ଭୁବନେଶ୍ୱର: ଆଉ ଭୁବନେଶ୍ୱର କିମ୍ବା କଟକକୁ ବିଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ ଆସିପାରିବେନି କୋଭିଡ୍ ଆକ୍ରାନ୍ତ। ଏ ଦୁଇ ସହରର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ମାତ୍ରାଧିକ ରୋଗୀ ସଂଖ୍ୟାକୁ ହ୍ରାସ ଲାଗି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ଏମିତିକି ନିଜ ନିଜ ଅଞ୍ଚଳରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ସୁଦୃଢ଼ କରିବାକୁ ବି ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଏହି ଅଞ୍ଚଳରେ ସୃଷ୍ଟ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ଆଶଙ୍କା ନେଇ […]
ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି…
କେନ୍ଦ୍ରାପଡ଼ା: ହୃଦ୍ଘାତରେ କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ ହୋଇଯାଇଛି। ସରକାରୀ ବାସଭବନରେ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୧୭ରେ ସେ ଗାଙ୍ଗପଡ଼ା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ୍ ଅଧକ୍ଷ ଭାବେ କାର୍ଯ୍ୟରତ ଥିଲେ। ଅନାମବନ୍ଧୁଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ […]
ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍କୁ ନେଇ ଏବେ ଏକ ଭଲ ଖବର ଆସିଛି। କରୋନା ଭ୍ୟାକ୍ସିନ୍ ବାହାର କରିବାରେ ଭାରତକୁ ଖୁବ୍ଶୀଘ୍ର ସଫଳତା ମିଳିପାରେ। ବର୍ତ୍ତମାନ ଦେଶରେ ୩ଟି କରୋନା ଭ୍ୟାକ୍ସିନ୍ କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜ୍ରେ ଅଛି। ସେଥିମଧ୍ୟରୁ Cadila ଓ Bharat Biotechର ଫେଜ୍-୧ ଟ୍ରାଏଲ୍ ସମ୍ପୂର୍ଣ୍ଣ ହୋଇଛି। ସେହିପରି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଫେଜ୍-୨ B3 ଟ୍ରାଏଲ୍ ସମ୍ପୂର୍ଣ୍ଣ ହୋଇଛି। ଅନୁମତି ମିଳିବା ପରେ ଏହାର ଫେଜ୍-୩ ଟ୍ରାଏଲ୍ ଆରମ୍ଭ ହେବ। ୧୪ଟି ସ୍ଥାନରେ ୧୫୦୦ରୋଗୀଙ୍କ ଉପରେ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଏନଏଚ୍ ୪୯ର ବାଙ୍ଗିରିପୋଷି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପଛପଟୁ ଧକ୍କା ଦେଇ ଟ୍ରକ୍ ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋୟୀରୁ ଶୁଳିଆପଦାକୁ ୧୨ ଜଣ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାର କରିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨ହଜାର ୦୬୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୯୦ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୯୦ ଜଣଙ୍କ ମୃତ୍ଯୁ ହୋଇଛି। ଦେଶରେ ମୋଟ ଆକ୍ଟିଭ୍ କେସ୍ ୯ଲକ୍ଷ ୯୫,୯୩୩ ରହିଥିବା ବେଳେ ସୁସ୍ଥ ହେଲେଣି ୩୯ଲକ୍ଷ ୪୨ହଜାର ୩୬୦ ଜଣ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା […]
ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ପରେ ସେମାନଙ୍କୁ କିପରି ସୁରକ୍ଷିତ ଢଙ୍ଗରେ କୋଭିଡ୍ ଭ୍ୟାକ୍ସିନ୍ ଦିଆଯିବ ତାଉପରେ ଆରମ୍ଭ ହୋଇଛି ବିଚାରବିମର୍ଷ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪,୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୪,୨୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୭୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚିଛି। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୫୬ ହୋଇଛି।
ଭୁବନେଶ୍ୱର: ଦିନେ ଅଭିନୟ କରି ଅନ୍ୟକୁ ହସାଉଥିଲେ । ଆଜି ହସିବାର ଅଭିନୟ କରିବାକୁ ପଡୁଛି । ଦିନେ ଲୋକଙ୍କର ମନୋରଞ୍ଜନ କରୁଥିଲେ । ଆଜି ସେଇ ଲୋକଙ୍କ ସହାୟତା ଅପେକ୍ଷାରେ କଟୁଛି ଜୀବନ । ସେହି କଳାକାର ଜରକ ହେଉଛନ୍ତି…
ମୋହନା: ରେଶମ ଶିଳ୍ପର ବିକାଶ ସହ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ସରକାରୀ ପ୍ରତ୍ସାହନ ଅଭାବରୁ ଏବେ ବହୁ ରେଶମ ଚାଷୀ ଚାଷ…
କୋରାପୁଟ: କୋରାପୁଟ ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ। ଲୋକଙ୍କ ନିକଟରେ ତ୍ୱରିତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲା ପାଇଁ ୮ଟି ବାଇକ୍ ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଆମ୍ବୁଲାନ୍ସ ସେବାକୁ ଆହୁରି ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଏହି ବାଇକ୍ ଆମ୍ବୁଲାନ୍ସ ଆସିଛି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଛି। କୋରାପୁଟ ଜିଲ୍ଲାରେ […]
କୋରାପୁଟ: କଣ୍ଠରେ ତାଙ୍କର ଯାଦୁ। ସୁମଧୁର ଗୀତ ଗାଇ ସମସ୍ତଙ୍କ ମନ ମୋହି ନେଇଛନ୍ତି କୋରାପୁଟର ଝିଅ ନମିତା। ଏପରିକି କୋରାପୁଟ ଜିଲ୍ଲାପାଳ ମଧ୍ୟ ତାଙ୍କ କଣ୍ଠରେ ମନ୍ତ୍ରମୁଗ୍ଧ। ସେଥିପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଭୁବନେଶ୍ୱରରେ ପାଠ ପଢ଼ିବାର ବ୍ୟବସ୍ଥା କରିଛନ୍ତି। କୋରାପୁଟ ଉପାନ୍ତ ଅଞ୍ଚଳ ବନ୍ଧୁଗାଁର ଝିଅ ନମିତା ମେଲେକା। ସୁମଧୁର ଗୀତ ଗାଇ ଏବେ ଚର୍ଚ୍ଚାର ପରିସରରେ। ସୁଲଳିତ ଗୀତ ପାଇଁ ଚିନ୍ତାଗୁଡି ଗାଁର ଆଦିବାସୀ ଝିଅ ନମିତା ମେଲକାଙ୍କୁ ଛୁଟୁଛି ଏବେ […]
କଟକ: କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଅପରାହ୍ଣରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି। ମାଲ୍ବାହୀ ଟ୍ରେନ୍ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍ର ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ୧୦ ନମ୍ବର ଟ୍ରାକ୍ରେ ଏହା ଲାଇନ୍ଚ୍ୟୁତ ହୋଇଛି। ରେଲ୍ୱେର ଟେକ୍ନିକାଲ ଟିମ୍ ଓ RPF ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ଯିବା ଆସିବାରେ […]
ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍ ସାଇକ୍ଲୋନ୍। ଆଣ୍ଟଲାଟିକ୍ ମହାସାଗରରେ ଏହି ଟ୍ରପିକାଲ୍ ସାଇକ୍ଲୋନ୍ ଗୁଡ଼ିକ ସୃଷ୍ଟି ହୋଇଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ଟ୍ରପିକାଲ୍ ସାଇକ୍ଲୋନ୍ ସୃଷ୍ଟି ହୋଇଛି। ଏହାପୂର୍ବରୁ ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା। ସାଟେଲାଇଟ ଇମେଜରେ ଏବେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ୍ ସାଇକ୍ଲୋନ୍ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଏହି ୫ ଟ୍ରପିକାଲ୍ ସାଇକ୍ଲୋନ୍ […]
ନୂଆଦିଲ୍ଲୀ:ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି। କରୋନା ଟିକାକୁ ନେଇ ବିଭିନ୍ନ ଦେଶରେ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ନୂଆ ଆଶା ସୃଷ୍ଟି କରିଛି। ଆମେରିକାର ପେନସିଲଭାନିଆରେ ଭୋଟରମାନଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି ଯେ, ଟିକା ପ୍ରସ୍ତୁତି ନେଇ ଆମେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଟିକା ଆସିପାରେ ବୋଲି ଟ୍ରମ୍ପ କହିଛନ୍ତି। […]
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ। ଏ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ୍ଲାଇନ୍ସ ଜାରି ହୋଇଛି। ବିଧାୟକଙ୍କ ସହ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରମାନଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ। ବିଧାୟକ, ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କର RT-PCR ଟେଷ୍ଟ ହେବ। ଏଥିପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ବିଧାନସଭା ପରିସରରେ ସ୍ୱତନ୍ତ୍ର କ୍ୟାମ୍ପରେ ଟେଷ୍ଟ କରାଯିବ। ବିଧାନସଭା ଅଧିବେଶନର ପଞ୍ଚମ ଦିନ ଅର୍ଥାତ୍ ୪ ତାରିଖ […]
କୋଟା: ରାଜସ୍ଥାନର କୋଟା ଜିଲ୍ଲା ଖାଟୋଲି ନିକଟ ଚାମ୍ବଲ ନଦୀରେ ଡଙ୍ଗା ବୁଡ଼ି ୧୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଓ ପୋଲିସ୍ କର୍ମୀ ସାମିଲ ହୋଇଥିବା ବେଳେ State Disaster Response Forceର ଏକ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲା ଇନ୍ଦରଗଡ଼ ସ୍ଥିତ କମଲେଶ୍ୱର ମହାଦେବ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଗୋଥଡା କାଲା […]