• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

girls students
ମାଟ୍ରିକ୍‌ ପରୀକ୍ଷାରେ ଝିଅଙ୍କ ବାଜିମାତ୍‌

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ। ଏଥର ମୋଟ୍‌ ପାସ୍ ହାର ୭୬.୨୩ ପ୍ରତିଶତ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ଅଛି। ଚଳିତ ବର୍ଷ ୬ ଲକ୍ଷ ୮ହଜାର ୬ଶହ ୫୯ ଜଣ ମାଟ୍ରିକ୍‌ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍‌ କରିଛନ୍ତି। ଅନ୍ୟପକ୍ଷରେ, ୨ଲକ୍ଷ ୧୬ ହଜାର ୩୦୫ଜଣ ପୁଅ […]

baripada
୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ଆଜି କୁଡୁମୀ ସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା। କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏନେଇ NH୧୮ ଓ ୪୯ରେ ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ […]

matric result
ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆଜି ସକାଳ ୯ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ www.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଯେ କୌଣସି […]

kalinga studio-
କ୍ରୀଡ଼ା ବିଭାଗର ପ୍ରସ୍ତାବ ବିରୋଧରେ ବର୍ଷିଲେ ବିରୋଧୀ ଓ କଳାକାର

ଭୁବନେଶ୍ୱର : ବିରୋଧ ଜୋର୍‌ଦାର। ଶାସକ ଦଳ ଭିତରୁ, ଦଳ ବାହାରୁ ବି। କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଲାଗି କ୍ରୀଡ଼ା ବିଭାଗର ଏ ପ୍ରସ୍ତାବକୁ ଗତକାଲି ଓଡିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ ତଥା ବିଜେଡି ନେତା ମୁନ୍ନା ଖାଁ ଦୃଢ଼ ବିରୋଧ କରିଥିଲେ। ଏହାପରେ ଆଜି ପ୍ରେସ୍‌ମିଟ୍ କରି ଦଳରେ ଥିବା ସିନେ କଳାକାରଙ୍କୁ ସାମ୍ନାକୁ ଆଣି କ୍ରୀଡ଼ା ବିଭାଗର ନିଷ୍ପତ୍ତି ଉପରେ ବର୍ଷିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ […]

father
ମାଟ୍ରିକ ରେଜଲ୍ଟ ଖରାପ ହେବ କହିବାରୁ ଝିଅକୁ ପୋଡ଼ି ମାରିବାକୁ ବାପାର ଉଦ୍ୟମ

ବାଲେଶ୍ୱର : ମାଟ୍ରିକ୍ ରେଜଲ୍ଟ ଖରାପ ହୋଇପାରେ ବୋଲି ଆଶଙ୍କା କରି ବାପାଙ୍କୁ ସତ କଥା କହିବାରୁ ଜଣେ ନାବାଳିକାକୁ ବାପାର ଆକ୍ରୋଶର ଶିକାର ହେବାକୁ ପଡିଛି। ବାପା ବର୍ବରତାର ସୀମା ଟପି ନିଜ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମ୍ବୁଡିହା ଗାଁର। ସୂଚନା ଅନୁଯାୟୀ ଏହି ଗାଁର ଶତ୍ରୁଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ନିଜ ଝିଅ ମାନସୀଙ୍କୁ ପରୀକ୍ଷା ସମ୍ପର୍କରେ […]

  • Saturday, 17 July 2021
professor
ଅଧ୍ୟାପନାରୁ ଅାତଙ୍କବାଦ

ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। […]

bse
ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୯ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ WWW.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଯେ […]

ratha
ବଦଳାଗଲା ଦେବୀ ସୁଭଦ୍ରାଙ୍କ ରଥର ପହି

ପୁରୀ : ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଫାଟଥିବା ପହିକୁ ବଦଳାଯାଇ ନୂଆ ପହି ଲଗାଯାଇଛି। ଏଥିସହ ନନ୍ଦିଘୋଷ ଓ ତାଳଧ୍ୱଜର ଫାଟ ଥିବା ଅଖ କାଠକୁ ମଧ୍ୟ ବଦଳାଯାଉଛି। ପ୍ରଶାସନ ପକ୍ଷରୁ ନୂଆ ଅଖ ପାଇଁ କାଠ ଯୋଗାଇଦିଆଯାଇଛି ଏବଂ ଆଜି ଏହାକୁ ପ୍ରସ୍ତୁତ କରିଦିଆଯିବ ବୋଲି ବିଶ୍ୱକର୍ମା ମହାରଣାଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ […]

  • Saturday, 17 July 2021
cement
ନକଲି ସିମେଣ୍ଟ କାରଖାନା ଠାବ : ମାଲିକ ଗିରଫ

କଟକ : ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ ଏବେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରିଛି ଜଗତପୁର ପୋଲିସ। ସେହି କାରଖାନାରୁ ୭ହଜାର ୫ଶହ ବସ୍ତା ନକଲି ସିମେଣ୍ଟ ସହ ବିଭିନ୍ନ ବ୍ରାଣ୍ଡର ୩ ଶହ ଖାଲି ବ୍ୟାଗ୍, ନମୁନା ଓ ଯନ୍ତ୍ରାଂଶକୁ ପୋଲିସ ଚଢ଼ାଉ କରି ଜବତ କରିଛି। ଘଟଣାରେ କାରଖାନା ମାଲିକ ଲଳିତ କୁମାର ଜୈନଙ୍କୁ ଗିରଫ […]

  • Saturday, 17 July 2021
punjilal
କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଲେ ପୁଞ୍ଜିଲାଲ

ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଧରି ରାୟପୁରରେ ଛାନ୍‌ଭନ୍‌ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଦୁଇ ଦିନ ହେଲା ପୁଞ୍ଜିଲାଲକୁ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଉଛି। ତେବେ ଯେଉଁ ଅଟୋ ଚାଳକଙ୍କ ସହାୟତାରେ ପୁଞ୍ଜିଲାଲ୍ କୋରିୟର କରିଥିଲା, ତାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପାଇପାରିନାହିଁ କ୍ରାଇମବ୍ରାଞ୍ଚ। ତେଣୁ ଅଟୋ ଚାଳକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ […]

terrorists killed
ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଓ ଟପ୍ ହିଜ୍‌ବୁଲ୍‌ କମାଣ୍ଡର ଥିବା ଜଣାପଡିଛି। ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତଙ୍କୀ ନେତା ବୁରହାନ ୱାନି ସହ ସଂପୃକ୍ତି ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ ବୁଝାଇବାକୁ […]

gurukrushna goswami
ଆରପାରିରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ

କଟକ: ଆମ ଗହଣରେ ଆଉ ନାହାନ୍ତି ଏ ବନର ଛାଇ ଓ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭଳି ଲୋକପ୍ରିୟ ଏଭର୍‌ଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ। ଆଜି ସକାଳେ କଟକ ସେଲ୍ଟର ଛକସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ  ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ୧୯୩୪ ମସିହାରେ ବାରିପଦା ନିକଟରେ ଜନ୍ମଗ୍ରହଣ କରିଥିଲେ। ୧୬ଶହରୁ ଅଧିକ ଲୋକସଂଗୀତ, ଭଜନ ଜଣାଣ ଓ […]

modi minister take charge
ଦାୟିତ୍ୱ ସମ୍ଭାଳିଲେ ମୋଦିଙ୍କ ଚାରି ରତ୍ନ

ନୂଆଦିଲ୍ଲୀ : ଏନଡିଏ-ଟୁ ସରକାରର ଗୁରୁତ୍ୱପୂର୍ଣ୍ଣ ୪ଟି ବିଭାଗ ଦାୟିତ୍ୱରେ ୪ ହେଭିୱେଟ୍। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଦାୟିତ୍ୱ ସମ୍ଭାଳିଥିବା ବେଳେ ଆଜି କାର୍ଯ୍ୟଭାର ନେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଓ  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଟ୍ୟାଗ୍ ହାସଲ କରିବା ପରେ ଏବେ ପ୍ରଥମ ଫୁଲ ଟାଇମ୍ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି ନିର୍ମଳା ସୀତାରମଣ। ନିର୍ମଳାଙ୍କ ପାଇଁ […]

  • Saturday, 17 July 2021
gurupriya setu
ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ଲାଗିଲା ସିସିଟିଭି

ମାଲକାନଗିରି: ଗୁରୁପ୍ରିୟା ସେତୁର ସୁରକ୍ଷା ଚିନ୍ତା। ସେତୁରେ ଲଗାଗଲା ସିସିଟିଭି କ୍ୟାମେରା। ସେତୁର ତଳ, ଉତ୍ତର ପାର୍ଶ୍ୱ ଓ ଉତ୍ତର ପାର୍ଶ୍ୱର ଉପରି ଭାଗରେ ମୋଟ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାଦ୍ୱାରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେତୁର ସୁରକ୍ଷା ଲାଗି ବିଏସଏଫ୍ ଯବାନଙ୍କୁ ବିଶେଷ ସହାୟକ ହୋଇ ପାରିବ। ଏଥିସହ ଗୁରୁପ୍ରିୟା ସେତୁରେ ଆଲୋକୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ସେତୁରେ ୬୦ଟି ଲାଇଟ ଲଗାଯିବା ସହ ଉତ୍ତର ପାର୍ଶ୍ୱରେ ଦୁଇଟି […]