• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

s11
ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମ୍‌ଝୌତା ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ: ପୁଲ୍‌ୱାମା ହମ୍‌ଲା ଓ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଲାକୋଟ୍‌ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଶାନ୍ତି ଆଲୋଚନା କଥା କହୁଛି। ଯୁଦ୍ଧ ସମାଧାନ ନୁହେଁ, ଆଲୋଚନା ହେଉ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବାରମ୍ବାର କହୁଛନ୍ତି। କିନ୍ତୁ ପାକିସ୍ତାନର କଥା ଓ କାମରେ ଅନେକ ଫରକ ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତି ଆଲୋଚନାର କଥା କହୁଥିଲେ ମଧ୍ୟ ଆରପଟେ ଶାନ୍ତି ଆଲୋଚନା ଦିଗରେ କୌଣସି […]

  • Friday, 16 July 2021
bharat ratna
ଭାରତ ରତ୍ନ ପ୍ରଦାନକୁ ନେଇ ରାଜନୀତି

ନୂଆଦିଲ୍ଲୀ  : ଭାରତରତ୍ନ ସମ୍ମାନକୁ ନେଇ ବିବାଦ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଶିକ୍ଷାବିତ୍ ନାନାଜୀ ଦେଶମୁଖ୍ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତରତ୍ନ ସମ୍ମାନ ଲାଗି ମନୋନୀତ କରିଛନ୍ତି କେନ୍ଦ୍ର ସରକାର। ପ୍ରଣବ ମୁଖାର୍ଜୀଙ୍କୁ ଭାରତରତ୍ନ ଦିଆଯିବାକୁ କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ଅନ୍ୟତମ ଶିକ୍ଷାବିତ୍ ତଥା କର୍ଣ୍ଣାଟକର ସିଦ୍ଧଗଙ୍ଗା ମଠର ପୂର୍ବତନ ମୁଖ୍ୟ ଶିବକୁମାର ସ୍ୱାମୀଙ୍କୁ ଏହି ସମ୍ମାନ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛି।  

  • Friday, 16 July 2021
rama-dev
ଭାରତ ରତ୍ନ ପ୍ରଦାନ ନେଇ ରାମଦେବଙ୍କ ଆପତ୍ତି

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଯୋଗଗୁରୁ ରାମଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜନେତା, ବୁଦ୍ଧିଜୀବୀ ଓ ସେବା କ୍ଷେତ୍ରର ଲୋକଙ୍କ ବ୍ୟତୀତ ଅନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ଭାରତ ରତ୍ନ ନ ଦିଆଯିବା ନେଇ ସେ ପ୍ରଶ୍ନ କରିଛନ୍ତି। କହିଛନ୍ତି ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ବି ଜଣେ ହେଲେ ସନ୍ନ୍ୟାସୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇନାହିଁ। ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦଙ୍କ ଭଳି […]

  • Friday, 16 July 2021
borewell
୭୦ ଫୁଟର ବୋର୍‌ୱେଲରୁ ଅକ୍ଷତ ଉଦ୍ଧାର ହେଲା ୨ ବର୍ଷର ଶିଶୁ

ମଧ୍ୟପ୍ରଦେଶ : ରଖେ ହରି ତ ମାରେ କିଏ। ଆଜି ଏମିତି ଏକ ଉଦାହରଣ ସତ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶରେ  ୭୦ ଫୁଟ ଗଭୀର ନଳକୂପରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଜି ସକାଳେ ମଧ୍ୟପ୍ରଦେଶର ସଂଗ୍ରାଉଲିର କେରହର ଗାଁରେ ଜଣେ ୨ ବର୍ଷର ଶିଶୁ ୭୦ଫୁଟ ଗଭୀର ନଳକୂପରେ ଖସିପଡ଼ିଥିଲା। ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଜେସିବି ସହାୟତାରେ ବୋରୱେଲ୍‌ର […]

  • Friday, 16 July 2021
bsf
ପଡ଼ୋଶୀ ରାଷ୍ଟ୍ର ଯବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ଯବାନ

ପଶ୍ଚିମବଙ୍ଗ : ସାଧାରଣତନ୍ତ୍ର ଦିବସ ଅବସରରେ ବାଂଲାଦେଶୀ ଜବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ବିଏସଏଫ୍ ଯବାନ। ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଫୁଲବାରୀରେ ବାଂଲାଦେଶୀ ଯବାନଙ୍କୁ ମିଠା ପ୍ୟାକେଟ୍‌ ବାଣ୍ଟିଥିଲେ। ଭାରତ ସୀମା ଅତିକ୍ରମ କରି ବାଂଲାଦେଶୀ ସୁରକ୍ଷାକର୍ମୀଙ୍କ ସହ ସାଧାରଣତନ୍ତ୍ର ଦିବସର ଖୁସି ମନାଇଥିଲେ ଭାରତୀୟ ଯବାନ।  ସେପଟେ ପଞ୍ଜାବର ଓ୍ୱାଘା ବର୍ଡରରେ ମଧ୍ୟ ଭାରତୀୟ ସେନା ପାକିସ୍ତାନୀ ଯବାନଙ୍କୁ ମିଠା ଖୁଆଇଥିଲେ। ଭାରତୀୟ ଜବାନ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଠା ବାଣ୍ଟିଥିଲେ। […]

  • Friday, 16 July 2021
f1
ଭାରତର ଦୁଇଟି ବିମାନକୁ ଖସା ଯାଇଥିବା ଦାବି କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ଦୁଇଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବି କରିଛି। ପାକ୍ ସୀମା ଭିତରକୁ ପଶି ଯାଇଥିବା ଭାରତୀୟ ବାୟୁସେନାର ଦୁଇଟି ବିମାନକୁ ଖସାଇ ଦିଆଯାଇଥିବା ପାକିସ୍ତାନ ସେନାର ଇଣ୍ଟର୍‌ ସର୍ଭିସେସ୍‌ ପବ୍ଲିକ ରିଲେସନ୍‌ସ୍‌ ଡିଜି ମେଜର୍‌ ଜେନେରାଲ୍‌ ଏ. ଗଫୁର୍‌ ସୂଚନା ଦେଇଛନ୍ତି। ପାକ୍ ସେନାର ଆକ୍ରମଣ ପରେ ଗୋଟିଏ ବିମାନ ଆଜାଦ କାଶ୍ମୀରରେ ପଡ଼ିଥିବା ବେଳେ ଆଉ ଏକ ବିମାନ ଭାରତ ପଟର କାଶ୍ମୀରରେ ପଡ଼ିଥିବା ପାକିସ୍ତାନ ଦାବି କରିଛି। ଏଥିସହ […]

  • Friday, 16 July 2021
e1
ଭାରତୀୟ ବାୟୁସେନାର ଆକ୍ରମଣ ପରେ ଛାନିଆ ପାକିସ୍ତାନ

ଇସ୍‌ଲାମାବାଦ : ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଅତର୍କିତ ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହି ସ୍ଥିତିର ମୁକାବିଲା ପାଇଁ ଆଜି ପାକିସ୍ତାନ ସଂସଦର ଜରୁରୀକାଳୀନ ମିଳିତ ଅଧିବେଶନ ଡକାଯାଇଛି। ଏଲ୍‌ଓସି ଉଲ୍ଲଂଘନ କରିଥିବା ଭାରତର ଆଚରଣକୁ ଉଚିତ୍ ଜବାବ୍‌ ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ୍ କ୍ୟୁରେସି କହିଛନ୍ତି। ଏମିତିକି ଭାରତ ବିରୋଧରେ ଜାତିସଂଘରେ ଫେରାଦ୍‌ ହେବାକୁ ମଧ୍ୟ ଇସ୍‌ଲାମାବାଦ ସଜବାଜ ହେଉଛି। ପାକିସ୍ତାନ ସେନା ମୁଖ୍ୟ, ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀଙ୍କ […]

  • Friday, 16 July 2021
m1
ବାୟୁସେନା ଅପରେସନ୍‌ର ବ୍ରହ୍ମାସ୍ତ୍ର ‘ମିରାଜ୍-୨୦୦୦’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ପାହାନ୍ତାରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିବା ଆକ୍ରମଣରେ ମିରାଜ୍-୨୦୦୦ ବ୍ୟବହାର ହୋଇଥିଲା। ଫ୍ରାନ୍ସର ଦାସଲ୍‌ଟ ଆଭିଏସନ୍‌ର ଜ୍ଞାନ କୌଶଳରେ ହିନ୍ଦୁସ୍ଥାନ ଏରୋନ୍‌ଟକିସ୍ ଲିମିଟେଡ୍‌-ହାଲ୍ ଏହି ଯୁଦ୍ଧ ଜାହାଜ ନିର୍ମାଣ କରିଥିଲା। ହଜାରେ କିଲୋ ଓଜନର ବୋମା ଧରି ୧୨ଟି ଏୟାରକ୍ରାଫ୍ଟ ପିଓକେରେ ପଶି ଧ୍ୱଂସଲୀଳା ରଚିଥିଲା। ଭାରତ ପାଖରେ ସୁଖୋଇ SU-30MKI, MiG 29 ତେଜସ୍ ଭଳି ଏୟାରକ୍ରାଫ୍ଟ ଥିବାବେଳେ ମିରାଜ୍-୨୦୦୦ ମାଧ୍ୟମରେ ବାୟୁସେନା ଏହି ଆକ୍ରମଣ କରି ସଫଳ […]

  • Friday, 16 July 2021
award-1
ସମ୍ମାନଜନକ ପଦ୍ମ ସମ୍ମାନ ଘୋଷିତ

ନୂଆଦିଲ୍ଲୀ : ଘୋଷିତ ହୋଇଛି ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର। ଏ ବର୍ଷ ତିନ ଜଣ ଓଡିଆଙ୍କୁ ମିଳବ ପଦ୍ମଶ୍ରୀ ସମ୍ମାନ। ଏହି ତିନି ଜଣ ହେଉଛନ୍ତି କେନ୍ଦୁଝରର ଦୈତାରୀ ନୟକ, କଟକର ଡି. ପ୍ରକାଶ ରାଓ ଏବଂ ଜୟପୁରର କମଳା ପୁଝାରୀ । ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଏବଂ ଡି. ପ୍ରକାଶ ରାଓ ମନୋନୀତ ହୋଇଥିବାବେଳେ,  କୃଷିକ୍ଷେତ୍ରରେ ଅବଦାନ ପାଇଁ କମଳା ପୁଝାରୀଙ୍କୁ  ମିଳିବ ପଦ୍ମଶ୍ରୀ। ସେହିପରି ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ […]

  • Friday, 16 July 2021
pradeep
ଓଡ଼ିଆ ପୁଅ ସହିଦ୍‌ ପ୍ରଦୀପ କୁମାର ପଣ୍ଡାଙ୍କୁ କୀର୍ତ୍ତିଚକ୍ର ସମ୍ମାନ

ନୂଆଦିଲ୍ଲୀ :  ଓଡ଼ିଆଙ୍କ ପାଇଁ ଗୌରବ। ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡା ପାଇବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର କୀର୍ତ୍ତିଚକ୍ର ସମ୍ମାନ। ଗତ ଜାନୁଆରୀ ୨୦୧୮ମସିହାରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ବୀର ଓଡ଼ିଆ ପୁଅ ପ୍ରଦୀପ ପଣ୍ଡା। ଲେଥପୁରା ଅଞ୍ଚଳରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ସହ ବୀରତ୍ୱର ସହ ଲଢ଼ି ସେ ଦେଶ ପାଇଁ  ସହିଦ ହୋଇଥିଲେ। ପ୍ରଦୀପଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଲିପଲୋଇ ଗାଁରେ। […]

  • Friday, 16 July 2021
supreme court
ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ

ନୂଆଦିଲ୍ଲୀ :  ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ୫ଜଣିଆ ନୂଆ ଖଣ୍ଡପୀଠ। ଆସନ୍ତା ମଙ୍ଗଳବାର ଦିନ କୋର୍ଟରେ ମାମଲାର ଶୁଣାଣି ଥିବାରୁ ଏହା ପୂର୍ବରୁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଖଣ୍ଡପୀଠ ଗଠନ କରିଛନ୍ତି। ଏଥିରେ ଜଷ୍ଟିସ ଅବଦୁଲ ନାଜିର, ଜଷ୍ଟିସ ଅଶୋକ ଭୂଷଣ ପ୍ରମୁଖ ଅଛନ୍ତି। ଖଣ୍ଡପୀଠରେ ପୂର୍ବରୁ ଏସ୍ଏ ବୋବଦେ, ଡିଓ୍ୱାଇ ଚନ୍ଦ୍ରଚୂଡ଼ ପ୍ରମୁଖ ଥିଲେ। ପୂର୍ବ ଗଠିତ ଖଣ୍ଡପୀଠରୁ […]

  • Friday, 16 July 2021
bharat
ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ୩ ଜଣଙ୍କୁ ମିଳିବ ଭାରତ ରତ୍ନ। ବିଶିଷ୍ଟ ସଂଗୀତକାର ଡକ୍ଟର ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଏହି ତିନିଜଣଙ୍କୁ ଭାରତ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଯିବା ପରେ ଟ୍ୱିଟ୍ କରି ସମସ୍ତ ତିନିଜଣଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

  • Friday, 16 July 2021