ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ଜନ ଆକ୍ରୋଶ ରାଲି। ରାମଲୀଳା ମୈଦାନରେ ଜନ ସାଧାରଣଙ୍କୁ ଉଦ୍ବୋଧନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିକାଶ ପାଇଁ ୬୦ ମାସ ମାଗିଥିଲେ। କିନ୍ତୁ ନିଜ ସମସ୍ତ ପ୍ରତିଶୃତି ପାଳନ କରିବାରେ ମୋଦି ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶର ଆଇନ ପରିସ୍ଥିତି ବିଗିଡ଼ିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି, […]
ଭୁବନେଶ୍ୱର/ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେବ କ୍ରାଇମ୍ବ୍ରାଞ୍ଚ। ପୁଞ୍ଜିଲାଲ୍ ବିରୋଧରେ ତଥ୍ୟ ଯୋଗାଡ଼ ଲାଗି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ପଠାଯିବ। ଜବତ ଚିଠିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍କୁ ପଠାଯିବ। ଚିଠିକୁ ପୁଞ୍ଜିଲାଲ୍ ଲାପ୍ଟପ୍ରୁ ଉଡ଼ାଇ ଦେଇଥିବାରୁ ରିଟ୍ରାଇଭ୍ ଲାଗି ପଠାଯାଇଛି। DTDC କୋରିୟର ସଂସ୍ଥାର CCTVରେ ପୁଞ୍ଜିଲାଲ୍ର […]
ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର। ଅନୁଗୁଳରେ ତାଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଥିଲା, ୭ ଦିନ ପରେ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସେ କହିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ସିନେ କ୍ରିଟିକ୍ସ୍ ଆସୋସିଏସନ୍ର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇ ଡିଜିପିଙ୍କୁ ଭେଟିଛନ୍ତି। ଗତ ୨୨ ତାରିଖରେ ଅନୁଗୁଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା […]
ସୋର: ରାଜ୍ୟରେ ଥମିବାର ନାଁ ନେଉନି ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା। ବାଲେଶ୍ୱର ସୋରରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସୋର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ସିମୁଳିଆ ଅଞ୍ଚଳର ଜଣେ ଯୁବକ ସୋରର ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ତେବେ ଏଥିରେ ବିଫଳ ହେବାରୁ ନାବାଳିକାଙ୍କୁ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଏହି […]
ଉତ୍ତରାଖଣ୍ଡ: ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ୍। ୬ମାସ ପରେ ଆଜି ସକାଳ ୪ଟାରେ କୋଦାରନାଥ ମନ୍ଦିର କବାଟ ଖୋଲିଛନ୍ତି ପୂଜାରୀ। ସକାଳ ପ୍ରାୟ ୪ଟାରୁ କବାଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳେ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ପରେ ସମସ୍ତ ପୂଜାବିଧି କରାଯାଇଥିଲା। ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ୍ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲେଜର ସୋ’ ରେ ଝଲସିବ କେଦାରନାଥ ଧାମ୍। ଏହି […]
ନୂଆଦିଲ୍ଲୀ : ଭୋଟ୍ ଗଣତି ପ୍ରକ୍ରିୟାରେ ହେବ ନାହିଁ କୌଣସି ପରିବର୍ତ୍ତନ। ବିରୋଧୀ ଦଳର ଆବେଦନକୁ ଖାରଜ କରି ଆଜି ଏହା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ। ଗଣତି ପୂର୍ବରୁ ଇଭିଏମ ସହ ଭିଭିପାଟକୁ ମେଳ କରିବାକୁ ଦାବି କରି ଗତକାଲି ୨୧ଟି ବିରୋଧୀ ଦଳର ସଦସ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଥମେ ଇଭିଏମ୍ ସହ ଭିଭିପାଟ୍ ଗଣତି ମେଳ କରିବାକୁ ବିରୋଧୀ ଦାବି କରିଥିଲେ। ଯେଉଁଠି ଇଭିଏମ ଓ ଭିଭିପାଟ ମଧ୍ୟରେ ସଂଖ୍ୟା ମେଳ […]
ଭୁବନେଶ୍ୱର : ଦେଶର ୪୮ଟି ଆଞ୍ଚଳିକ ଦଳକୁ ପଛରେ ପକାଇ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ନିର୍ବାଚନୀ ଚାନ୍ଦା ପାଇଛି। ବିଜେଡିକୁ ସର୍ବାଧିକ ୧୩.୦୪ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଦ୍ୱିତୀୟ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ଭାବେ ଜେଡିୟୁକୁ ୧୧.୧୯କୋଟି ଓ ୱାଇଏସଆର କଂଗ୍ରେସକୁ ୮.୩୫ କୋଟି ଟଙ୍କା ମିଳିଛି। ତେବେ ଆଶ୍ଚର୍ଯ୍ୟର କଥା ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେଡିକୁ ଟଙ୍କାଟିଏ ବି ଦାନ ମିଳିନଥିବାବେଳେ ୨୦୧୭-୧୮ ବର୍ଷରେ ୨ଟି ସଂସ୍ଥା ( […]
ନୂଆଦିଲ୍ଲୀ: ୪୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲେଜ୍ ଛାତ୍ରଛାତ୍ରୀ, NCC କ୍ୟାଡେରଙ୍କୁ ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍ରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମୋଦି। ଦେଶ, ଜାତି ଏବଂ ସମାଜ ପାଇଁ ଏହି ଅବସରରେ କିଛି କରିବା ସମୟ ବୋଲି ସେ କହିଛନ୍ତି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ସଫତଳତାକୁ ପ୍ରଂଶସା କରିଛନ୍ତି ମୋଦି। ରାଜ୍ୟଗୋଷ୍ଠୀରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି […]
ବାଲେଶ୍ୱର: ବାପା ବି ଏତେ ନିର୍ଦ୍ଦୟ ହୋଇପାରେ। ଝିଅ ବୋଲି ବର୍ଷକର ଶିଶୁକୁ ନେଇ ଘରଠାରୁ ଦୂର ଏକ ଗଛ ମୂଳରେ ରଖି ଦେଇଥିଲେ। ଏହି ଅଭାବବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମେଣ୍ଡାଗଡ଼ଆ ଗାଁରେ। ପ୍ରଥମ ସନ୍ତାନ ଝିଅ ହୋଇଥିବାରୁ ବାପା କୈଳାସ ଚନ୍ଦ୍ର ସାହୁ ଖୁସି ନ ଥିଲେ। ମିଳିଥିବା ସୂଚନା ଅନୁସାରେ, କୈଳାସ ବଳପୂର୍ବକ ଭାବେ ଝିଅକୁ ତା’ର ମା’ କୋଳରୁ ଛଡ଼ାଇ ଆଣି ଜବାହର ନବୋଦୟ ବିଦ୍ୟାଳୟ ରାସ୍ତାର […]
ଭଦ୍ରକ: ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ସମୟରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଭାସ୍ଥଳକୁ ନିଆଯିବା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ଅସିତ୍ ପଟ୍ଟନାୟକଙ୍କ ସମର୍ଥକ ମାନେ ସ୍ଥାନୀୟ ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଏବଂ ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ କାହିଁକି ଏଭଳି ଆକ୍ରମଣ କରାଗଲା ସେନେଇ କାରଣ […]
ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି। ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି […]
ଭୁବନେଶ୍ୱର: କେଉଁ ପରିସ୍ଥିତିରେ ଅଧ୍ୟାପକରୁ ମର୍ଡରର ପାଲଟିଲେ ପୁଞ୍ଜିଲାଲ୍। ଜଣେ ଭଲ ଅଧ୍ୟାପକରୁ କେମିତି ହେଲେ ହାର୍ଡକୋର ଅପରାଧୀ। କଣ ଥିଲା ତାଙ୍କ ପୂର୍ବ ରେକର୍ଡ ଆଉ ଇତିହାସ। ଏସବୁ ସମ୍ପର୍କରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ। ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ ପୁଞ୍ଜିଲାଲ୍ ମେହେରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କିଛି ନୂଆ ଦିଗ ସମ୍ପର୍କରେ ଜାଣିବାକୁ ପାଇଛି। ଛାତ୍ରଛାତ୍ରୀଙ୍କୁ ଓଜସ୍ୱୀନି ଭାଷଣ ଦେଇ ଜୀବନରେ […]
କେନ୍ଦ୍ରାପଡ଼ା: ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଜୁଲାଇ ୩୧ ତାରିଖ ଯାଏଁ ଏହା ବନ୍ଦ ରହିବ। ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ। ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ […]
ଭୁବନେଶ୍ୱର: ତାତିରୁ ସାମାନ୍ୟ ତ୍ରାହି। ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଜି ବି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏସବୁ ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, […]