• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Lambda variant
ଡେଲ୍‌ଟା ପରେ ଡରେଇଲାଣି ଲେମ୍ବଡା ଭାରିଏଣ୍ଟ 

ମନରୁ ଡେଲ୍‌ଟାର ଭୟ ଛାଡ଼ିନି, ପୁଣି ମାଡ଼ି ଆସିଲାଣି ଲେମ୍ବଡା ଭାରିଏଣ୍ଟ। ଗବେଷକଙ୍କ କହିବା ଅନୁଯାୟୀ ଏହା ଡେଲ୍‌ଟାଠାରୁ ଅଧିକ ସଂକମିତ।

MURDER
ପାରିବାରିକ କଳହର କରୁଣ ପରିଣତି : ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରୋଷେଇ କରିବାକୁ ମନା କରିବାରୁ ସୈତାନ ପାଲଟିଲା ସାତ ଜନମର ସାଥୀ । ପ୍ରେମ ବିବାହର ୩ ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ସବୁ ଦିନ ଖୁସିରେ ରଖିବାର କଥା ଦେଇ ଘରକୁ ଆଣିଥିବା ଲକ୍ଷ୍ମୀକୁ ଜୀବନରୁ ମାରି ଦେବାପରେ ବେଡ୍ ଭିତରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ଆଉ ତା’ପରେ ସହର ଛାଡ଼ି ଫେରାର ମାରିଥିଲା ସ୍ୱାମୀ । ତେବେ ଦୁଇ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସକୁ ସୂଚନା ଦେଇଥିଲେ ପଡ଼ୋଶୀ । ଏବେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।

Schools To Reopen
ଜୁଲାଇ ୧୬ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ୍‌

କରୋନା ସଂକ୍ରମଣ କମିବା ପରେ ହରିୟାଣା ସରକାର ରାଜ୍ୟରେ ପ୍ରାଇଭେଟ ଓ ସରକାରୀ ସ୍କୁଲ୍‌ ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ୍‌ ସ୍କୁଲରେ ଅଫ୍‌ଲାଇନ୍‌ କ୍ଲାସ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି। 

rayagada hospital
ମେଡିକାଲ୍‌ର ୩ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ମେଡିକାଲ୍‌ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

corona virus
ପୁଣି ଚିନ୍ତା ବଢାଇଲା କରୋନା ମୃତ୍ୟୁ, ଆଜି ହଜାରେ ଟପିଲା

କରୋନାର ୨ୟ ଲହର ଫେରିନି। ସଂକ୍ରମଣ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ। ଏପରି ସ୍ଥଳେ ଅନେକ ଲୋକ କୋଭିଡ-୧୯ କଟକଣା ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି। ଲୋକଙ୍କର ଏପରି ମନୋଭାବ ଭାଇରସକୁ ଖୋଲା ନିମନ୍ତ୍ରଣ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ।

Missing Children
‘ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ’

‘ମୋ ଝିଅ କିଛି ଜାଣି ନାହିଁ। ସେ ଛୋଟ ପିଲା, ତାକୁ କିଡ୍‌ନାପ୍‌ କରାଯାଇଛି। ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ।’ ଅପହୃତ ଜଣେ ନାବାଳିକା ବାପାଙ୍କର ଏ ହେଉଛି ପୋଲିସ ନିକଟରେ ନିବେଦନ।

India vs Sri Lanka series
ଶ୍ରୀଲଙ୍କା କ୍ରିକେଟ ଟିମ୍‌ରେ ପଶିଲା କରୋନା, ଜୁଲାଇ ୧୩ରେ ହେବନି ଭାରତ-ଶ୍ରୀଲଙ୍କା ସିରିଜ୍‌

ବିଳମ୍ବରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ। ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ଦୁଇଜଣ ଷ୍ଟାଫ୍ କରୋନା ଆକ୍ରାନ୍ତ ହେବା ପରେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି।

coronavirus
ବାହାରିଲେ ୨,୩୩୪ ସଂକ୍ରମିତ, ଆଖି ବୁଜିଲେ ୫୮

ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ସନ୍ତୋଷଜନକ ନୁହେଁ। ମୃତ୍ୟୁ ସଂଖ୍ୟା ତ ଆହୁରି ଚିନ୍ତାଜନକ। ଜାଣନ୍ତୁ, ୨୪ ଘଣ୍ଟା ମଧ୍ୟରେ କେଉଁଠୁ କେତେ ପଜିଟିଭ ବହାରିଲେ ଏବଂ କେତେ ଆଖି ବୁଜିଲେ।

vaccination of pregnant women
ଗର୍ଭବତୀଙ୍କୁ ଟିକାକରଣ ପାଇଁ SOP ଜାରି କଲେ ରାଜ୍ୟ ସରକାର

ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି।

Ratha yatra in surat town
୫୯୦ ‍‍‍‍‍‍‍ବର୍ଷ ଧରି ଏଠି ପାଳିତ ହେଉଛି ରଥଯାତ୍ରା

ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ ଓ ଘଣ୍ଟ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ।

Puri
ଆଜି ସଟ୍‌ଡାଉନ୍‌ ହେବନି ପୁରୀ

ମଝିରେ ଆଉ ମାତ୍ର ଗୋଟିଏ ଦିନ। ଏହାପରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Superstition
ଅନ୍ଧବିଶ୍ୱାସ ହେଲା କାଳ, ଚେଙ୍କ ନେଇ ଗଲା ଜୀବନ

ମୁର୍ଖାମୀ କୁହନ୍ତୁ କିମ୍ବା ପାରମ୍ପରିକ ବିଶ୍ୱାସ। ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳି ପାରୁନି ମଣିଷ। ଗତ ମାସ ୧୯ ତାରିଖରେ ଯାହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଥିଲା ଗଂଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ

Mother Dies Of Snakebite
ପୁଅକୁ ବଂଚାଇବା ଲାଗି ନିଜ ଜୀବନ ଦେଇଦେଲା ମାଆ

ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ

Ratha Jatra
ପାଖେଇ ଆସୁଛି ଘୋଷଯାତ୍ରା: ଆଜି ନବଯୌବନ ଦର୍ଶନ

ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି

bjd-bjp politics
ପିଏମ ଆବାସକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ, ପୋଲିସ ମୁତୟନ

ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍‌ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି

Corona Virus
ଲକଡାଉନ୍‌ ଓ ସପ୍ତାହନ୍ତ ସଟଡାଉନ୍‌ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ

IPS Reshuffle In Odisha
IPS ସ୍ତରରେ ଅଦଳବଦଳ

IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିବାବେଳେ ନବରଙ୍ଗପୁର ଏସପି ହୋଇଛନ୍ତି ପି.ଏସ୍. ପରଶୋତ୍ତମ ଦାସ। ସେହିପରି ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଜିଲ୍ଲାର ନୂଆ ଏସପି

Bhadrak Farmer Problem
ବର୍ଷା ନାହିଁ, ଜମି ଫାଟି ଆଁ କଲାଣି: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା

Lav Agarwal
ଦେଶର ୯୦ ଜିଲ୍ଲାରେ ରହିଛି ୮୦ ପ୍ରତିଶତ ସଂକ୍ରମଣ

୬୬ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଓଡ଼ିଶାର ୨ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ଥିବା କହିଛନ୍ତି ଲବ୍ ଅଗ୍ରୱାଲ। ସେପଟେ ଗର୍ଭବତୀ ମହିଳା ଟିକା ନେବା ଜରୁରୀ ବୋଲି କହିଛନ୍ତି ଡାକ୍ତର ଭି.କେ. ପଲ୍।

COVID-19 vaccine
ଫାଇଜର ଟିକା ନେଲେ ନେବାକୁ ପଡ଼ିବ ତୃତୀୟ ଡୋଜ୍‌

କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ ବୋଲି ଫାଇଜର ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡିଛି।

 Torturing Minor Daughter Case
ଶିଶୁକୁ ନିର୍ଯାତନା ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି

barsh-anubhab
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ।

Union Ministers
ମୋଦିଙ୍କ କ୍ୟାବିନେଟ୍‌ର ସବୁଠୁ ଧନୀମନ୍ତ୍ରୀ କିଏ?

ମୋଦି କ୍ୟାବିନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ପ୍ରଧାନମନ୍ତ୍ରୀ ତାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ସୂଚନା ଅନୁସାରେ, ତାଙ୍କ ପାଖରେ ୩୭୯ କୋଟି ଟଙ୍କା ରହିଛି। କଂଗ୍ରେସ ଶାସନ ସମୟରେ ବି ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ।

sunabesh of lord jagannath
ମହାପ୍ରଭୁଙ୍କ ସୁନା ବେଶରେ ସବୁ ସୁନା, ହେଲେ ଗୋଟିଏ ରୂପା

ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..

Narayan Rane
ଦିନେ ଚିକେନ୍‌ ଦୋକାନୀ ଥିଲେ, ଏବେ କ୍ୟାବିନେଟ୍‌ ମନ୍ତ୍ରୀ

ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ | ଶିବସେନାରୁ ନିଜ ରାଜନୀତି ଆରମ୍ଭ କରିଥିବା ନାରାୟଣ ରାଣେ ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। କେବଳ ସେ କ୍ୟାବିନେଟ୍‌ ମନ୍ତ୍ରୀ ନୁହେଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ Micro, Small and Medium Enterprises ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ପାଇଛନ୍ତି