ ଉଦ୍ଧାର ପାଇଁ ତତ୍ପରତା, ପରିବାରକୁ ଭେଟିଲେ ସହକାରୀ ଅଧିକାରୀ

ନୟାଗଡ଼: ନୟାଗଡ଼ ଜିଲ୍ଲାର କିଛି ଶ୍ରମିକ ଦୁବାଇରେ ଫସି ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ଶ୍ରମ ବିଭାଗ। ଫସି ରହିଥିବା ଶ୍ରମିକଙ୍କ ଘରକୁ ଆଜି ଯାଇଛନ୍ତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ।  ସେମାନଙ୍କ ପରିବାର ଲୋକଙ୍କୁ ଭେଟି ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଘଟଣାର ପ୍ରାଥମିକ ତଦନ୍ତ ପରେ ଶ୍ରମ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । […]

Jaga-and-Kalia
ଜୁନ୍‌ରେ ଘରକୁ ଫେରିବେ ଜଗା-କାଳିଆ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଆଇସିୟୁ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ତାଙ୍କର ଆଉ ଆବଶ୍ୟକ ନାହିଁ। ସେ ଏବେ ଘରକୁ ଫେରିପାରିବେ। ଏକଥା କହିଛନ୍ତି ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର। ସରକାରୀ ସୂତ୍ର ଅନୁଯାୟୀ, ଜୁନ୍‌ ଶେଷ ସପ୍ତାହରେ ସେମାନଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇ ପାରେ। ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଟିମ୍‌ ଏହି ଯମଜ ଭାଇଙ୍କ […]

fp-1
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରହିପାରନ୍ତି ଧର୍ମେନ୍ଦ୍ର ଓ ପ୍ରତାପ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ, ତା’ହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ମୋଦି ପାର୍ଟ-୧ ସରକାରରେ ମନ୍ତ୍ରୀ ଥିବା ଏକାଧିକ ସାଂସଦ ମୋଦି-୨ରେ ମଧ୍ୟ ରହିବେ। ଏବେ ପିଏମଓଙ୍କ ଅଫିସରୁ ଜଣଙ୍କ ପରେ ଜଣେ ନେତାଙ୍କୁ ଫୋନ ଯିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ମୋଦି-୧ ସରକାରରେ ଥିବା ନୀତୀନ ଗଡ଼କରୀ, ଡିଭି ସଦାନନ୍ଦ […]

oval
କାହାକୁ ମିଳିବ ଓ୍ୱାର୍ଲଡ କପ୍ ଟାଇଟଲ ତାଜ୍

ଓଭାଲ : ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟ ବିଶ୍ୱ ମହାକୁମ୍ଭ। ପ୍ରଥମ ମ୍ୟାଚରେ ମୁକାବଲା କରୁଛନ୍ତି ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ। ଓଭାଲରେ ଖେଳା ଯାଉଥିବା ଏହି ମ୍ୟାଚରେ ୧୦ ଦଳ ଭାଗ ନେଉଛନ୍ତି  ପ୍ରମୁଖ ଦାବିଦାର ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସାଉଥ ଆଫ୍ରିକା। ୪ ବର୍ଷ ପରେ ପୁଣି ଥରେ ଫେରିଛି କ୍ରିକେଟ ଫିଭର। ଏଥର ଇଂଲଣ୍ଡରେ ବିଶ୍ୱମହାକୁମ୍ଭ ଫାଇଟ୍ କରିବେ ଟପ୍ ଟେନ୍ ଟିମ୍। ୪୨ ଦିନରେ ୪୮ ମ୍ୟାଚ୍। ଇଂଲଣ୍ଡ […]

Imran tahir
ବିଶ୍ୱକପର ପ୍ରଥମ ୱିକେଟ୍ ନେଲେ ଏଇ ଖେଳାଳି

ଲଣ୍ଡନ୍: ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଆରମ୍ଭରୁ ରୋମାଞ୍ଚକର ହୋଇଛି। ଚଳିତ ବିଶ୍ୱକପର ପ୍ରଥମ ୱିକେଟ୍ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିରଙ୍କ ନାମରେ ରହିଛି। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ପ୍ରଥମ ଓଭରରେ ସ୍ପିନର ତାହିରଙ୍କୁ ବୋଲିଂ କରିବାକୁ ଦେଇ ସାହସିକ ନିଷ୍ପତ୍ତି ନିଷ୍ପତ୍ତି ନେଇଛନ୍ତି। ତାହିର୍ ସଂସ୍କରଣର ମ୍ୟାଚର ଦ୍ୱିତୀୟ ବଲରେ ହିଁ ୱିକେଟ୍ ନେଇ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥତା ସାବ୍ୟସ୍ତ କରିଛନ୍ତି। ଇଂଲିଶ ଓପ୍ନର ଜନ୍ନି ବେୟାରଷ୍ଟୋ ତାହିରଙ୍କ ସ୍ପିନକୁ ବୁଝିନପାରି […]

download-1
ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା

ଲଣ୍ଡନ: ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆୟୋଜକ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଇଂଲଣ୍ଡ ଆଶା ମୁତାବକ ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିନାହିଁ। ଯୁବ ପେସ୍ ବୋଲର ଜୋଫ୍ରା ଆର୍ଚର ନିଜର ପ୍ରଥମ ବିଶ୍ୱକପ୍ […]

wwwwwwwwwwwwwww
ଏଥର ହତାଶ କରିବ ମୌସୁମୀ. ଜୁନରେ କମ୍ ବର୍ଷିବ

ନୂଆଦିଲ୍ଲୀ: ଧୁ ଧୁ ଖରାରେ ସିଝୁଛି ସାରା ଦେଶ। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ,  ଆଉ କିଛି ଦିନ ପରେ ସ୍ଥଳଭାଗ ଛୁଇଁବ ମୌସୁମୀ । ହେଲେ ଏଥର ଗ୍ରୀଷ୍ମଜନିତ କଷ୍ଟରୁ ନିସ୍ତାର ଦେଇପାରିବ ନାହିଁ ମୌସୁମୀ। କାରଣ ଏଥର ଜୁନ୍‌ରେ କମ୍‌ ବର୍ଷା ହେବ। ଏମିତି ଆକଳନ କରିଛନ୍ତି ସ୍କାଏମେଟର ପାଣିପାଗ ବିଶେଷଜ୍ଞ ଜେପି ଶର୍ମା। ଜୁନ ଓ ଜୁଲାଇ ମାସରେ ମୌସୁମୀ ସକ୍ରିୟ ରହିବ ବୋଲି ଜଣାପଡ଼ିଛି। ତେବେ ଜୁନରେ […]

narendra
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ କିଏ ଆସିବେ, କିଏ ଆସିବେନି ?

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟାର ଅପେକ୍ଷା । ତା ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହିତ ତାଙ୍କ ନୂଆ ଟିମ୍‌ର ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଛି ଭବ୍ୟ ସମାରୋହ। ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ସମସ୍ତ ବ୍ୟବସ୍ଥା ସରିଛି। ତେବେ କିଏ ଆସିବେ ମୋଦିଙ୍କର […]

22222222
କପିଲ ଶର୍ମାଙ୍କ ଶୋ’ରେ ଦୂତୀ

ନୂଆଦିଲ୍ଲୀ:ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ। ଏଥର ଆଉ ଏକ ସଫଳତାକୁ ନେଇ। ସୋନି ଚ୍ୟାନେଲରେ ବହୁଳ ପ୍ରସାରିତ  କପିଲ ଶର୍ମା ସୋ’ରେ ଭାଗ ନେଇଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ । ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଲୋକପ୍ରିୟ ଶୋ’ ରେ ଭାଗ ନେଉଛନ୍ତି। ଏଥିପାଇଁ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଥିବା ଦୂତୀ ତାଙ୍କ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି, ‘କପିଲ ଶର୍ମା ଶୋ’ରେ ପାଦ ଥାପିଥିବାରୁ ମୁଁ ବହୁତ ଆନନ୍ଦିତ।’ […]

2
ଏମାନଙ୍କୁ ବି ମିଳିଲା ମନ୍ତ୍ରିପଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨୦ ମନ୍ତ୍ରୀ। ୧୧ ଜଣ କ୍ୟାବିନେଟ ଓ ୯ ଜଣ ରାଜ୍ୟ ପାହ୍ୟା । ଚିହ୍ନନ୍ତୁ ୯ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କୁ। ୧-ସମୀର ରଂଜନ ଦାସ-ସ୍କୁଲ ଓ ଗଣଶିକ୍ଷା ବିଭାଗ ୨-ଅଶୋକ ପଣ୍ଡା-ବିଜ୍ଞାନ, ପ୍ରଯୁକ୍ତି ଓ ଭିନ୍ନକ୍ଷମ ବିଭାଗ ୩-ଦିବ୍ୟଶଙ୍କର ମିଶ୍ର-ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ବିଭାଗ ୪-ଜ୍ୟୋତିପ୍ରକାଶ ପାଣିଗ୍ରାହ-ପର୍ଯ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି ବିଭାଗ ୫-ଜଗନ୍ନାଥ ସାରକା- […]

NAVVEN TEAM
ଶପଥଗ୍ରହଣ କରିବା ପରେ ଭାବ ବିହ୍ୱଳ ହୋଇ ଏମିତି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଗାତାର ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା କିଛି କମ୍‌ କଥା ନୁହେଁ। ହେଲେ ନିଜ ସଫଳତାକୁ ଖୁବ୍‌ ସହଜରେ ହାସଲ କରିପାରିଛନ୍ତି ନବୀନ ପଟ୍ଟନାୟକ। ଆଜି ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡ଼ିଥିଲେ ନବୀନ। ଦୀର୍ଘ ୧୯ ବର୍ଷର ଯାତ୍ରାକୁ ମନେ ପକାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ସେ ଆଜି ତାଙ୍କ ଟ୍ୱିଟରେ କହିଛନ୍ତି, ରାଜ୍ୟର ସାଢେ ୪ କୋଟି ପରିବାରର […]

new-team-1
ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ଆଜି ଏକ ଭବ୍ୟ ସମାରୋହରେ ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରୀମାନଙ୍କୁ ମିଳିଛି ସେମାନଙ୍କ ବିଭାଗ। ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ। ୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ ୨-ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ୩-ପ୍ରଫୁଲ୍ଲ ମଲ୍ଲିକ-  ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, […]

ee
ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେନି ବିଜେପି ବିଧାୟକ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆଜି ଆୟୋଜିତ ହୋଇଥିଲା ଭବ୍ୟ ସମାରୋହ। ହେଲେ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଜେପି ବିଧାୟକ ଯୋଗ ଦେଇନାହାନ୍ତି । ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ତାଙ୍କୁ ନିମନ୍ତ୍ରଣ କରାଯାଇନି । ଗୃହ ବିଭାଗ (ପ୍ରୋଟୋକଲ୍) ପକ୍ଷରୁ ଏନେଇ କୌଣସି ସୂଚନା ତାଙ୍କୁ ମିଳିନି କିମ୍ବା ବିଜେଡି ପକ୍ଷରୁ […]

BAIJAYANTPANDA
ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ନିଜ ନୂଆ ମନ୍ତ୍ରୀମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇବା ପରେ ଏହାକୁ ରି-ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି, ବିଜେପିର […]

tusharkanti
ଶପଥ ନେଲା ପରେ କ’ଣ କହିଲେ ନୂଆ ମନ୍ତ୍ରୀ

ଭୁବେନଶ୍ୱର: ୫ମ ପାଳି ଶାସନ ଦାୟିତ୍ୱ ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧୦୯ ନିର୍ବାଚନରେ ବିପୁଳ ବହୁମତ ପାଇ ବିଜୟୀ ହେବା ପରେ ଆଜି ନଜର ନୂଆ ଟିମ୍‌ ସହ ଶପଥ ଗ୍ରହଣ କରିଛନ୍ତି। ନୀବନଙ୍କ ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ଅନେକ ପୁରୁଣାଙ୍କୁ ହଟେଇ ନୂଆ ମୁହଁକୁ ଏହି ଟିମ୍‌ରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂଆ ମୁହଁ ମଧ୍ୟରେ ଅଛନ୍ତି କାକାଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ କୋଟପାଡ […]