ନୟାଗଡ଼: ନୟାଗଡ଼ରେ ପୋଲିସ ଏନ୍କାଉଣ୍ଟର। ରଣପୁର ଥାନା ଦର୍ପନାରାୟଣପୁର ବାପୁଜୀପାଲ୍ଲୀ ଜଙ୍ଗଲ ନିକଟରେ ଏହି ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ଏକ ମାମଲାରେ ପୋଲିସ ଗତକାଲି ରାତିରେ ରବି ଦୋରାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲା। ଏଥିରେ ରଣପୁର ଥାନା ଆଇଆଇସି ଆହତ ହୋଇଥିଲେ। ତେବେ ପୋଲିସ ପକ୍ଷରୁ ତୁରନ୍ତ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ରବିର ଡାହାଣ ଗୋଡ଼ରେ ଗୁଳି […]
ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍କାଉଣ୍ଟର। ରମ୍ଭା ଅଞ୍ଚଳରେ ଗଞ୍ଜାମ ପୋଲିସ୍ର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ ହୋଇଛି। ସନ୍ତୋଷର ୨ଟି ଆଣ୍ଠୁରେ ବାଜିଛି ଗୁଳି। ତାକୁ ଚିକିତ୍ସା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ପିସ୍ତଲ, ଅଫୁଟା ଗୁଳି, ବାଇକ ଜବତ ହୋଇଛି। ଆଜି ଭୋର ୪ଟାରେ ଏହି ଏନ୍କାଉଣ୍ଟର ହୋଇଛି। ଧରାପଡିଥିବା ଅପରାଧୀ ସନ୍ତୋଷ ନାଁରେ ୧୬ଟି ମାମଲା ରହିଥିବା ନେଇ ସୂଚନା ମିଳିଛି। ସନ୍ତୋଷର ଘର ରମ୍ଭା […]
କଟକ: କଟକରେ ପୁଣି ଏନ୍କାଉଣ୍ଟର। ଚାଉଳିଆଗଞ୍ଜରେ କମିଶନରେଟ୍ ପୋଲିସ୍ର ଏନ୍କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି। ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନର ଭାଇ ତାହିରଙ୍କୁ ଗୁଳି ଘଟଣାରେ ଉଭୟେ ସଂପୃକ୍ତ ଥିବା ପୋଲିସ୍ କହିଛି। କାଲା ବାବୁ ଓ ଅଲେଖ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇ ପୋଲିସ୍ର ଏକ ଟିମ୍ […]
କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି ଜବତ ହୋଇଛି। ପୂର୍ବରୁ […]