ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭାଥାନା ଅନ୍ତର୍ଗତ ବଡ଼ଚକଡ଼ା ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକ ରାସ୍ତାରୁ ଉଠାଇ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ବାପାମାଆଙ୍କୁ କହିଥିଲେ। ପରେ ନାବାଳିକାଙ୍କ ବାପା ଗାଁରେ ଘଟଣା ସମ୍ପର୍କରେ କହିବାରୁ ସମାଧାନ କରାଯିବ ବୋଲି ଗାଁ ମୁଖିଆମାନେ କହିଥିଲେ। ହେଲେ ଏହାର କୌଣସି ସମାଧାନ […]
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ନୂଆ ସବ୍ଡିଭିଜନ ଗଠନ ନେଇ କୌଣସି ଯୋଜନା ନାହିଁ। ଭବିଷ୍ୟତରେ ସାଧାରଣ ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଭିତ୍ତିକରି ନୂଆ ସଡଡିଭିଜନ ଖୋଲାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ପଟ୍ଟାମୁଣ୍ଡାଇବାସୀଙ୍କ ସବଡିଭିଜନ୍ ମାନ୍ୟତା ଆଶା ମଉଳି ଯାଇଛି। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇକୁ ନୂଆ ସବ୍ଭିଜନର ମାନ୍ୟତା ଦାବିରେ ବିଭିନ୍ନ ଦଳ ପକ୍ଷରୁ ଆନ୍ଦୋଳନ ହୋଇ ଆସୁଥିବା ବେଳେ ମନ୍ତ୍ରୀଙ୍କ ଏହି ଘୋଷଣା ଅଞ୍ଚଳବାସୀଙ୍କୁ ନିରାଶ କରିଛି।
ଝାରସୁଗୁଡ଼ା: ପୁଣି ପଥରଖାଦାନରେ ଏକ ଅଘଟଣ ଘଟିଛି। ଜୟପୁରରେ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ଲାଷ୍ଟିଂ ବେଳେ ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଝାରସୁଗୁଡ଼ା ଗୌରମାଲ ପଞ୍ଚାୟତ ରନକଟା ଠାରେ ଏହି ଅଘଟଣ ଘଟିଛି। ପଥରଖାଦାନରେ ବିସ୍ଫୋରଣ କରୁଥିବାବେଳେ ଅସାବଧାନତାରୁ ସୁରେଶ କିଶାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହିତ ରାମବିଳାଶ ରୋହିଦାସ ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କଟକ/ଭୁବନେଶ୍ୱର: ମାତ୍ରାଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଉଭୟ କଟକ ଓ ରାଜଧାନୀ ଭୁବନେଶ୍ୱରରେ ୬ ଘଣ୍ଟିଆ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି କଂଗ୍ରେସ। କାଲି ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଉଭୟ ସହରରେ ଗାଡ଼ି ନ ଚଳାଇବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏନେଇ କଟକ ନଗର କଂଗ୍ରେସ କମିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସେପଟେ ବିଜେପି ଏହାକୁ କେବଳ ରାଜନୀତି କହିଛି। ମହାନଦୀ ପ୍ରସଙ୍ଗକୁ […]
ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ଗଣଦୁଷ୍କର୍ମ ମାମଲାରେ ଐତିହାସିକ ରାୟ ପ୍ରକାଶ ପାଇଛି। କୋର୍ଟ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ଘଟଣା ଘଟିବାର ଠିକ୍ ମାସକରେ ରାୟ ଶୁଣାଇଛନ୍ତି ସମ୍ବଲପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଗତ ମେ ୨ ତାରିଖରେ ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପୋଲିସ୍ ଏହି ଘଟଣାର ତଦନ୍ତ କରି ଜଣେ ନାବାଳକ ସହ […]
କଟକ/ଭୁବନେଶ୍ୱର: କଟକ ଓ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ଆତଙ୍କ। ଭୁବନେଶ୍ୱରରେ ୪ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ ଚେତା ପଶିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ସହିତ ସମସ୍ତ ଔଷଧ ମହଜୁଦ ଥିବା ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ଏହାସହିତ ୮ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ଼କୁ ବି ପ୍ରସ୍ତୁତ ରଖାଯାଇଛି। ସେହିପରି କଟକରେ ବି ସଜାଗ ହୋଇଛି ସିଏମ୍ସି। ଡେଙ୍ଗୁର ମୁକାବିଲା ପାଇଁ ମେୟରଙ୍କ […]
କୋରାପୁଟ: କୋରାପୁଟ ଜିଲ୍ଲା ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୬୦ ଘଣ୍ଟା ବିତିଥିଲେ ମଧ୍ୟ ଏଯାଏଁ ପଥର ତଳେ ଚାପି ହୋଇରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଗତକାଲି ରାତିରେ ନିଜେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ୍ରାଫ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ କୌଶଳ ଆପଣାଇଥିଲେ, ତେବେ କୌଣସି କୌଶଳ କାମ କରିନଥିଲା। ଏମିତିକି ପଥର ଉଠାଇବା ପାଇଁ ଏକ ବଡ କ୍ରେନ୍ ମଧ୍ୟ ଅଣାଯାଇଥିଲା। ତେବେ ରାତିସାରା କସରତ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବିପାସା ବସୁ ଅସୁସ୍ଥ I ବିପାସାଙ୍କର ଶ୍ୱାସନଳୀରେ ସମସ୍ୟା ଥିବା ଜଣା ପଡିଛି I ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା ପାଇଁ ହିନ୍ଦୁଜା ହେଲ୍ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରୋଗ ବିଶେଷଜ୍ଞ ଡାକ୍ତର କିଂଜଲ ମୋଦି ତାଙ୍କର ଚିକିତ୍ସା କରୁଛନ୍ତି I ଗତ କିଛି ଦିନ ତଳେ ବିପାସାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ଖବର ଆସିଥିଲା। ବିପାସାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋବର […]