ଭୁବନେଶ୍ୱର : ରାଜ୍ୟର ଦୁଇଟି ନୂଆ ମେଡିକାଲ କଲେଜକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବା MCIର ଅନୁମତି। ୨୦୧୮-୧୯ ଶିକ୍ଷା ବର୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜକୁ ନାମଲେଖା ପାଇଁ ଅନୁମତି MCI ଦେଇଛି। MCI ପକ୍ଷରୁ ଅନୁମତି ଦିଆଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଓ କୋରାପୁଟ ମେଡିକାଲ କଲେଜ ପାଇଁ ବି ଅନୁମତି ରହିଛି। ଦ୍ୱିତୀୟ ବର୍ଷରେ ଏଠାରେ ଶହେ […]
ବ୍ୟାଙ୍ଗକକ୍: ପଲିଥିନ୍ ଜନିତ ଜଳ ପ୍ରଦୂଷଣ କେତେ ଭୟଙ୍କର ରୂପ ନେଲାଣି ତାର ଉଦାହରଣ ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ଏହାକୁ ଖାଇବା ଦ୍ୱାରା ସବୁଠୁ ବଡ଼ ଜଳଜୀବ କୁହାଯାଉଥିବା ତିମି ମାଛ ବି ଅସୁସ୍ଥ ହୋଇ ମରିଯାଉଛନ୍ତି । ନିକଟରେ ଥାଇଲାଣ୍ଡରେ ପଲିଥିନ୍ ଖାଇ ମରିଥିବା ଏକ ତିମି ପେଟରୁ ୮୦ଟି ପଲିଥିନ୍ ବାହାରିଛି, ଯାହାର ଓଜନ ପ୍ରାୟ ୮ କିଲୋଗ୍ରାମ୍ ହେବ । ମାଲେସିଅା ସୀମାରେ ଏକ ସମୁଦ୍ର ସଂଲଗ୍ନ କେନାଲରେ ତିମି ମାଛଟି […]
ମୁମ୍ବାଇ : ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି ଆଇନକ୍ସ ମିଡିଆର ପୂର୍ବତନ ଅଧ୍ୟକ୍ଷା ଇନ୍ଦ୍ରାଣି ମୁଖାର୍ଜି। ଛାତିରେ ଯନ୍ତ୍ରଣା ଅନୂଭବ କରିବା ଯୋଗୁଁ ତାଙ୍କୁ ମୁମ୍ବାଇ ସ୍ଥିତ ଜେଜେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ହଠାତ୍ ଛାତି ଯନ୍ତ୍ରଣା ଯୋଗୁଁ ଇନ୍ଦ୍ରାଣୀଙ୍କୁ ହସ୍ପିଟାଲ୍କୁ ଅଣାଯାଇଥିଲା। ମେଡିକାଲରେ ସମସ୍ତ ପ୍ରକାର ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ତେବେ ଆଗାମୀ ଦିନେ କିମ୍ବା ଦୁଇ ଦିନ ଯାଏ […]
କେନ୍ଦୁଝର : ପିଲା ଚୋରି ସନ୍ଦେହରେ ପୁଣି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼। ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବଣିଆଯୋଡ଼ି ଗାଁରୁ। ଜଣେ ଯୁବକଙ୍କୁ ପିଲାଚୋର ସନ୍ଦେହରେ ଲହୁଲୁହାଣ କରିଛନ୍ତି ଲୋକେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ଆନନ୍ଦପୁର ପୋଲିସ। ଯୁବକଙ୍କ ପରିଚୟ ମିଳିପାରିନାହିଁ। ସଂପୃକ୍ତ ଯୁବକଙ୍କ ସହ ଆଉ ଦୁଇ ଜଣ ଯୁବକ ବଣିଆଯୋଡ଼ି ଗାଁରେ ବୁଲୁଥିଲେ। ଗାଁ ଲୋକେ ସେମାନଙ୍କ ପରିଚୟ ପଚାରିବାରୁ ୨ ଜଣ ସେଠାରୁ […]
ବରଗଡ : ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ବିଷ ପିଇ ଜୀବନ ହାରିଲେ ଗାଇସୀମାର ଭାଗଚାଷୀ ଧନପତି ବିଶ୍ୱାଳ। କାଳବୈଶାଖୀରେ ଫସଲ ନଷ୍ଟ ସହ ଋଣବୋଝ ଯୋଗୁଁ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଧନପତି ୪ ଏକର ଜମିରେ ଭାଗ ଚାଷ କରିଥିଲେ। ହେଲେ କାଳବୈଶାଖୀ ଯୋଗୁଁ ଫସଲ ସବୁ ଉଜୁଡ଼ି ଯାଇଥିଲା। ଚାଷ ପାଇଁ ୟୁନିୟନ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଓ ସ୍ୱୟଂ ସହାୟକ ଗୋଷ୍ଠୀରୁ ଲକ୍ଷେ ଟଙ୍କା ଋଣ […]
ବାରିପଦା : କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାଆର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ମାଣିଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ମାଣିଦା ଗାଁର ରାଜେଶ କୁମାର ସେଠୀଙ୍କ ପତ୍ନୀ ମିତା ସେଠୀ। ମିଳିଥିବା ସୂଚନା ଅନୁସାରେ, ରାଜେଶ ଓ ତାଙ୍କ ଆସନ୍ନ ପ୍ରସବା ପତ୍ନୀଙ୍କ ମଧ୍ୟରେ ମତାନ୍ତର ଥିଲା। ଗତକାଲି ରାତିରେ ମହିଳା ଜଣକ ନିଜର ଅନ୍ୟ ଦୁଇ ଛୁଆଙ୍କ ସହ ଘର ଭିତରୁ ବନ୍ଦ କରି ଶୋଇଥିଲେ। […]
ମୁମ୍ବାଇ: ଆଇପିଏଲ୍ ବେଟିଂରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ୍। ଖାଲି ସେତିକି ନୁହେଁ ୨ କୋଟି ୭୫ ଲକ୍ଷ ହରେଇଥିବା ମଧ୍ୟ ପୋଲିସ ଆଗରେ ମାନିଛନ୍ତି । ଥାନେ ପୋଲିସ କମିଶନର ପରମବୀର ସିଂକହିଛନ୍ତି ଯେ ଏ ସମ୍ପର୍କରେ ଅରବାଜଙ୍କୁ ଆହୁରି ଜେରା ଚାଲିଛି। ବେଟିଂରେ ସମ୍ପୃକ୍ତି ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରି ଥିଲା । ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ […]
କଟକ: ଦିନ ଥିଲା ତାଙ୍କୁ ଦେଖା କରିବା ପାଇଁ ଲୋକଙ୍କ ସୁଅ ଛୁଟୁଥିଲା। ଆଉ ସେ ତତ୍କ୍ଷଣାତ୍ ଲୋକଙ୍କ ପାଖରେ ପହଞ୍ଚି ଯାଉଥିଲେ। ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ଏମିତି ପରିସ୍ଥିତି ଘଟିଛି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ। ଏବେ ଚିକିତ୍ସାଧୀନ ଥିବା ପ୍ରଭାତ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କାନ୍ଦି ପକାଇଥିଲେ। ଚିକିତ୍ସା ପାଇଁ ଏସ୍ସିବି ଆସିଥିବାବେଳେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ବିଧାୟକ […]
ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଚାଲିଥିବା ୧୦ ଦିନିଆ କୃଷକ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣ ଛାଡ଼ ଓ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ରୋକିବା ସାଙ୍ଗକୁ ସ୍ୱାମୀନାଥନ୍ କମିଶନ୍ଙ୍କ ସୁପାରିଶକୁ ଲାଗୁ କରିବା ଆଦି ଦାବି ନେଇ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରୀୟ କିଶାନ ମହାସଂଘ ନେତୃତ୍ୱରେ ଏହି ଆନ୍ଦୋଳନ ହେଉଛି। ଏଥିରେ ପ୍ରାୟ ୧୩୦ଟି ଚାଷୀ ସଂଗଠନ ସାମିଲ ହୋଇଛନ୍ତି। ଏମିତିକି ଆଗକୁ ପନିପରିବା, ଫଳ […]
କୋରାପୁଟ: କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୩୬ଘଣ୍ଟା ବିତିଥିଲେ ମଧ୍ୟ ଏବେବି ପଥର ତଳେ ଫସିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଚାପି ରହିଥିବା ୨ଟି ଜେସିବି ମେସିନ୍କୁ ଗୋଟିଏ କଢ଼ାଯାଇଥିବା ବେଳେ ଅନ୍ୟଟି ଏବେବି ପଥର ତଳେ। ଗତକାଲି ବିଶାଳକାୟ ପଥରକୁ ଘୁଞ୍ଚାଇବାକୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ୟମ କରାଯାଇଥଥିଲା। କିନ୍ତୁ ବିରାଟ ପଥର ଖଣ୍ଡକୁ ହଟାଇବାରେ ବିଫଳ ହୋଇଥିଲେ ଉଦ୍ଧାରକାରୀ ଦଳ। […]
ଭୁବନେଶ୍ୱର: କେରଳ ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ। ତା’ସହ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଭଦ୍ରକ ଆଦି ସ୍ଥାନରେ ମଧ୍ୟ କାଳବୈଶାଖୀ ଆଶଙ୍କା ରହିଛି। ତେବେ ୫ ତାରିଖ […]
ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଖଇରିପାଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ଆକ୍ରମଣରେ ତାଙ୍କ ନାବାଳିକା ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳିକାଙ୍କୁ ବରଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣକ ଅତାବିରା ବ୍ଲକ୍ ସରଣ୍ଡାର ସାଧୁଚରଣ ପ୍ରଧାନ ଏବଂ ସେ ଖଇରିପାଲ୍ଲୀ ସ୍କୁଲରେ ଶିକ୍ଷକ ତଥା ସିଆରସି ଭାବେ କାର୍ଯ୍ୟ […]
ବାଲେଶ୍ୱର: ବାଲେଶ୍ୱର ଅରଡବଜାର ବାଲିବିଲରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ। ମୃତକ ଜଣକ ହେଲେ କେନ୍ଦୁଝର ଅଞ୍ଚଳର ଭବାନୀ ଶଙ୍କର ଜେନା। ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଶୋଇଥିବା ବେଳେ ରାତି ପ୍ରାୟ ସାଢେ ୩ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡି ନାହିଁ। ଏହି ଅଗ୍ନିକାଣ୍ଡରେ ଘର ଭିତରେ ଥିବା ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ଅଣଓସାରିଆ ରାସ୍ତା […]
ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୁନା ଅଳଙ୍କାର ଲୁଟ୍ ପାଇଁ ଦିନ ଦ୍ୱି ପ୍ରହରରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବଡବଜାର ଥାନାର ଜେମାଦେଇପେଣ୍ଠ ସାହିର ଜମ୍ବୁବତୀ ସାହୁଙ୍କୁ କେହି ଦୁର୍ବୃତ୍ତ ଲୁଟ୍ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୃଦ୍ଧା ଜଣଙ୍କ ଘରେ ଏକାକୀ ଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ଜମ୍ବୁବତୀ ପିନ୍ଧିଥିବା ୧୦ଭରି ଓଜନର ସୁନା ଅଳଙ୍କାର […]