ଯାଜପୁର: ଅପପୁଷ୍ଟି ପାଇଁ କୁଖ୍ୟାତ ନଗଡ଼ା ପିଲା ଏବେ ଶିଶୁ ଶ୍ରମିକ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିଆପାଳ ପଞ୍ଚାୟତର ଚର୍ଚ୍ଚିତ ଗାଁ ନଗଡ଼ା। ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଏକ ଟାକ୍ସଫୋର୍ସ ଟିମ୍ ନଗଡ଼ା ଅଞ୍ଚଳରେ ଚଢାଉ କରିଥିଲା। ଚଢାଉରେ ସ୍ଥାନୀୟ କାଳିଆପାଣି ଥାନା ପୋଲିସ ମଧ୍ୟ ସାମିଲ ଥିଲା। ଟିମ୍ ଉଢାଉ କରି ଉପର ନଗଡ଼ା ଓ ତଳ ନଗଡ଼ାରୁ ୫ଜଣ ଶିଶୁ ଶ୍ରମିକ ଉଦ୍ଧାର […]
ଭୁବନେଶ୍ୱର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରିବା ସହ ରାଜ୍ୟ ବାହାରକୁ ଯାଇ ବି ଖାଲି ହାତରେ ଫେରିଛି। ଘଟଣାର ତୁରନ୍ତ ନ୍ୟାୟ ଦାବିରେ ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିବାବେଳେ ଦିନକ ତଳେ ଏକ ଭିଡିଓ ଜରିଆରେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ ନବବଧୂ […]
ଭୁବନେଶ୍ୱର: ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଚୟନ କରାଯାଇଛି। ୨୦ ବର୍ଷୀୟ ସ୍ୱର୍ଣ୍ଣଲତାଙ୍କ ଘର ଓଡ଼ିଶାର କଳିଙ୍ଗନଗରରେ। ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ସାମିଲ ନେଇ ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କ ଉପରେ ଭରସା ଓ ଆତ୍ମବିଶ୍ୱାସ ରଖି ତାଙ୍କୁ ଚୟନ କରି ଏକ ସୁଯୋଗ ଦେଇଥିବାରୁ ସେ ଟାଟା ଷ୍ଟିଲ୍ ଓ […]
ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର। ଗତବର୍ଷ ଭଳି ଏବର୍ଷ ବି ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି OERC ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ରପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ ମିଳିବ ବୋଲି […]
ନୂଆଦିଲ୍ଲୀ: ଆଜିଠୁ ପୁଣି ଅନଶନକୁ ଓହ୍ଲାଇବେ ସମାଜସେବୀ ଆନ୍ନା ହଜାରେ। ଚାଷୀଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ଦିଲ୍ଲୀର ରାମଲୀଳା ମଇଦାନରେ ଅନଶନ କରିବେ। ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା ହେଉଛି ତାଙ୍କର ପ୍ରମୁଖ ଦାବି। ଦେଶରେ ଚାଷୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପ୍ରାୟ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି। ଚାଷୀମାନଙ୍କ ଅବସ୍ଥା ସୁଧାରିବାକୁ ହେଲେ ସରକାର ୬୦ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ଆନ୍ନା ଦାବି କରିଛନ୍ତି।
ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରରେ ଆସିବ ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା ରହିବା ନେଇ ଆଶା କରାଯାଉଛି। ଫୋକସରେ ରହିପାରେ କୃଷି ଓ କୃଷକ। ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ, ଭିତ୍ତିଭୂମି, ଗ୍ରାମୀଣ ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି। ଗରିବ, […]
ଇସ୍ଲାମାବାଦ୍ : ପାକିସ୍ତାନ ସରକାରଙ୍କ ବଡ ଘୋଷଣା। ପାକିସ୍ତାନରେ ବନ୍ଦୀ ଥିବା ୩୬୦ ଭାରତୀୟଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଆସନ୍ତା ମଙ୍ଗଳବାର ଠାରୁ ପର୍ଯ୍ୟାୟ କ୍ରମେ ଭାରତୀୟ ବନ୍ଦୀଙ୍କୁ ଛଡାଯିବ। ପାକିସ୍ତାନ ବୈଦେଶିକ ପ୍ରବକ୍ତା ମୋହମ୍ମଦ ଫେସଲ କହିଛନ୍ତି ୫୩୭ ଜଣ ଭାରତୀୟ ପାକିସ୍ତାନର ଅନେକ ଜେଲରେ ବନ୍ଦୀ ଭାବେ ଅଛନ୍ତି। ଯେଉଁଥିରେ କି ୪୮୩ ଜଣ ମତ୍ସ୍ୟଜୀବୀ ଥିବା ସେ କହିଛନ୍ତି। ଆସନ୍ତା ମଙ୍ଗବାର ଦିନ ପ୍ରଥମେ ୧୦୦ ଜଣ ଏବଂ ଏପ୍ରିଲ […]
ନୂଆଦିଲ୍ଲୀ: ସଫଳତାର ସହ ପରୀକ୍ଷଣ ହୋଇଛି ସୁପରସୋନିକ୍ କ୍ରୁସ ମିସାଇଲ ବ୍ରହ୍ମୋସ। ରାଜସ୍ଥାନର ପୋଖରନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ଋ଼ଷ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ବ୍ରହ୍ମୋସ। ଭାରତୀୟ ବାୟୁ ସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ସୁଖୋଇରେ ବ୍ରହ୍ମୋସକୁ ଉତକ୍ଷେପଣ କିମ୍ବା ଲକ୍ଷଭେଦ କରାଯାଇ ପାରିବ। ୨୦୦୬ରେ ବ୍ରହ୍ମୋସ ଭାରତୀୟ ସେନାରେ ସାମିଲ ହୋଇଥିଲା। ୧୫ ଶହ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ କ୍ଷେପଣାସ୍ତ୍ର ବ୍ରହ୍ମୋସ। ଡିଆରଡିଓ ଟିମର ଏହି ସଫଳତା ପାଇଁ […]
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ବର୍ତ୍ତମାନ ଆଉ ଗୋଟିଏ ଆଇଡ଼ିରୁ ଅଧିକ ଥର ଇ-ଟିକେଟ୍ ବୁକିଂ ହୋଇପାରିବନି। ଯଦି ଗୋଟିଏ ଆଇଡ଼ିରୁ ବାରମ୍ବାର ଟିକେଟ୍ ବୁକିଂ କରାଯାଏ ତେବେ ଉକ୍ତ ଆଇଡ଼ିକୁ ରେଲୱେ ପକ୍ଷରୁ ବ୍ଲକ୍ କରି ଦିଆଯିବ। ଫଳରେ ଟିକେଟ୍ ବୁକିଂ ପାଇଁ ଦଲାଲ କରୁଥିବା ନେଟୱର୍କର ଅବସାନ ଘଟିବା ସହ ଯାତ୍ରୀମାନଙ୍କୁ ସୁବିଧା ହେବବୋଲି ରେଳ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଆଇଡ଼ିରୁ ଅଧିକତର ଟିକେଟ୍ ବୁକିଂ କରାଯାଇ ଏହାର ଦୁରୂପଯୋଗ କରାଯାଉଛି […]
ଅନୁଗୁଳ: ପୁଣି ଅଲୋଡ଼ା ଶିଶୁକନ୍ୟା। ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରେ ଥିବା ଏକ ଅମରୀ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ନବଜାତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ପାଲଲହଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାଟି ସୁସ୍ଥଥିବା ଜଣାପଡିଛି। ଜନ୍ମ ହେବାପରେ କେହି ଶିଶୁଟିକୁ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି। ଶିଶୁଟି ସୁସ୍ଥ ହେବାପରେ ସିଡବ୍ଲୁସିକୁ ପଠାଯିବ ବୋଲି ସିଡିପିଓ କହିଛନ୍ତି।
ଜଗତସିଂହପୁର: ଜଗତସିଂହପୁର ଏରସମାର ଗଡ଼ହରିଶପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କଟକ ବାଦାମବାଡ଼ିରୁ ଗିରଫ କଲା ଏରସମା ପୋଲିସ। ତା ନାଁ ଲାବା ମାନା ଓରଫ୍ କାଳିଆ। ଗଡ଼ହରିଶପୁର ଗାଁରେ ନାବାଳିକାକୁ ଘରୁ ଟେକିନେଇ କାଜୁ ଜଙ୍ଗଲରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା। ସେପଟେ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ବିରୋଧରେ ଲାଗିଲା ନ୍ୟାସନାଲ୍ ସିକ୍ୟୁରିଟି ଆକ୍ଟ (NSA)। ବ୍ରହ୍ମପୁର ଏସ୍ପିଙ୍କ ସୁପାରିସ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ NSA ଲାଗୁ କରାଯାଇଛି। ଗତ ଜାନୁୟାରୀ ୧୭ ତାରିଖରେ ଗୋସାଣୀ ନୂଆଗାଁ ପୋଲିସ ଶିବଶଙ୍କରଙ୍କୁ ତାଙ୍କ ବାସ ଭବନକୁ ଉଠାଇ ନେଇଥିଲା। ୧୮ ତାରିଖରେ ଗୋଳନ୍ଥରା ଥାନରେ ଏକ ଜମି ହଡ଼ପ ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା। ଏବେ ସେ ବ୍ରହ୍ମପୁର ମଣ୍ଡଳ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଠିକାଦାରଙ୍କ ଉପରକୁ ବୋମାମାଡ଼। ଚାଉଳିଆ ବାମରାରେ କେନାଲ କାମ ଚାଲିଥିବା ବେଳେ ଠିକାଦାର ଅନୀଲ ମହାନ୍ତିଙ୍କ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଅନୀଲଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏକ ନାଲି ପଲସରରେ ୨ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଦାଦାବଟି ଆଦାୟକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପାଟକୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଛାନଭିନ୍ ଆରମ୍ଭ କରିଛି।
ଭୁବନେଶ୍ୱର: ଆଜି ବିଶ୍ୱ ଜଳ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ‘Save Water, Save Life’ ଉପରେ ଏକ ବାର୍ତ୍ତା ଦେଇଛନ୍ତି। My SandArt with message “Save Water, Save Life” on #WorldWaterDay at Puri beach in Odisha. pic.twitter.com/BhMvoNVcrH — Sudarsan Pattnaik (@sudarsansand) March 22, 2018 ସେହପରି ଶିଳ୍ପୀ ମାନସ ସାହୁ NATURE FOR WATERକୁ ନେଇ […]
ଭୁବନେଶ୍ୱର: ଗୋଟିଏ ବେଡରେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଦୁଇ ଭାଇଙ୍କୁ ଗୋଟିଏ ବେଡରେ ଦେଖିବାକୁ ମିଳିଛି। ପୂର୍ବରୁ ଜଗା ସୁସ୍ଥ ହୋଇ ଖେଳାଖେଳି କରୁଥିଲା। ତେବେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ବର୍ତ୍ତମାନ ଜଗାକୁ କାଳିଆର ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଯେଉଁଥିରେ ଜଗା ହାତ ହଲେଇ ଖେଳୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଜଗା ୯୮ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ କାଳିଆ ପୁରାପୁରି ସୁସ୍ଥ […]
ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ମୃତ ଯୁବକଙ୍କ ପରିଚୟ ମିଳିଲା। ତାଙ୍କ ନାମ ଉନ୍ମୁକ୍ତ ପାଢୀ। ତାଙ୍କ ଘର ଭୁବନେଶ୍ୱର ବିଜେବି ନଗରରେ ବୋଲି ଜଣାପଡିଛି। ସେ କଲିକତାରେ ଚାକିରୀ କରୁଥିଲେ, ଗତ କିଛି ମାସ ହେବ ଘରକୁ ଆସିଥିଲେ। ତାଙ୍କୁ ଅପହରଣ ପରେ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ କେଉଁ ପରିସ୍ଥିତିରେ, କିଏ ତାଙ୍କୁ ହତ୍ୟା କଲା ସେନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। […]
ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିର ଡିସକସନ୍ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ ବିଜେଡି। ଓଟିଭି ନିରପେକ୍ଷ ଭାବେ ଖବର ପରିବେଷଣ କରୁନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରତାବ ଦେବ କହିଛନ୍ତି, ଓଟିଭିର ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରୁ ବିଜେଡି ନିଜକୁ କ୍ଷାନ୍ତ ରଖିବ। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ସସପେଣ୍ଡ […]
ସୁନ୍ଦରଗଡ଼: ଆଉ କେଇ ଦିନ ପରେ ବାଜିଥାଆନ୍ତା ସାହାନାଇ। ବଧୂ ବେଶରେ ଯାଇଥାଆନ୍ତେ ଶାଶୁ ଘରକୁ। ଏଥିପାଇଁ ହୋଇଥିଲା ନିର୍ବନ୍ଧ। ସାତ ଜନମର ଜୀବନ ସାଥୀ ହେବାକୁ ଧକ୍କାବାଜ ପ୍ରେମିକ ଦେଇଥିଲା ପ୍ରତିଶ୍ରୁତି। ଭାବି ସ୍ୱାମୀଙ୍କ ସରଳ କଥାରେ ବିଶ୍ୱାସ କରି ବିବାହ ପୂର୍ବରୁ ନିଜର ସର୍ବସ୍ୱ ଉଜାଡ଼ି ଦେଇଥିଲେ ଯୁବତୀ। ଏହାର ସୁଯୋଗ ନେଇ ଯୁବକ ଜଣକ ଭାବି ପତ୍ନୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ହେଲେ ହଠାତ୍ ଘୋଟିଆସିଲା କଳା ବଦଲ। ଚରିତ୍ରକୁ ସନ୍ଦେହ […]
କେରଳ : କେରଳ ୱେୟନାଡ୍ ଆସନରୁ ନାମାଙ୍କନ ଭରିବାକୁ ସେଠାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ଏଥିପାଇଁ କଂଗ୍ରେସ ଆୟୋଜନ କରିଛି ବିରାଟ ଶୋଭାଯାତ୍ରା। ଏଥର ୨ଟି ଆସନରୁ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉତ୍ତର ପ୍ରଦେଶର ନିଜର ପାରମ୍ପରିକ ଆସନ ଆମେଥି ସହ କେରଳର ୱେୟନାଡ୍ ଆସନରୁ ପ୍ରାର୍ଥୀ ହେବେ ରାହୁଲ। ଆମେଥି ସହ କେରଳର ୱେୟନାଡ୍ ଆସନ ରାହୁଲଙ୍କ ପାଇଁ ସୁରକ୍ଷିତ ବୋଲି ଦଳ ବିଚାର କରୁଛି। ଦକ୍ଷିଣ ଭାରତରେ କଂଗ୍ରେସର ଭୋଟବ୍ୟାଙ୍କ ବଢାଇବା […]
ଭୁବନେଶ୍ୱର: ୨୦୧୫ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନ୍ ଡକାୟତି ଘଟଣାରେ ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଆହତଙ୍କୁ ୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି। ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଗତ ୨୦୧୫ ଜାନୁୟାରୀ ୩ ତାରିଖରେ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନରେ ଡକାୟତି ହୋଇଥିଲା। ଯାତ୍ରୀମାନେ ବିଭିନ୍ନ […]
ଭୁବନେଶ୍ୱର: ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ମଲ୍ଲିକ। ରାଜଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ। ବିହାର ରାଜ୍ୟପାଳ ଥିବା ସତ୍ୟପାଲଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମିଳିଛି। ଆଜି ଅପରାହ୍ନରେ ସତ୍ୟପାଲ ମଲ୍ଲିକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରଦୀପ ଅମାତ ସ୍ୱାଗତ କରିଥିଲେ। ଏୟାରପୋର୍ଟରୁ ସିଧା ରାଜଭବନ ଯାଇଥିଲେ ସତ୍ୟପାଲ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। […]
ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ। ଆସନ୍ତା ମେ ୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ନବନିର୍ମାଣ କୃଷକ ସଂଗଠନ। ୪ ବିଜେଡି ବିଧାୟକଙ୍କ ସହ ଆଲୋଚନା ପରେ ସଂଗଠନ ଏହି ନିଷ୍ପତ୍ତି ନେଇଛି। ବିଜେଡିର ୪ ବିଧାୟକ ସମୀର ଦାଶ, ଦିବ୍ୟରଂଜନ ମିଶ୍ର, ପ୍ରଶାନ୍ତ ମୁଦୁଲି ଓ ରବି ମହାପାତ୍ର ଯାଇ ଚାଷୀଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ୧୦ ଦିନ ଧରି ପିଏମଜିରେ […]