ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ସମ୍ଭାବନା। ପବନ ବହିବା ସହିତ ବଜ୍ରପାତ ବି ହେବ। ଏଥିପାଇଁ ୧୧ ଜିଲ୍ଲାକୁ ରାତି ସାଢ଼େ ୮ଟା ଯାଏଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବ। ଏହି ସମୟରେ ପବନର ବେଗ […]
ନୂଆଦିଲ୍ଲୀ: ହରିଆଣା ସରକାରଙ୍କ ପଶୁପାଳନ ବିଭାଗରେ କାର୍ଯ୍ୟରତ ଜୁନିଅର ମହିଳା ଆଇଏଏସ୍ଙ୍କୁ ସିନିଅର ଆଇଏଏସ୍ଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ। ଅଭିଯୋଗ ଆସିଛି ସିନିଅର ଆଇଏଏସ୍ ତଥା ହରିଆଣା ସରକାରଙ୍କ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ସୁନୀଲ ଗୁଲାଟୀଙ୍କ ବିରୋଧରେ। ମହିଳା ଆଇଏଏସ୍ ଜଣଙ୍କ ରବିବାର ସକାଳେ ଏକ ଫେସବୁକ୍ ପୋଷ୍ଟରେ ତାଙ୍କୁ ଯୌନ ଶୋଷଣ ହୋଇଥିବା ନେଇ ଖୁଲାସା କରିଛନ୍ତି। ଅଫିସରେ ତାଙ୍କୁ କିପରି ବ୍ୟବହାର କରାଯାଏ ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ସେ ଅପିଲ କରିଛନ୍ତି। […]
ଭଦ୍ରକ : ବିଦ୍ୟାର୍ଥୀଙ୍କୁ ସ୍କୁଲ୍ ସ୍ତରରୁ କମ୍ପ୍ୟୁଟର୍ ଶିକ୍ଷାଦାନ ପାଇଁ ସରକାର ଯୋଜନା କରିଛନ୍ତି। ବିଦ୍ୟାଳୟକୁ କମ୍ପ୍ୟୁଟର ବି ପ୍ରଦାନ କରାଯାଇଛି। ହେଲେ ସେ ସବୁ ଛାତ୍ରଛାତ୍ରୀଙ୍କ କାମରେ ଆସୁନି। ବର୍ଷ ବର୍ଷ ଧରି ପଡ଼ି ରହି ଖତ ଖାଉଛି କମ୍ପ୍ୟୁଟର ଓ ଉପକରଣ। କେଉଁଠି ସିଲ୍ ଖୋଲିନି ତ ଆଉ କେଉଁଠି ଅନାବଶ୍ୟକ ବସ୍ତୁ ଭାବେ ପଡ଼ିରହିଛି ଏସବୁ ଉପକରଣ। ଏଭଳି ଘଟଣା ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନଟିଆପାଳର ମଧୁସୂଦନ ସରକାରୀ […]
କର୍ଣ୍ଣାଟକ : କର୍ଣ୍ଣାଟକରେ ଏଚ୍. ଡି. କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଆଜି ଆସ୍ଥା ଭୋଟ୍ର ସାମନା କରୁଛନ୍ତି। ଏନେଇ ଗୃହରେ ଆଲୋଚନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ପ୍ରସ୍ତାବ ଉପରେ ବିବୃତି ରଖି କହିଛନ୍ତି, ମେଣ୍ଟ ଭାଙ୍ଗିବ କି ସରକାର ରହିବ, ତାହା ବଡ଼ କଥା ନୁହଁ, ହେଲେ ଗଣତନ୍ତ୍ରକୁ ଧ୍ୱଂସ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ଲାଗି ଗୃହରେ ଆଲୋଚନା ଜରୁରୀ। ତାଛଡ଼ା ତାଙ୍କର ଓ ତାଙ୍କ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ସେ ରୁଟିନ୍ ଚେକ୍ ଅପ୍ ଓ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କୁହାଯାଉଛି। ଡାକ୍ତରଙ୍କ ପରାମର୍ଶକ୍ରମେ ବାଜପେୟୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏମ୍ସର ନିର୍ଦ୍ଦେଶକ ଡ଼ଃ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ରହିବେ। ବାଜପେୟୀଙ୍କୁ ବର୍ତ୍ତମାନ ୯୩ ବର୍ଷ ବୟସ। ସେ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ସେ ଚଳତ୍ଶକ୍ତି ଶୂନ୍ୟ ପ୍ରାୟ […]
ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆସନ୍ତାକାଲିଠୁ ଅନ୍ଲାଇନ୍ ଯୋଗେ ଛାତ୍ରଛାତ୍ରୀ ମାନେ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୨୬। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ଆଡମିଶନ୍ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ […]
ନୂଆଦିଲ୍ଲୀ: ସମାଜବାଦି ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ୨୦୧୯ ରେ ବିଜେପିକୁ ହରାଇବା ପାଇଁ ଆମର ଏହି ମେଣ୍ଟ ଜାରି ରହିବ। ବିଜେପିକୁ ଗାଦିରୁ ହଟାଇବା ପାଇଁ ଆମକୁ ଯଦି ୨-୪ ସିଟ୍ ବଳିଦାନ ଦେବାକୁ ପଡ଼େ ତଥାପି ଆମେ ପଛକୁ ହଟିବୁ ନାହିଁ ବୋଲି ସେ କହିଛନ୍ତି । […]
ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି। କୋଦାଳରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତର ମଙ୍ଗଳାପଦା ଗାଁରେ ଘଟିଛି। ଏହି ଘଟଣା ଘଟିବା ପରେ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛି। ଏପରିକି ପାରିବାରିକ କଳହକୁ ନେଇ ସେ ତା’ର ସ୍ତ୍ରୀକୁ ହତ୍ୟା କରିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛି।
ପାରଳାଖେମୁଣ୍ଡି: ବଣଭୋଜି ମଉଜ ବେଳେ ଅଘଟଣ। ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମାଙ୍କଡ଼ଡିଆ ଜଳ ପ୍ରପାତରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗଞ୍ଜାମ କେ. ନୂଆଗାଁ ଥାନା ବୀରମେଖପୁର ଗାଁର ୭ ଜଣ ଯୁବକ ବଣଭୋଜି ଲାଗି ମାଙ୍କଡ଼ଡିଆ ଜଳପ୍ରପାତ ନିକଟକୁ ଯାଇଥିଲେ। ତେବେ ସେଠାରେ ୪ ଜଣ ଯୁବକ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଏମାନଙ୍କ ମଧ୍ୟରୁ […]
ଅନୁଗୁଳୁ: ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ଅନୁଗୁଳ ଜିଲ୍ଲା ତାଳଚେର କଲିଅରୀ ଥାନା ମୁଣ୍ଡା ବସ୍ତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୮ଟାରେ ଏହି ଘଟଣା ଘଟିଛି। ଏହି ଘଟଣା ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଡ଼ ଖାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ତେବେ ବ୍ୟକ୍ତି ଜଣକ ମାନସିକ ଅନଗ୍ରସର ବୋଲି ପୋଲିସ ସୂଚନା ଦେଇଛି। ସୂଚନା […]
ଭବାନୀପାଟଣା: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପାଷ୍ଟିଗୁଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ କିଛି ଯାତ୍ରୀ ସାମାନ୍ୟ ଆଘାତ ହୋଇଥିବା ଜଣାପଡ଼ିଛି। ବସ୍ଟି ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବସ୍ଟି ଏକ ଟ୍ୟାଙ୍କରକୁ ପଛପଟୁ ପିଟିପା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ଟିରେ ୪୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ଗାଡ଼ିକୁ […]
ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସିଂହଦ୍ୱାର ପୋଲିସ୍ ଜଣେ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତକାଲି ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପରିବାର ସହ ଠାକୁର ଦର୍ଶନ କରିବାକୁ ଆସିଥିଲେ। ଅପରାହ୍ଣ ସମୟରେ ନାଟ ମଣ୍ଡପ ନିକଟରେ ସେବାୟତ ସନ୍ତୋଷ କର ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ସୁନ୍ଦରଗଡ଼ : ହକି ମ୍ୟାଚ୍ ବେଳେ ବଜ୍ରପାତ। ଗଲା ୩ ଜଣଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଶଙ୍କରାବାହାଲ ଗାଁରେ ଘଟିଛି ଏହି ଅଘଟଣ। ହକି ମ୍ୟାଚ୍ ଚାଲିଥିବା ବେଳେ ପ୍ରଥମେ ବର୍ଷା ହୋଇଥିଲା। ଏହାପରେ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛତଳେ ଆଶ୍ରୟ ନେଇଥିଲେ ଏମାନେ। ଏହି ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩ ମୃତକଙ୍କ ମଧ୍ୟରେ ୨ […]
ଭୁବନେଶ୍ୱର : ନେପାଳର ସ୍ଥଳସେନା ମୁଖ୍ୟ ଜେନେରାଲ ରାଜେନ୍ଦ୍ର ଛେତ୍ରୀ। ସପରିବାର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଆଜି ସକାଳ ୯ଟା ୨୦ ମିନିଟରେ ସେ ସୂର୍ଯ୍ୟମନ୍ଦିରରେ ପହଞ୍ଚିବା ପରେ ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା। ୪୫ ମିନିଟ ଧରି ସେ ସୂର୍ଯ୍ୟମନ୍ଦିର ବୁଲି ଦେଖିଥିଲେ। ସ୍ଥାନୀୟ ଗାଇଡ୍ ତାଙ୍କୁ ସୂର୍ଯ୍ୟମନ୍ଦିରର ଐତିହାସିକ ପୃଷ୍ଠଭୂମି ସଂପର୍କରେ ଅବଗତ କରାଇଥିଲେ। ଜେନେରାଲ ଛେତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।