Advertisment

Minister Fulfills Promise: କଥା ଦେଇ କଥା ରଖିଲେ ମନ୍ତ୍ରୀ, ଲୋକଙ୍କୁ ନେଲେ ପ୍ରୟାଗରାଜ

ବହୁ ରାଜନେତା ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ଭୁଲିଯାଆନ୍ତି । ଥରେ କ୍ଷମତାକୁ ଆସିଲେ ଲୋକଙ୍କ କଥା ଆଉ ମନେ ପଡେନି । ଗତ ନିର୍ବାଚନ ସମୟରେ ଗୋପାଳପୁର ବିଧାୟକ ଲୋକଙ୍କୁ କଥା ଦେଇଥିଲେ ରାଜ୍ୟ ବାହାରକୁ ବୁଲାଇ ନେବେ । ନିର୍ବାଚନ ଜିତି ମନ୍ତ୍ରୀ ହେଲେ । ଏବେ ତାଙ୍କ ଅଞ୍ଚଳର ଲୋକଙ୍କୁ ନେଉଛନ୍ତି ମହାକୁମ୍ଭକୁ ।

author-image
Jagannath Sahu
ଅଦ୍ୟତନ ହୋଇଛି
Ganjam

Ganjam

ନିର୍ବାଚନ ପୂର୍ବରୁ କଥା ଦେଇଥିଲେ। ଆଉ ନିର୍ବାଚନ ସରୁ ସରୁ କଥା ରଖିଲେ ପରିବହନ ମନ୍ତ୍ରୀ। ନିର୍ବାଚନମଣ୍ଡଳୀର ୩୦୦ରୁ ଅଧିକ ଲୋକଙ୍କୁ ବସ୍‌ରେ ପ୍ରୟାଗରାଜରେ ବୁଡ଼ ପକାଇବାକୁ ନେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏଥିପାଇଁ ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଓ ଖୁସି।

Advertisment

ଆଜି ହେଉଛି ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥି। ଏହି ତିଥିରେ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ଗୋପାଳପୁରର ୩୦୦ରୁ ଅଧିକ ଲୋକଙ୍କୁ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ବୁଲାଇବାକୁ ନେଲେ ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏଥିପାଇଁ ୭ଟି ବସ୍‌ କରାଯାଇଛି। ବସ୍‌ ଗୁଡ଼ିକ ଗୋଲନ୍ଥରା ସ୍ଥିତ ଈଶାନେଶ୍ୱର ମନ୍ଦିର ନିକଟରୁ ବାହାରିଥିଲା। ନିଜେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନଡ଼ିଆ ପିଟି ଶୁଭାରମ୍ଭ କରିଥିଲେ। ତୀର୍ଥ ଯାତ୍ରୀମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ପରେ ଅଯୋଧ୍ୟା ଯାଇ ରାମଲାଲାଙ୍କ ଆଶୀର୍ବାଦ ନେବେ ବୋଲି ଜଣାପଡ଼ିଛି।

ମହାକୁମ୍ଭ ଯାତ୍ରାକୁ ନେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ପ୍ରତିଶ୍ରୁତି ନୁହେଁ, ନିର୍ବାଚନ ପୂର୍ବରୁ ସମସ୍ତଙ୍କର ଇଚ୍ଛା ହୋଇଥିଲା କେମିତି ରାମଲାଲାଙ୍କୁ ଦର୍ଶନ କରିବେ? ନିର୍ବାଚନ ସରିଲା। ସମସ୍ତଙ୍କ ଇଚ୍ଛା ପୂରଣ କରିବା ଆମର ଦାୟିତ୍ୱ ଥିଲା। ସେହି କଥା ଭାବୁ ଭାବୁ ମହାକୁମ୍ଭ ମେଳା ପଳାଇ ଆସିଲା। ଆସନ୍ତା କାଲି ମାଘ ପୂର୍ଣ୍ଣିମାର ସାହିସ୍ନାନ ଥିବାରୁ ଗୋପାଳପୁର ନିର୍ବାଚନମଣ୍ଡଳୀର ସାଧାରଣ ଲୋକ ଓ କାର୍ଯ୍ୟକର୍ତ୍ତାମାନେ ଆଜି ଯାଉଛନ୍ତି। ସମସ୍ତେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଉ ଦେଖାଦେବନି ଦ୍ୱନ୍ଦ୍ୱ, ଗୋଟିଏ ତିଥିରେ ପଡ଼ିବ ପର୍ବପର୍ବାଣୀ

ବସ୍‌ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି କହିଛନ୍ତି, ମହାକୁମ୍ଭ ଯିବା ପାଇଁ ବହୁ ଇଚ୍ଛା ଥିଲା। ଆମ ସେହି ବ୍ୟବସ୍ଥା କରିଥିବାରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ତରଫରୁ ବିଭୂତି ଭାଇଙ୍କୁ ଧନ୍ୟବାଦ ଦେଉଛି। ସିଏ ଓଡ଼ିଶାବାସୀଙ୍କ ପାଇଁ ମନ୍ତ୍ରୀ। କିନ୍ତୁ ସେ ଆମ ପାଇଁ ବିଭୂତି ଭାଇ। ଶରୀର ଓ ଆତ୍ମା ଶୁଦ୍ଧ କରିବା ପାଇଁ ଆମକୁ ମହାକୁମ୍ଭ ମେଳାକୁ ନେଉଛନ୍ତି। ଏଥିପାଇଁ ଆମେ ବହୁତ ଖୁସି। ଏହାକୁ ଜୀବନରେ କେବେ ଭୁଲି ପାରିବୁ ନାହିଁ ବୋଲି ବ୍ୟକ୍ତି ଜଣକ କହିଛନ୍ତି।

ଅଧିକ ପଢ଼ନ୍ତୁ: ବାରବାଟୀ ବିଦ୍ୟୁତ ବିଭ୍ରାଟ, ଦୋଷୀ କିଏ, ଡ୍ରାଇଭର ମୁଣ୍ଡରେ ଅଠା ?

 ନିର୍ବାଚନ ପୂର୍ବରୁ ବିଭୁତି ଭୂଷଣ ଜେନା କୁଆଡ଼େ କଥା ଦେଇଥିଲେ। ଜିତିଲେ ସମସ୍ତଙ୍କୁ ସୀମାଞ୍ଚଳମ୍‌ ଓ ରାମଲାଲା ଦର୍ଶନ କରାଇବେ ବୋଲି କହିଥିଲେ। ଆଉ ନିର୍ବାଚନ ସରୁ ସରୁ ଆସିଗଲା ମହାକୁମ୍ଭ ମେଳା। ତେଣୁ ନିଜ ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ନେଉଛନ୍ତି ମନ୍ତ୍ରୀ।

Mahakumbh 2025 Ganjam BJP
Advertisment
Advertisment