• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

representational image
ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା !

ଜଳେଶ୍ୱର: ବାଲେଶ୍ୱର କମର୍ଦ୍ଦା ଥାନା ଅନ୍ତର୍ଗତ କୁରୁଣ୍ଠିଆପଦା ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ କରୁଠିଆ ଗାଁର ରତନ ଦାସ ଓରଫ୍ ଜଗା। ଗତକାଲି ରାତିରେ ଜଗାକୁ କେହି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।  ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଗା ଗାଁ ରାସ୍ତାରେ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। ଏହି ସମୟରେ କିଛି ଗାଡ଼ି ମାଲିକଙ୍କ ସହ ତା’ର […]

corona
ଭାରତରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୩୪ ହଜାର ୮୮୪ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଆଜି ବି ଦେଶରେ ସମାନ ସ୍ଥିତିରେ ରହିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦିନକରେ ୬୭୧ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହ ଦେଶରେ  ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି । ସୂଚନା ଥାଉ କି, ଦେଶରେ ୩ ଲକ୍ଷ ୫୮ ହଜାର ୬୯୨ଜଣ ଆକ୍ରାନ୍ତ […]

roshni
ଦେଶର ଏଇ ଧନୀ ମହିଳା ଜଣକ କିଏ ? କେତେ ତାଙ୍କର ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ: ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା। ଜାଣନ୍ତି ସେ କିଏ ? କେତେ ତାଙ୍କ ସମ୍ପତ୍ତିର ମୂଲ୍ୟ ? ଶୁକ୍ରବାର ସକାଳେ, HCL ଟେକ୍ ଚେୟାରମ୍ୟାନ୍ ଶିବ ନାଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହାର କିଛି ସମୟ ପରେ ତାଙ୍କ ଝିଅ ରୋଶନୀ ନାଦର HCL ଟେକ୍‌ର ମଙ୍ଗ ସମ୍ଭାଳିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ରୋଶନୀ ନାଦରଙ୍କୁ ନେଇ ବେଶ ଚର୍ଚ୍ଚା। ନୂଆ ଦାୟିତ୍ୱ ଗ୍ରହଣ ପରେ  ରୋଶନୀ […]

doctor
‘ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କରିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ଗୁଡିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତାବନୀ ଦେଇଛନ୍ତି। ହଟ୍‌ସ୍ପଟ୍‌ ଜିଲ୍ଲା ଗୁଡିକରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କରିଲେ,ସମ୍ପୃକ୍ତ ହସ୍ପିଟାଲ ଓ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଚେତାବନୀ ଦେଇଛନ୍ତି। କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସା ନ କରିବା ନୀତିଗତ ଭୁଲ୍ ଓ ବେଆଇନ୍‌। ଯଦି କେଉଁ ହସ୍ପିଟାଲ କିମ୍ବା କ୍ଲିନିକ୍ ଚିକିତ୍ସା କରୁ […]

squrall
‘ମତେ ବି ଟୋପେ ଦିଅ...’ ମଣିଷ ପରି କେମିତି ପାଣି ମାଗୁଛି ଗୁଣ୍ଡୁଚିମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଣ୍ଡୁଚିମୂଷାର(Squirrel)ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଗୁଣ୍ଡୁଚିମୂଷାକୁ ଶୋଷ ଲାଗୁଛି। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋତଲ ଦେଖି ଗୁଣ୍ଡୁଚିମୂଷାଟି ପାଣି ପିଇବା ପାଇଁ ବ୍ୟକ୍ତିଙ୍କ ପାଖକୁ ଯାଉଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି। Squirrel asking for water…. pic.twitter.com/JNldkB0aWU — Susanta Nanda IFS (@susantananda3) […]

anchor
ଚାଲିଥିଲା LIVE ନ୍ୟୁଜ୍, ‌ହଠାତ୍‌ ଆଙ୍କରଙ୍କ ଭାଙ୍ଗିଗଲା ଦାନ୍ତ; ତା’ପରେ...

ନୂଆଦିଲ୍ଲୀ: ଯଦିଓ ହଠାତ୍ ତାଙ୍କର ଦାନ୍ତ ଭାଙ୍ଗି ଯାଇଥିଲା, ତଥାପି ସେ ପୂରାପୂରି ଶାନ୍ତ ଥିଲେ। ଆଉ ଚାଲୁ ରଖିଥିଲେ ତାଙ୍କର ଲାଇଭ୍‌ ନ୍ୟୁଜ୍‌ ପ୍ରୋଗ୍ରାମ୍‌। ଲାଇଭ୍‌ ସମୟରେ ନ୍ୟୁଜ୍‌ ଆଙ୍କରମାନେ ସବୁବେଳେ ନିଜକୁ ପୂରାପୂରି ପ୍ରସ୍ତୁତ ରଖିବା ସହ ପ୍ରଫେସନାଲ୍‌ ହୋଇଥାନ୍ତି। ଏବେ ଏମିତି ଜଣେ ନ୍ୟୁଜ୍‌ ଆଙ୍କରଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ୟୁକ୍ରେନ୍‌ର ଜଣେ ନ୍ୟୁଜ୍‌ ଆଙ୍କର ନ୍ୟୁଜ୍‌ ପଢ଼ୁଥିବା ସମୟରେ ହଠାତ୍ ତାଙ୍କର ଆଗ ଦାନ୍ତ ଭାଙ୍ଗି ଯାଇଥିଲା। ଲାଇଭ୍ broadcast ସମୟରେ […]

paradip iocl
୨୨ ଦିନ ସଟ୍‌ଡାଉନ୍‌ ହେବ ପାରାଦୀପ IOCL

ପାରାଦୀପ: ୨୨ଦିନ ସଟ୍‌ଡାଉନ୍‌ ହେବ ପାରାଦୀପ IOCL। ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏ ପାରାଦୀପ ସ୍ଥିତ IOCL ତୈଳ ବିଶୋଧନାଗାରକୁ ସଟ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ IOCLକୁ ସଟ୍‌ଡାଉନ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ୨୦୧୮ ମାର୍ଚ୍ଚ ପରଠୁ ଏଯାବତ ମେଣ୍ଟେନାନ୍ସ କାର୍ଯ୍ୟ ହୋଇନାହିଁ। ତେଣୁ ଏ‍ବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ ଓ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। […]

୦୦୦୦୦୦୦୦୦୦୦
ବଦଳିଲେ କାମ୍ପା ଦୁର୍ନୀତିରେ ସଂପୃକ୍ତ ରେଞ୍ଜର

ଭୁବନେଶ୍ୱର: ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ଆସିଥିବା ପ୍ରାୟ ୭୭ ଲକ୍ଷ ଟଙ୍କା ହେରଫେର ଘଟଣାର ପର୍ଦ୍ଦାଫାଶ ଓଟିଭିରେ ହେବା ପରେ ରେଞ୍ଜର ଅଜୟ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଭୁବନେଶ୍ୱର RCCFକୁ ବଦଳି କରାଯାଇଛି।  ସୂଚନାଥାଉ କି, ଅଜୟ ଉଭୟ ବାଲୁଗାଁ ଓ ଟାଙ୍ଗି ରେଞ୍ଜ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ, ଖୋର୍ଦ୍ଧା ଫରେଷ୍ଟ ରେଞ୍ଜର ଉତ୍ତମ ଗଡ଼ନାୟକଙ୍କୁ ବାଲୁଗାଁ ରେଞ୍ଜକୁ ବଦଳି କରାଯାଇଛି ଏବଂ ରଣପୁର ଫରେଷ୍ଟ ରେଞ୍ଜର ଶରତ […]

puri
ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ପରିବେଶର ସୁରକ୍ଷା ଜରୁରୀ

ଭାରତରେ ଥିବା ଚାରିଧାମରୁ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଜଗନ୍ନାଥ କଳିଯୁଗର କଳ୍କୀ ଅବତାର ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି। ଫ୍ରାନ୍ସର ପ୍ରଖ୍ୟାତ…

pak
ଇସ୍‌ଲାମାବାଦରେ ହିନ୍ଦୁ ମନ୍ଦିର ନିର୍ମାଣକୁ ସ୍ୱାଗତ କଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ପାକିସ୍ତାନରେ ମନ୍ଦିର ନିର୍ମାଣକୁ ଜୋରଦାର ବିରୋଧ କରାଯାଉଥିବାବେଳେ ପାକିସ୍ତାନର ଜଣେ ମନ୍ତ୍ରୀ ଆଶ୍ୱାସନା ଦେଇ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି। Khyber Pakhtunkhwa ବିଧାନ ସଭାର ଜଣେ ମନ୍ତ୍ରୀ ମନ୍ଦିର ନିର୍ମାଣକୁ ସମର୍ଥନ କରି ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି ଶୁକ୍ରବାର କହିଛନ୍ତି। ଏହି ମନ୍ତ୍ରୀ ଜଣକ ହେଉଛନ୍ତି ରବି କୁମାର ଓ ସେ Khyber Pakhtunkhwa ବିଧାନସଭାର ଜଣେ ମନ୍ତ୍ରୀ। ପୂର୍ବରୁ ଇସ୍‌ଲାମାବାଦରେ କୃଷ୍ଣମନ୍ଦିର […]

Dahi Chingudi Tarkari
ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ,ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଓ ତେଲ। How to Prepare Dahi Chingudi Tarkari  ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳାପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ,କଞ୍ଚାଲଙ୍କା ଓ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବରେ ବାଟି ଚିଙ୍ଗୁଡ଼ିରେ ମିଶାନ୍ତୁ। ଏ ସବୁକୁ କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ। ଅଳ୍ପ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ ଦିଅନ୍ତୁ। […]

corona
ବଲାଙ୍ଗିରରେ ଟିଭି ସାମ୍ବାଦିକ କରୋନାରେ ଆକ୍ରାନ୍ତ

ବଲାଙ୍ଗିର: ‍ବଲାଙ୍ଗିରରେ ଆଜି ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଟିଭି ସାମ୍ବାଦିକ ଅଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗିରରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨୪୬ଜଣ ସୁସ୍ଥ ହୋଇଥିବାବେଳେ ୩୬ଜଣ ଚିକିତ୍ସାଧୀନ ଅଛନ୍ତି।

corona
କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଚାହୁଁଛନ୍ତି କି ?‌ ଆପଣାନ୍ତୁ ଏହି ୭ଟି ସହଜ ଉପାୟ

ସାରା ଦେଶରେ ମହାମାରୀ କରୋନା ଏହାର କାୟାର ବିସ୍ତାର କରି ଚାଲିଛି। ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ଟପିଛି। ଯାହା ଏବେ ଚିନ୍ତାଜନକ। ସଂକ୍ରମଣକୁ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଧିକ ସଂକ୍ରମିତ ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ଯଦି ଏଦିଗରେ ଲୋକମାନେ ସଚେତନତା ଓ ସତର୍କତା ଅବଲମ୍ବନ କରିବେ ତା’ହେଲେ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ […]

fire
ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ, ବାପା ଗୁରୁତର

ବାଙ୍କୀ: କଟକ ଜିଲ୍ଲା ବାଙ୍କି ଟାଉନରେ ଚର୍ଚିକା ସାହି ଭିତରେ ଆଜି ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରିର ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ହେଉଛି ରାଜା ସାହୁ(୨୫)। ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ମଧ୍ୟ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ଅନୁଯାୟୀ, ଚର୍ଚିକା ସାହି ଭିତରେ ଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଆଜି ୧୧ଟା ବେଳେ ହଠାତ୍‌ ବିସ୍ଫୋରଣ […]

sushant
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ଆଦିତ୍ୟ ଚୋପ୍ରାଙ୍କୁ ୩ ଘଣ୍ଟା ଜେରା କଲା ପୋଲିସ

ମୁମ୍ବାଇ(ସୁରେଶ ଦାଶ): ଏବେ ବି ରହସ୍ୟ ଘେରରେ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା। ସୁଶାନ୍ତ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କାହାରି ସଂପୃକ୍ତି ରହିଛି ତାହାର ରହସ୍ୟ ଏବେ ବି ଖୋଲି ପାରିନି ପୋଲିସ୍‌। ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ। ଏହା ପୂର୍ବରୁ ଏହି […]

coronavirus
ଆଜି କଟକରୁ ୧୧ କରୋନା ପଜିଟିଭ୍‌ ଚିହ୍ନଟ

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୩ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୮ ଜଣ ସୁସ୍ଥ ହୋଇଛନ୍ତି। ୧୩୯ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।