• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

modi7
ଆସନ୍ତା ୩୦ରେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ ଶାସନର ଦ୍ୱିତୀୟ ପାଳି। ଏଥିପାଇଁ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ। ମୋଦି ଓ ତାଙ୍କ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍  […]

  • Saturday, 17 July 2021
punjilal
ଆଜି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯିବ

ପାଟଣାଗଡ଼  : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ପୁଣିଥରେ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚ, କୋର୍ଟଙ୍କ ନିକଟରେ ପୁଣି ରିମାଣ୍ଡ ଆବେଦନ କରିପାରେ। ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା […]

viral
ଆଦିବାସୀ ମହିଳାଙ୍କର ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ୍‌

ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଭାଇରାଲ୍‌ ହୋଇଛି ବିବାହିତ ଆଦିବାସୀ ମହିଳାଙ୍କର ଅନ୍ତରଙ୍ଗ ଭିଡ଼ିଓ। ଗତ ୨୦ ତାରିଖରେ ବିବାହ ହୋଇଥିବା ଆଦିବାସୀ ମହିଳାଙ୍କ ଭିଡ଼ିଓ ଭାଇରାଲ୍‌ କରିଛନ୍ତି ପୂର୍ବତନ ପ୍ରେମିକ। ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ପ୍ରେମିକ  ମହିଳାଙ୍କ ସ୍ୱାମୀଙ୍କ ପାଖକୁ ଭିଡ଼ିଓ ପଠାଇଥିଲେ। ବୋରିଗୁମ୍ମା ଅଞ୍ଚଳର ଏକ ଯୁବତୀ ଜୟପୁର ନିକଟରେ ଗତ ୨୦ ତାରିଖରେ ବାହା ହୋଇଥିଲେ। ଗତ କିଛି ଦିନ ତଳେ ଯୁବତୀଙ୍କ ସ୍ୱାମୀଙ୍କୁ ଏକ ଅଜଣା ନମ୍ବରରୁ  କିଛି […]

naveen
‘ଶ୍ରମିକ ସାରଥି’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଶୁଣ ଶ୍ରମିକ’ ଗୋଷ୍ଠୀ ରେଡ଼ିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟର ୩ଟି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସହାୟତା ଓ ସାଧନ କେନ୍ଦ୍ର ‘ଶ୍ରମିକ ସାରଥି’ର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବରଗଡ଼ ଜିଲ୍ଲା ପଦ୍ମପୁରରେ […]

sc
ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ।  ପୋକ୍ସୋ ଆଇନ ଅନୁସାରେ ଏଭଳି ମାମଲାଗୁଡିକର ପରିଚାଳନା ଓ ତଦାରଖ ପାଇଁ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଏ.ଏମ୍. ଖାନଓ୍ୱିଲକର ଏବଂ ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ  ଗଠିତ ବେଞ୍ଚ ଏକ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା […]

asembly-2
ବିଧାନସଭା ଆରମ୍ଭରୁ ହଙ୍ଗାମା

ଭୁବନେଶ୍ୱର : ଆଜି ବି ବିଧାନସଭା ଆରମ୍ଭରୁ ହଙ୍ଗାମା। ଗୃହର ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ହୋହାଲ୍ଲା। ବିରୋଧୀ କଂଗ୍ରେସ ଦେଇଥିବା ମୁଲତବି ନୋଟିସ ଗ୍ରହଣ ନହେବାରୁ ଦଳୀୟ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ରାଜ୍ୟର ଲକ୍ଷ ଲକ୍ଷ ଯୁବକଯୁବତୀ ବେକାର, ନିଯୁକ୍ତି କିମ୍ବା କର୍ମନିଯୁକ୍ତିର ସୁଯୋଗ ନାହିଁ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ପକ୍ଷରୁ ଆଜି ମୁଲତବି ନୋଟିସ ଦିଆଯାଇଥିଲା। ତେବେ ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ। ସେପଟେ ମରୁଡ଼ି […]

saint
ନରେନ୍ଦ୍ର ମୋଦିଙ୍କ ସରକାରକୁ ନେଇ ଆଶାବାଦୀ ସାଧୁସନ୍ଥ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନରେ ବିଜେପିର ଦମ୍‌ଦାର ବିଜୟ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ସରକାର ଗଠନ କରିବାକୁ ଯାଉଛି ବିଜେପି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ନେଇ ଆଶାବାଦୀ ଅଛନ୍ତି ବିଭିନ୍ନ ସଂଗଠନର ସାଧୁସନ୍ଥ। ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସକୁ ନେଇ ଅଯୋଧ୍ୟାରେ ରାମମନ୍ଦିର ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ସମସ୍ତ ସାଧୁସନ୍ଥ ଆଶାବାଦୀ ଅଛନ୍ତି। ରାମ ମନ୍ଦିର ନିର୍ମାଣ ନେଇ ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନିଆଯିବ। ମନ୍ଦିର ନିର୍ମାଣ ନିଷ୍ପତ୍ତିରେ ଆଉ ବିଳମ୍ବ ହେବ […]

  • Saturday, 17 July 2021
ias
ବରିଷ୍ଠ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର : ବରିଷ୍ଠ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ। ଜି.ଭି.ଭି ଶର୍ମା ବୋର୍ଡ଼ ଅଫ୍ ରେଭିନ୍ୟୁ ସଦସ୍ୟ ହୋଇଥିବା ବେଳେ ମୋନା ଶର୍ମା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ବିଷ୍ଣୁପଦ ସେଠୀ SRC ସହ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ତୁଳାଇବେ। ବିଶାଲ ଦେବଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୁରୁଷୋତ୍ତମ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ କରାଯାଇଛି।

  • Saturday, 17 July 2021