ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁ ଖାଉଟି ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗର ପ୍ରିଣ୍ଟର ଆବଶ୍ୟକତା ନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ହିତାଧିକାରୀମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିନା ଫିଙ୍ଗର ପ୍ରିଣ୍ଟରେ ସେମାନଙ୍କ ଖାଦ୍ୟ ସାମଗ୍ରୀ ଡିଲର ଠାରୁ ସଂଗ୍ରହ କରିପାରିବେ। କରୋନା ସଂକ୍ରମଣକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି। […]
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ସିଡିପିଓ ଜାନକୀ ଦାସ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ଅନୁଯାୟୀ, ଡ୍ରାଇଭର ରାଜ କିଶୋର ନାୟକଙ୍କର ୨୦୧୯ ଜୁଲାଇ ମାସରୁ ଦରମା ବକେୟା ଥିଲା। କିଛି ଦିନ ତଳେ କାର୍ଯ୍ୟାଳୟକୁ ହାତପାଣ୍ଠି ଅର୍ଥ ଆସିଥିଲା। […]
କଟକ: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ପଚରାଉଚରା କଲା ଜିଆରପି। କଟକ କାଜିବଜାର ସ୍ଥିତ ଘରକୁ ଯାଇ ବିଦ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଜେରା କରିଛି ଜିଆରପି। ଆଦିତ୍ୟ, ବିଦ୍ୟାଶ୍ରୀଙ୍କ ପାରିବାରିକ ଜୀବନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ଘଣ୍ଟାଏ ଧରି ଜେରା କରିଥିଲା ଜିଆରପି। ଜିଆରପିର ଡିଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପଚରାଉଚୁରା କରିଥିଲେ। ପୂର୍ବରୁ ଜିଆରପି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ […]
ଭୁବନେଶ୍ୱର: କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଦୁର୍ନୀତିଗ୍ରସ୍ତ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟୁଥିବା କହିଛନ୍ତି ନିରଞ୍ଜନ। ଏଥିସହିତ କରୋନା ଅନେକ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି କରିଛି। ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି, ହେଲେ ପଦକ୍ଷେପ ଶୂନ୍ ବୋଲି ନିରଞ୍ଜନୟ କହିଛନ୍ତି। କରୋନା ଯୋଦ୍ଧାଙ୍କ ପାଇଁ କିଟ୍ ଗାଇଡଲାଇନ୍ […]
ଭୁବନେଶ୍ୱର: ରାଜଧାନୀକୁ ଚିନ୍ତା ଲୋକାଲ କେଶ୍। ଭୁବନେଶ୍ୱର ସହରରେ ଆଉ ୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୬। ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୪୯୪ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୬୨୪ ଆକ୍ଟିଭ କେସ୍ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। କେଉଁ ଅଞ୍ଚଳରୁ […]
ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି, ମୃତ ମହିଳା ପ୍ରିୟଙ୍କାଙ୍କ ସହ ମୋ ପୁଅ ଜଗନ୍ନାଥଙ୍କର ସମ୍ପର୍କ ଥିଲା। ବିବାହ ପୂର୍ବରୁ…
ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। କୋଭାକ୍ସିନର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରୟୋଗ ସଫଳ ହେଉଥିବା ହର୍ଷବର୍ଦ୍ଧନ କହିଛନ୍ତି। ସ୍ୱଦେଶୀ କରୋନା ଭାକ୍ସିନର ମାନବିକ ପରୀକ୍ଷଣ ଆରମ୍ଭ ହୋଇଯାଇଛି। ମନୁଷ୍ୟଙ୍କ ଉପରେ ପରୀକ୍ଷଣରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ୨ ଦଫାରେ ମାନବ ପରୀକ୍ଷଣ ହେବ, ୧୪ଟି ଜାଗାରେ ପରୀକ୍ଷଣ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି […]
ଭୁବନେଶ୍ୱର: ମହାମାରୀ କରୋନାକୁ ହରାଇ ସୁସ୍ଥ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏଭଳି ସଙ୍କଟ ସମୟରେ ବୃଦ୍ଧ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୮୫ ବର୍ଷିୟ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷିୟା ସାବିତ୍ରୀ ପତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୫ ବର୍ଷିୟ ସୁରେନ୍ଦ୍ର ପତି ଏବେ କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ବି […]
ଭୁବନେଶ୍ୱର: କରୋନା ମହାମାରୀ ଉପରେ ଓଡ଼ିଶାବାସୀଙ୍କୁ ସଚେତନ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଟ୍ୱିଟ୍ ମାଧ୍ୟମରେ ଓଡ଼ିଆଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ ଭିଡିଓରେ କହିଛନ୍ତି। ଏଥିସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ସରକାରଙ୍କ ସମସ୍ତ ନିୟମ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି। ଯେଉଁମାନେ ପ୍ରଶାସନିକ […]
ଜୟପୁର: ରାଜସ୍ଥାନରେ କଂଗ୍ରେସର ଅନ୍ତଃ କଳିରେ ପ୍ରଥମଥର ପାଇଁ ମୁହିଁ ଖୋଲିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। କଂଗ୍ରେସର ଅନ୍ତଃ କନ୍ଦଳରେ ରାଜ୍ୟବାସୀଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି ବୋଲି ଟ୍ୱିଟ୍ କରିଛନ୍ତି ବସୁନ୍ଧରା। ସେ ଟ୍ୱିଟ୍ କରି ଲେଖିଛନ୍ତି “ଏହା ଦୁର୍ଭାଗ୍ୟ ଯେ କଂଗ୍ରେସର ଅନ୍ତଃ କଳିରେ ରାଜସ୍ଥାନବାସୀଙ୍କୁ ମୂଲ୍ୟା ଦେବାକୁ ପଡ଼ୁଛି। ଯେଉଁ ସମୟରେ କୋଭିଡ-୧୯ ରାଜ୍ୟରେ ୫୦୦ ଲୋକଙ୍କ ଜୀବନ ନେଲାଣି ଓ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ପାର୍ କଲାଣି ସେପରି […]
ନୂଆଦିଲ୍ଲୀ: ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠିକୁ ମହିଳାମାନେ ଯାଇପାରବେ ନାହିଁ। ଏମିତି ବି କିଛି ମନ୍ଦିର ଅଛି ସେଠାକୁ ପୁରୁଷମାନେ ମଧ୍ୟ ଯାଇପାରିବେ ନାହିଁ। କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛି, ଯେଉଁଠି ମହିଳାମାନେ ଭଗବାନଙ୍କୁ ପୂଜା କରିଥାନ୍ତି। ଏହି ମନ୍ଦିର ହେଉଛି ଦେଶର ଏକମାତ୍ର ମନ୍ଦିର ,ଯେଉଁଠାରେ ମହିଳାମାନେ ପୂଜା କରିଥାନ୍ତି। ଏହି ମନ୍ଦିରଟି ଉତ୍ତରପ୍ରଦେଶର ଫୁନାଲ୍ନାରାୟଣ ମନ୍ଦିର। ଏହି ମନ୍ଦିରରେ ଅନେକ ରୋଚକ ରହସ୍ୟ […]
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ୬୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆରୋଗ୍ୟ ଙ୍କ ସଂଖ୍ୟା ୧୧,୯୩୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୨୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ମାଲକାନଗିରିରୁ ୨୧, ପୁରୀ […]
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ତଥା ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମନ୍ଦିର ନିର୍ମାଣ ସଂପର୍କରେ କେତେକ ନିଷ୍ପତ୍ତି ହୋଇଛି। ମନ୍ଦିର ମୂଳଦୁଆ ପକାଇବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦୁଇଟି ତାରିଖ ଅଗଷ୍ଟ ୩ ଓ ଅଗଷ୍ଟ ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହି […]
ନୂଆଦିଲ୍ଲୀ: ଫେସ୍ବୁକ୍ ପରେ ଏବେ ଟ୍ୱିଟର ବହୁଳ ବ୍ୟବହାର ହେଉଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଟ୍ୱିଟର୍ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଟ୍ୱିଟର୍ରେ ମଜାଳିଆ ଫଟୋ ଓ ଭିଡିଓ ଦେଖିବାକୁ ମିଳିଥାଏ। ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସେ ଓ ଦେଖୁ ଦେଖୁ ଏହା ଖୁବ୍ ଭାଇରାଲ୍ ହୋଇଯାଏ। କିଛି ଲୋକ ମଧ୍ୟ ଏଭଳି ମଜାଦାର ଚକ୍ଷୁସୁଲଭ ଭିଡିଓ ବା ମେମ୍ (ହସରୋଳ ସୃଷ୍ଟି କରୁଥିବା ସ୍ୱଳ୍ପ ଅବଧି ଯୁକ୍ତ […]
ଶ୍ରୀନଗର: ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଲାଗି ରହିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ ସୁରକ୍ଷାର ଆଶ୍ୱାସନା ଦେଇଛି ସେନା। ଏହି ଯାତ୍ରା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ବିନା ଭୟରେ ଶ୍ରଦ୍ଧାଳୁମାନେ ଯେପରି ଯାତ୍ରା ସଂପନ୍ନ କରିବେ ସେଥିପ୍ରତି ସେନା ସଜାଗ ରହିଛି ବୋଲି […]