ଅନୁଗୁଳ: ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ଲକ୍ଷ ଟଙ୍କା ଓ ଲକରରୁ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଆଜି ବ୍ୟାଙ୍କ ଖୋଲିବାର ମାତ୍ର କିଛି ସମୟ ମଧ୍ୟରେ ଅର୍ଥାତ୍ ସାଢ଼େ ୧୦ଟାବେଳେ ୬ଜଣ ଡକାୟତ ହଠାତ୍ ବ୍ୟାଙ୍କ ଭିତରକୁ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ମାଉଜର ଦେଖାଇ ଭୟଭୀତ କରାଇ ସମସ୍ତଙ୍କଠାରୁ ମୋବାଇଲ୍ ଛଡ଼ାଇ ନେବା ପରେ ଆରମ୍ଭ କରିଥିଲେ ଲୁଟ୍। […]