• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pnb
ପିଏନ୍‌ବି ମହାଠକେଇ ମାମଲା: ସିବିଆଇର ଖୋଳତାଡ ଜାରି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି। ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, […]

salman khan
୨ ଦିନ ପରେ ଜେଲ୍‌ରୁ ବାହାରିବେ ସଲମାନ୍‌, ମିଳିଲା ଜାମିନ୍‌

ଯୋଧପୁର: ୨ ରାତି ଜେଲ୍‌ରେ କାଟିବା ପରେ ମୁକୁଳିବେ ବଲିଉଡ଼୍ ଭାଇଜାନ୍‌ ସଲମାନ୍‌ ଖାନ୍‌। କାରଣ ସଲମାନ୍‌ଙ୍କୁ ଯୋଧପୁର ସେସନ୍ସ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ବାହାରିବେ ବୋଲି କୁହାଯାଉଛି। ସଲମାନ୍‌ଙ୍କ ଜେଲ୍‌ରୁ ବାହାରିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। କାରଣ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ୍‌ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର ଥିଲା। ଯୋଧପୁର ସେସନ୍ସ କୋର୍ଟରେ […]

fire
ଅଗ୍ନିକାଣ୍ଡରେ ୪୦ ପରିବାର ସର୍ବସ୍ୱାନ୍ତ

ବ୍ରହ୍ମପୁର: ୫୦ ବଖରା ପୋଡି ପାଉଁଶ।  ଗଂଜାମ ଜିଲ୍ଲା ଭଞ୍ଜନଗର ବରପାଲି ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡରେ ସାହିର ପ୍ରାୟ ୫୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ହିଂସାକାଣ୍ଡ ଘଟିବା ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

representational image
ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିରରେ ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର। ସୂଚନା ଅନୁସାରେ ଉଡ଼ଇାପାଳ ଗାଁର ଯୁବକ ଜଣକ କଦମ୍ବପଡ଼ା ଗାଁରେ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ ବର୍ଷ ପୂର୍ବେ ଯୁବକ ଜଣକ ୨ଟି ସନ୍ତାନ ଥିବା ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ।  ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟାରୁ ହୋଇଛି ତାହା ଜଣାପଡ଼ିନି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

salman
ଜେଲ୍‌ରୁ ବାହାରିବେ କି ସଲମାନ୍‌? ମଧ୍ୟାହ୍ନ ଭୋଜନ ପରେ ଆସିପାରେ କୋର୍ଟଙ୍କ ନିଷ୍ପତ୍ତି

ଯୋଧପୁର:ବଲିଉଡ଼ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର। କୋର୍ଟଙ୍କ ନିଷ୍ପତ୍ତିକୁ  ଚାହିଁ ରହିଛନ୍ତି ସମସ୍ତେ। ତେବେ ଜଣାପଡ଼ିଛ ଯେ ମଧ୍ୟାହ୍ନ ଭୋଜନ ପରେ ସଲମାନ୍‌ଙ୍କ ଜାମିନ ଆବେଦନ ଉପରେ ରାୟ ଆସିବ। ଯୋଧପୁର ସେସନ୍ସ କୋର୍ଟରେ ଏହି ଜାମିନ୍‌ ଆବେଦନର ଶୁଣାଣି ଶେଷ ହୋଇଛି। କୋର୍ଟଙ୍କ ନିଷ୍ପତ୍ତି ଅପରାହ୍ନରେ ଆସିପାରେ ବୋଲି ଜଣାପଡ଼ଛି। ଗତକାଲି ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇ ଆଜି ଧାର୍ଯ୍ୟ କରିଥିଲେ। […]

cec
୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

ନୂଆଦିଲ୍ଲୀ :୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍‌ ହୋଇଛି ୧୨୩୯ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ ହୋଇଛି। ସେହିଭଳି ପଶ୍ଚିମବଙ୍ଗରେ ୮୧ ଓ ମଣିପୁରରେ ୭୮.୨ ଭୋଟର ମତଦାନ କରିଛନ୍ତି।  ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ରେ ସାମାନ୍ୟ ହିଂସାକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଶେଷ […]

  • Friday, 16 July 2021
vote
ବିଶାଖାପାଟଣାରେ ଭୋଟ ଦେଲେ ପ୍ରବାସୀ ଓଡ଼ିଆ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ରାଜ୍ୟର ୨୫ ଟି ଲୋକସଭା ଆସନ ପାଇଁ ମୋଟ ୩୧୯ ଜଣ ପ୍ରାଥୀ ମୈଦାନରେ ରହିଥିବା ବେଳେ ୧୭୫ଟି ବିଧାନସଭା ଆସନ ପାଇଁ ମୋଟ ୨ହଜାର ୧୧୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ବିଶାଖାପାଟନମରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ଭୋଟର ମତଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୩ ଜିଲାର ୩.୯ କୋଟି ଭୋଟରଙ୍କ ପାଇଁ ୪୬ ହଜାର ୧୨୦ଟି ପୁଲିଂ […]

  • Friday, 16 July 2021
bjd
ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିଜେଡ଼ିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର: ତୈଳ ବଜାରରେ ନିଆଁ। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି।  ଏହାର ପ୍ରତିବାଦରେ କେନ୍ଦ୍ରକୁ ଟାର୍ଗେଟ୍ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡ଼ି। ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି।  ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ ଥିବା ପେଟ୍ରୋଲ ପମ୍ପରେ ଧାରଣା ଦିଆଯାଇଥିଲା।  ତେବେ ବିଜେପି ଏହାର ଜବାବ ରଖିଛି। ଦଳ କହିଛି, […]

new born girl found
ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅମାନବୀୟ ଘଟଣା। ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଟିକାୟତପାଲି ସାନଝରଣ ନାଳରେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରକୁ ୟାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ତେବେ କାଳବୈଶାଖୀ ଯୋଗୁଁ ଭୟଭୀତ ହୋଇ ଘରକୁ ଫେରିଆସିଥିଲେ। ଆଜି ସକାଳୁ କିଛି ସ୍ଥାନୀୟ ଲୋକ, ପୋଲିସ ଓ ଆଶାକର୍ମୀ ଜଙ୍ଗଲକୁ ଯାଇ ନାଳରେ ପୋତା ହୋଇଥିବା […]

kalabaisakhi
ତାତିରୁ ମିଳିଛି ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ମିଳିଛି ନିସ୍ତାର। ଆଭ୍ୟନ୍ତରୀଣ ସହ ଉପକୂଳ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ତେବେ କାଳବୈଶାଖୀ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

sbi
ପୁଣି ବ୍ୟାଙ୍କ ଡକାୟତି

ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳାରେ। ଏଠାରେ ଥିବା ଏସ୍‌ବିଆଇ ଶାଖାରୁ ଚୋରି ହୋଇଛି। ତେବେ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇଛି। ଷ୍ଟ୍ରଙ୍ଗରୁମ୍‌ରେ ଥିବା ଏକ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି।  ଷ୍ଟ୍ରଙ୍ଗରୁମ୍‌ରେ ଡକାୟତି ବେଳେ ସାଇରନ୍ ବାଜିବାରୁ ଡକାୟତମାନେ ସେଠାରୁ ଖସି ପଳାଇଥିଲେ। ତେବେ ଯିବା ପୂର୍ବରୁ ଏକ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା […]

salman
ବଢ଼ିପାରେ ସଲମାନ୍‌ଙ୍କ ସମସ୍ୟା!

ନୂଆଦିଲ୍ଲୀ: ଯାହା ଲାଗୁଛି ବଲିଉଡ଼୍‌ ଭାଇଜାନ୍ ସଲମାନ୍‌ ଖାନ୍‌ଙ୍କୁ ତାଙ୍କର ଭାଗ୍ୟ ତାଙ୍କୁ ସାଥ୍‌ ଦେଉନାହିଁ। କାରଣ ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଥିବା ଜଜ୍‌ଙ୍କ ବଦଳି ହୋଇଛି। ଯୋଧପୁର ସେସନ୍ସ କୋର୍ଟର ଜଜ୍‌ ରବୀନ୍ଦ୍ର କୁମାର ଯୋଶୀ, ଯିଏକି ବଲିଉଡ଼୍‌ ଅଭିନେତାଙ୍କ ଜାମିନ୍‌ ଉପରେ ଆଜି ଶୁଣାଣି କରିଥାନ୍ତେ, ରାଜସ୍ଥାନ ହାଇକୋର୍ଟ ତାଙ୍କୁ ବଦଳି କରିଛନ୍ତି। ଫଳରେ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲ୍‌ରେ ଥିବା ସଲମାନଙ୍କୁ ଆଉ କିଛି ଦିନ କାଟିବାକୁ ପଡିପାରେ […]

encounter in ctc
ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର।  ଗତକାଲି ସନ୍ଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ୍ ଟୁଟୁନି ଆହତ ହୋଇଛି। ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।  ଅବଦୁର ରେହମାନ୍‌ର ଭାଇକୁ ଗୁଳିମାଡ଼ ଘଟଣାରେ ଟୁଟୁନିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଗତ ୩୬ ଘଣ୍ଟା ଭିତରେ କଟକରେ ତୃତୀୟ ଏନ୍‌କାଉଣ୍ଟର କରିଛି କମିଶନରେଟ୍ ପୋଲିସ। […]

bjp-0
ବିଜେପିକୁ ଭୋଟ୍ ଦେବାକୁ ୯ଶହ କଳାକାରଙ୍କ ଅପିଲ୍

ନୂଆଦିଲ୍ଲୀ :  ବିଜେପିକୁ ଭୋଟ୍ ଦେବାକୁ କଳାକାରଙ୍କ ଅପିଲ୍। ଜଣେ କି ଦୁଇଜଣ ନୁହେଁ, ଦେଶର ୯ ଶହ କଳାକାର ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଛନ୍ତି। ଦେଶକୁ ମଜବୁର ନୁହେଁ, ମଜଭୁତ ସରକାର ଦରକାର ବୋଲି କହିଛନ୍ତି ଦେଶର ପ୍ରତିଷ୍ଠିତ ପ୍ରାୟ ୯ ଶହ କଳାକାର। ଏମାନଙ୍କ ମଧ୍ୟରେ ଅଛନ୍ତି ପଣ୍ଡିତ ଯଶରାଜ, ଶଙ୍କର ମହାଦେବନ, ଅନୁରାଧା ପୋଡ଼ୱାଲ ପ୍ରମୁଖ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଦେଶ ସୁଶାସନ […]

  • Friday, 16 July 2021
thunder
କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ବର୍ଷା ସହ କୁଆପଥର, ବଜ୍ରପାତ ନେଇ ସତର୍କ ସୂଚନା ।୧୪ଟି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଜପତି, ରାୟଗଡ଼ା,କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ,ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲା ପାଇଁ ସତର୍କ ସୂଚନା। ବର୍ଷା ସହ ୫୦ରୁ ୬୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

  • Friday, 16 July 2021
drown
ପାଣିରେ ବୁଡ଼ି ୩ ଜଣ ନାବାଳିକାଙ୍କ ମୃତ୍ୟୁ

ଦେବଗଡ଼ : ପାଣିରେ ବୁଡ଼ିଯାଇ ୩ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ୨ ଜଣ ଏବଂ କଳାହାଣ୍ଡି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦେବଗଡ଼ ବାରକୋଟ ସିଂହଶାଖ ଗାଁରେ ପୋଖରୀରେ ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଛୁନକୁ ଓରାମଙ୍କ ଝିଅ ସୀତା ଓରାମ ଏବଂ ଶିବ ଓରାମଙ୍କ ଝିଅ ଅଞ୍ଜନା ଓରାମ। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଜଣ ନାବାଳିକା। ସେହିପରି କଳାହାଣ୍ଡି ଜିଲ୍ଲା […]

  • Friday, 16 July 2021