• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Nirav-Modi-Mehul-Choksi
ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କର ଋଣ ଖିଲାପକାରୀ ହିରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି। ସିବିଆଇର ଏହି  ଆବେଦନକୁ ମୁମ୍ବାଇରେ ସ୍ୱତନ୍ତ୍ର ସିବିଆଇ ଅଦାଲତ୍‌ ମଞ୍ଜୁର କରିବା ପରେ ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ଭାରତୀୟ ବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖାର ଅଧିକାରୀମାନେ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ୍‌ ଚୋକ୍‌ସିଙ୍କ ସମ୍ବନ୍ଧିତ କମ୍ପାନୀକୁ ଆର୍ଥୀକ ସହଯୋଗ କରିଥିବା […]

  • Friday, 16 July 2021
ctc loot case
‌‌ଅଭିଯୋଗକାରୀ ହିଁ ଲୁଟେରା

କଟକ: ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଝାଡିଲେ। ଏପରି ଅଭିନୟ ଢଙ୍ଗରେ ଟଙ୍କା ଲୁଟ୍ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। କଟକ ଆହ୍ଲାବାଦ୍‌ ବ୍ୟାଙ୍କ ସାମ୍ନାରୁ ୨୭ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ।  ଲୁଟ୍‌ରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୬ ଲକ୍ଷ ୪୮ ହଜାର ଟଙ୍କା ଉଦ୍ଧାର କରିଛି ପୋଲିସ। ଲୁଟ୍ ନେଇ ଏତଲା ଦେଇଥିବା ନଳିନୀକାନ୍ତ […]

kalahandi
ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୩ ଅଭିଯୁକ୍ତ ଗିରଫ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ଏମ୍. ସନ୍ଦିପ ସମ୍ପତ୍। ଅଭିଯୁକ୍ତମାନେ ହେଲେ ଚିତ୍ତରଂଜନ ଗୁରୁ, ମୁକୁନ୍ଦ ଗୁରୁ ଓ ସୁଶାନ୍ତ ପ୍ରଧାନୀ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି। ଗତ ୩୧ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ଶନି ମନ୍ଦିରରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଭତ୍ରା ଯୋର ଡ୍ୟାମ୍‌ […]

superstar
ସୁପରଷ୍ଟାରଙ୍କ ବିକ୍ଷୋଭ

ଚେନ୍ନାଇ: ଗୋଟିଏ ମଞ୍ଚରେ ଏକଜୁଟ୍ ହୋଇଛନ୍ତି ତାମିଲ୍ ଇଣ୍ଡଷ୍ଟ୍ରିର ସମସ୍ତ ସୁପରଷ୍ଟାର। ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ, କମଲ ହସନ୍, ବିକ୍ରମ, ଧନୁଷ, ସଙ୍ଗୀତ ନିର୍ଦ୍ଦେଶକ ଇଲିଅରାଜା ସମେତ ଅନେକ ତାମିଲ କଳାକାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାବେରୀ ନଦୀ ମ୍ୟାନେଜ୍‌ମେଣ୍ଟ୍‌ ବୋର୍ଡ ଗଠନ ଦାବିରେ ଚେନ୍ନାଇରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଇଛନ୍ତି। ଯଥା ଶୀଘ୍ର କାବେରୀ ନଦୀ ମ୍ୟାନେଜ୍‌ମେଣ୍ଟ୍‌ ବୋର୍ଡ ଗଠନ ଲାଗି ଦାବି କରିଛନ୍ତି ଏହି ସୁପରଷ୍ଟାର।  କିଛି ଦିନ ତଳେ ଡିଏମ୍‌କେ ବନ୍ଦ ଡାକରା ଦେଇଥିବା […]

train run without engine
କର୍ତ୍ତବ୍ୟରେ ଅବହେଳା ପାଇଁ ୫ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ଚାଲିଛି ରେଲୱେର ତନାଘନା। ଏଭଳି ତ୍ରୁଟି କେଉଁଠି ରହିଲା ଏବଂ ଏହା ପଛରେ କିଏ ଦାୟୀ ସେ ନେଇ ତର୍ଜମା କରୁଛନ୍ତି ରେଲୱେର ବରିଷ୍ଠ ଅଧିକାରୀ। ଘଟଣା ପାଇଁ ବର୍ତ୍ତମାନ ସୁଦ୍ଧା ୨ ଜଣ ଇଞ୍ଜିନ୍ ଡ୍ରାଇଭରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଏଭଳି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ଶହ […]

Police and Maoists exchange fire
ପୋଲିସ୍-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ୍ ଠାବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ। ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସ୍ଥାନୀୟ ଅଞ୍ଚଳରେ ମାଓ ସଂଗଠନ କରିବା ପାଇଁ ଲୁଙ୍ଗା ପାହାଡ଼ରେ ଏକ ମାଓ କ୍ୟାମ୍ପ୍‌ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ୍‌ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି […]

monsoon
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବିଜୁଳି ଘଡଘଡି ସହ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ମଧ୍ୟ ଜଣାପଡ଼ିଛି। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ରାଜ୍ୟର ୧୧ଟି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଜାରି କରିଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ […]

jee main exam
ଓଡ଼ିଶାରୁ ରେଜିଷ୍ଟ୍ରେସନ୍ କରିଛନ୍ତି ୪୪ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ଫାଇନାଲ୍ ପରୀକ୍ଷା ଅନୁଷ୍ଠିତ ହେବ।  ପ୍ରଥମ ପେପର୍‌ ପାଇଁ ସକାଳ ସାଢେ ୯ରୁ ସାଢେ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ସେହିପରି ଦ୍ୱିତୀୟ ପେପର ପାଇଁ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଉଭୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅଢେଇ ଘଣ୍ଟା ପୂର୍ବରୁ ନିଜନିଜ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ଜେଇଇ ମେନ୍‌ରେ ଓଡିଶାର ମୋଟ ୪୪ହଜାର ୪୮୮ଜଣ ରେଜିଷ୍ଟ୍ରେସନ କରିଛନ୍ତି। […]

train
ବର୍ତ୍ତିଗଲେ ଶହ ଶହ ଯାତ୍ରୀ

କେସିଙ୍ଗା: ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୮୪୦୬)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ। ଗତ ରାତି ପ୍ରାୟ ୧୦ଟା ୫ ମିନିଟ୍‌ରେ ଟିଟିଲାଗଡ଼ ଷ୍ଟେସନ୍‌ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା। ବଗି ଗୁଡିକରେ କେତେ ଯାତ୍ରୀ ଥିଲେ, ସେନେଇ ସଠିକ୍ ସୂଚନା ନାହିଁ। […]

thunder
କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ନେଇ ସତର୍କ ସୂଚନା । ଆଜି ରାତି ୮ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପରାମର୍ଶ। ୧୧ଟି ଜିଲ୍ଲା ପାଇଁ ସତର୍କତା ସୂଚନା । ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଓ ଯାଜପୁର ଜିଲ୍ଲାପାଇଁ ସତର୍କ ସୂଚନା ଜାରି ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବାର ସମ୍ଭାବନା। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ […]

  • Friday, 16 July 2021
cm
ଧାମରା ବନ୍ଦର ସଂପ୍ରସାରଣ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣର ଶୁଭ ଉଦଘାଟନ। ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମରା ବନ୍ଦରରେ ବୃହତ ମାଲବାହୀ ଏବଂ ଫର୍ଟିଲାଇଜର ବର୍ଥର ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାମରା ବନ୍ଦର ଯୋଗୁ ରାଜ୍ୟରେ ସାର ସଙ୍କଟ ଦୂରୀଭୂତ ହେବା ସହ କୃଷିର ବିକାଶ ହୋଇଛି ଏବଂ ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ମିଳିବ।  ଏହାସହ ମୁଖ୍ୟମନ୍ତ୍ରୀ ଭଦ୍ରକରେ ଅଦାନୀ ଡିଏଭି […]

mayurbhanja
ଅଙ୍ଗନୱାଡି କେନ୍ଦ୍ରର ପିଣ୍ଡାରୁ ୩ ମାସର ଶିଶୁକନ୍ୟା ଉଦ୍ଧାର

ମୟୂରଭଂଜ : ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବରଭି କିରିକିଚିଆ ଅଙ୍ଗନୱାଡି କେନ୍ଦ୍ରର ପିଣ୍ଡାରୁ ଏକ ୩ ମାସର ଶିଶୁକନ୍ୟା ଉଦ୍ଧାର। ଶିଶୁଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦେଇଥିଲେ ଲୋକେ। ଆଶାକର୍ମୀଙ୍କ ସହାୟତାରେ ଶିଶୁକୁ ସ୍ଥାନୀୟ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଶିଶୁକନ୍ୟା ମାନସିକ ସ୍ଥିତି ହରାଇଥିବା ଜଣେ ଦିବ୍ୟାଙ୍କ ମହିଳାଙ୍କର ବୋଲି ଆଶାକର୍ମୀ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କର ସ୍ୱାମୀ ମେଡିକାଲ ଯାଇ ଉଦ୍ଧାର ଶିଶୁକୁ ଘରକୁ ନେଇଥିବା […]