ନୂଆଦିଲ୍ଲୀ: ନ୍ୟାସ୍ନାଲ ଏଲିଜିବିଲିଟି ଏଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା NEET-୨୦୧୮ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍ଇର ନୂଆ ଡ୍ରେସ କୋଡ୍। ଡାକ୍ତରୀ ପାଠ ପଢ଼ିବା ପାଇଁ ଆସନ୍ତା ୬ ତାରିଖରେ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ତେବେ ଏହା ପୂର୍ବରୁ CBSE ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା। ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ। ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ […]
ଭୁବନେଶ୍ୱର: ବିଜେଡି-ବୈଜୟନ୍ତ କଳି ତୁଟୁନି। ମଝିରେ ମଝିରେ କିଛି ନା କିଛି ବାଣ ଉଭୟ ପକ୍ଷ ମାରୁଛନ୍ତି। ତେବେ କିଛିଦିନ ଭିତରେ ବୈଜୟନ୍ତଙ୍କ ପଟରୁ କିଛି ବାଣ ଆସିନି। କୌଶଳ କରି ବିଜେଡି ବିଭିନ୍ନ ପ୍ରସଙ୍ଗରେ ବୈଜୟନ୍ତଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଛି। କେତେବେଳେ ପ୍ରେସ୍ମିଟ୍ ତ କେତେବେଳେ କୌଣସି କର୍ମୀ ଓ ନେତାଙ୍କ ଦ୍ୱାରା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସତମିଛ ଗପିଛି ବିଜେଡି। ବୈଜୟନ୍ତଙ୍କ ଭାଷାରେ, ଏ ସବୁ ତୃତୀୟ ମହଲାର ଷଡ଼ଯନ୍ତ୍ର। କିନ୍ତୁ କେବଳ […]
ଖୋର୍ଦ୍ଧା: ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ପିଚୁକୁଳି ବଜାରରେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଦୋକାନ ଉପରେ ଏକ ହାଇୱା ମାଡ଼ି ଯାଇଥିଲା। ଫଳରେ ଏହି ଦୋକାନରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେହିପରି ପିଚୁକୁଳି ବଜାରଠାରୁ କିଛି ଦୂରରେ ଆଉ ଏକ ଦୁର୍ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟ ସହ ଏକ ଦ୍ରୁତଗାମୀ କାର ଧକ୍କା ହେବାରୁ […]
ବାରିପଦା: ପୁଣି ଲଜ୍ଜା। ବାରିପଦା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ସହ ଉଡ଼ା ପର୍ବ ଦେଖିବାକୁ ଯାଇଥିବାବେଳେ ସେ ଦୁଷ୍କର୍ମ ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକେ ଅଟୋରୁ ଓହ୍ଲାଇବା ପରେ, ଅଟୋ ପାର୍କିଂ ଆଳରେ ନାବାଳିକାଙ୍କୁ ଅନ୍ୟତ୍ର ନେଇଯାଇ ଡ୍ରାଇଭର ଜଣକ ଦୁଷ୍କର୍ମ କରିଥିଲା। ପରେ ନାବାଳିକାଙ୍କୁ ଏକ ବୁଦାମୂଳରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ […]
ବାଲେଶ୍ୱର: ଟ୍ରେନ୍ ଲାଇନରେ ଫାଟ। ଅଳ୍ପକେ ବର୍ତ୍ତିଲା ଖଡଗପୁରରୁ ପୁରୀ ଯାଉଥିବା ଫାଷ୍ଟ ପାସେଞ୍ଜର୍। ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ କେଶପୁର ଗାଁ ନିକଟ ରେଳ ଧାରଣାରେ ଏହି ଫାଟ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଫାଟ ସମ୍ପର୍କରେ ଜଣାପଡିବା ପରେ ଟ୍ରେନ୍ଟି କେଶପୁର ଗାଁ ନିକଟରେ ଅଟକି ରହିଥିଲା। ରେଳ ଧାରଣାରେ ଫାଟ ଯୋଗୁଁ ହାଓ୍ୱଡା-ଭୁବନେଶ୍ୱର ରୁଟ୍ରେ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ କର୍ମଚାରୀମାନେ […]
ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ। […]
ଟିଟିଲାଗଡ଼: ଭାଲୁକୁ ପିଟି ପିଟି ହତ୍ୟା କଲେ ଗାଁ ଲୋକ। ଟିଟିଲାଗଡ଼ ବ୍ଲକ ବାଗଡୋର ଗାଁ ନିକଟରେ ସ୍ଥାନୀୟ ଲୋକ ଠେଙ୍ଗାରେ ପିଟି ପିଟି ଭାଲୁକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଗତ ୧୭ ତାରିଖରେ ଏକ ଜଙ୍ଗଲୀ ଭାଲୁ ଟିଟିଲାଗଡ଼ ଡିଏଭି କଲେଜ ପରିସରରେ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଜଙ୍ଗଲ ବିଭାଗ, ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭୟଭୀତ ଲୋକଙ୍କୁ […]
ଲଣ୍ଡନ: ଭାରତ କେବେ ହେଲେ କାହାର ଭୂଖଣ୍ଡ ଉପରେ ଦୃଷ୍ଟି ପକାଏ ନାହିଁ। ଆମେ ସବୁବେଳେ ଶାନ୍ତିରେ ବିଶ୍ୱାସ କରୁ, ମାତ୍ର ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଆମେ କେବେ ସହ୍ୟ କରିପାରିବୁ ନାହିଁ। ଏହାର କଡ଼ା ଜବାବ ଦେବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନର ୱେଷ୍ଟମିନ୍ଷ୍ଟର ସେଣ୍ଟ୍ରାଲ୍ ହଲ୍ରେ ଭାରତ୍ କି ବାତ୍, ସବ୍କେ ସାଥ୍ କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ […]
ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ। ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା’ ଲକ୍ଷ୍ମୀଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି। ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ମା’ଙ୍କ ମଥାରେ ଶୋଭା ପାଉଛି। କିରୀଟ ସ୍ଥାପନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସମେତ ମା’ ଲକ୍ଷ୍ମୀଙ୍କ ମନ୍ଦିରର ସେବାୟତ ମାନେ ଉପସ୍ଥିତ ଥିଲେ। ବହୁଦିନ ହେବ ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ଦାବି ହୋଇ ଆସୁଥିଲା। ଦୀର୍ଘ ୬ମାସ […]
ପୁରୀ: ଲଗାତାର ୩ଦିନ ଧରି ନିରାଶ ପରେ ଆଜି ବାହାରିପାରେ ମହାପ୍ରଭୁଙ୍କ ମହାପ୍ରସାଦ। ଶ୍ରୀମନ୍ଦିରରେ ଲାଗି ରହିଥିବା ନୀତି ବିଭ୍ରାଟରେ ସୁଧାର ଆସିଥିଲେ ବି ମହାପ୍ରସାଦ ସମସ୍ୟା କିନ୍ତୁ ଦୂର ହୋଇପାରିନାହିଁ। ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିଆସିଥିଲେ ଭକ୍ତ। ଗତକାଲି ସକାଳ ଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ତେବେ କିଭଳି ଭାବେ ସୁଆର ମହାସୁଆରମାନେ ଶ୍ରୀଜୀଉଙ୍କ […]
ଝାରସୁଗୁଡା : ଝାରସୁଗୁଡା ବାଗଡିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ। ଘଟଣାରେ ୪ ବନ କର୍ମଚାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରସୁଗୁଡା ଡିଏଫଓ ସୁଶାନ୍ତ କୁମାର ଜଣେ ଫରେଷ୍ଟର ଓ ୩ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଫରେଷ୍ଟର ବସନ୍ତ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱନାଥ ପ୍ରଧାନ, ସୁନିଲ ଭୋଇ ଓ ରୋହିତ ମାଝୀ। ସୋମବାର ଦିନ ବାଗଡିହି ରେଞ୍ଜର ତେଲଡିହି ଫାଟକ ନିକଟରେ ରେଳ […]
ଭୁବନେଶ୍ୱର : ବିଧାନସଭାରେ ଅଚଳାବସ୍ଥା ନେଇ ଦାମଙ୍କ ରୋକଠୋକ୍ ବାଣୀ। ବିଜେଡିର ଏହି ବରିଷ୍ଠ ବିଧାୟକ କହିଛନ୍ତି ଯଦି କାମ ନାହିଁ ତ ଦରମା ନାହିଁ। ବିଧାୟକମାନଙ୍କୁ କାମ ଅନୁସାରେ ଭତ୍ତା ମିଳୁ। ଅଧିବେଶନ ବେଳେ ଯେତିକି ସମୟ ଗୃହ ଚାଲୁଛି, ସଦସ୍ୟମାନଙ୍କୁ ସେହି ଅନୁପାତରେ ଭତ୍ତା ମିଳୁ। କମ୍ କାମ କରି ପୂରା ଭତ୍ତା ମିଳିବା ବ୍ୟବସ୍ଥା ବନ୍ଦ ହେଉ। ସେପଟେ ଦାମଙ୍କ କଥାକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଏକ ହୋଟେଲ ଉପରେ ପୋଲିସର ଅଚାନକ ଚଢାଉ। ଚଢାଉ ବେଳେ ପୋଲିସ ୩ ଜଣ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି। ନିଜର ପରିଚୟ ସଠିକ୍ ଭାବରେ ଦେଇନଥିବାରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଛି। ତେବେ ସମସ୍ତଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଭୁବନେଶ୍ୱର : ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ପୋଲିସ ଅଧିକାରୀ ଅରୂପ ପଟ୍ଟନାୟକ। ମହାରାଷ୍ଟ୍ର କ୍ୟାଡରର ଏହି ପୂର୍ବତନ ଆଇପିଏସ୍ ଅଧିକାରୀ ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଅରୂପ ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ କାମ କରିଥିଲେ। ବିଜେଡିରେ ଯୋଗଦାନକୁ ନେଇ ଅରୂପ କହିଛନ୍ତି, ରାଜନୈତିକ କ୍ଷେତ୍ରରେ ତାଙ୍କୁ ଏକ ବଡ ସୁଯୋଗ ମିଳିଛି। ଏହା ତାଙ୍କ ପାଇଁ ନୂଆ ଅଧ୍ୟାୟ, ନୂଆ ଜୀବନ ବୋଲି ଅରୂପ କହିଛନ୍ତି।