ସୋର: ବାଲେଶ୍ୱର ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ ଥିବା ଏକ ଆକ୍ସିସ୍ ବ୍ୟାଙ୍କରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏଟିଏମ୍କୁ ଭାଙ୍ଗି ଲୁଟେରାମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଦୁଇ ଦିନ ଧରି ଏହି ଏଟିମ୍ଟି ବନ୍ଦ ରହିଥିଲା। ତେବେ କେବେ ଏହି ଏଟିଏମ୍ଟି ଲୁଟ୍ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏଟିଏମ୍ ଭଙ୍ଗା ଯିବା ପରେ ଏଥିରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। […]
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ଜୁନ୍ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇପାରେ। ୯ ତାରିଖରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୂର୍ବରୁ କହିଥିଲେ। ମାତ୍ର ସେହି ଦିନ ଦ୍ୱିତୀୟ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଥିବାର ଜଣାପଡ଼ିଛି। ଖାତା ଦେଖାରେ ବିଭ୍ରାଟ […]
ନୂଆଦିଲ୍ଲୀ: ନାଗପୁରରେ ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଆଜି କ’ଣ କହିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ଦେଶର ବୁଦ୍ଧିଜୀବୀଙ୍କ ନଜର। ଆର୍ଏସ୍ଏସ୍ ନିମନ୍ତ୍ରଣକୁ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଣବ ମୁଖାର୍ଜୀ ସମ୍ମତି ପ୍ରଦାନ କରିବା ପରଠୁ ହିଁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ନାଗପୁର ନ ଯିବାକୁ କେତେକ କଂଗ୍ରେସ ନେତା ପ୍ରଣବଙ୍କୁ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୋଲିସ କନଷ୍ଟେବଳଙ୍କୁ ଗୁଳିମାଡ଼। ଗତକାଲି ବିଳମ୍ବିତ ରାତିରେ ଖମାରିପଡ଼ାରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ସ୍ପେଶାଲ ବ୍ରାଞ୍ଚ୍ କନଷ୍ଟେବଳ ସୌମେନ୍ଦ୍ର ସେଠୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସୌମେନ୍ଦ୍ରଙ୍କୁ ରାଉରକେଲା IGHକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ କ୍ରିଷ୍ଣା ଗୁପ୍ତା ନାମକ ଜଣେ ଯୁବକ ଖମାରିପଡ଼ା ଛକରେ ଥିବା ଏକ ବିୟର ପାର୍ଲରରେ ବିୟର ପିଉଥିଲ। ଏହି ସମୟରେ ବିୟର ବୋତଲ ଫୁଟାଇବାକୁ ନେଇ […]
ଆଠଗଡ଼ : ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧୀ ଅଭୟ ବାରିକଙ୍କ ଗୋଷ୍ଠୀ ପକ୍ଷରୁ ବ୍ଲକ ଘେରାଉ ଓ ବିକ୍ଷୋଭ ବେଳେ ବ୍ଲକ ପରିସରରେ ୩ଟି ବୋମାମାଡ ହୋଇଛି। ଏହା ବିଧାୟକଙ୍କ ସମର୍ଥକମାନେ କରିଥିବା ଅଭିଯୋଗ କରିଛନ୍ତି ଅଭୟଙ୍କ ଗୋଷ୍ଠୀ। ଅଭୟଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ସେମାନଙ୍କ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ କରି ଆଜି ବ୍ଳକ ଆଗରେ ଧାରଣା ଦେଇଥିଲେ। ବିକ୍ଷୋଭକାରୀ ଓ ପ୍ରଶାସନ […]
ଆଟଲାଣ୍ଟିକ ସିଟି: ଅାମେରିକାର ମିସ୍ ଅାମେରିକା ପ୍ରତିଯୋଗିତାରେ ଏବେ ନିଅା ଯାଇଛି ଏକ ଐତିହାସିକ ନିଷ୍ପତ୍ତି । ଏବେ ସୁନ୍ଦର ଚେହେରା ବଦଳରେ ସୁନ୍ଦର ବ୍ୟକ୍ତିତ୍ୱ ଦେଖି ମିସ ଅାମେରିକା ବଛାଯିବ। ଚଳିତ ବର୍ଷ ସେପଟେମ୍ବରରୁ ଅାରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ନୂଅା ନିୟମ ଲାଗୁ କରାଯିବ। ଏଣିକି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମହିଳାମାନଙ୍କୁ ସୁଇମ୍ ସୁଟ୍ ପିନ୍ଧିବା ଅାବଶ୍ୟକ ନାହିଁ । ପୂର୍ବତନ ମିସ ଅାମେରିକା ତଥା ସଂସ୍ଥାର ବୋର୍ଡ଼ ଅଫ୍ ଟ୍ରଷ୍ଟି […]
ଭୁବନେଶ୍ୱର : ବିଜେଡିରେ ଚାଲିଛି ପ୍ରବଳ ବିଶୃଙ୍ଖଳା। ଦଳରେ ବଢୁଛି ଅସନ୍ତୋଷ। ଏସବୁ ପଛରେ ଯେ କେବଳ ପି ନୁହଁନ୍ତି,ବରଂ ମୁଖ୍ୟ କାର୍ପଟଦାର ହେଉଛନ୍ତି ବବି। ଆଉ କେହି ନୁହେଁ ଖୋଦ୍ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ମନ୍ତବ୍ୟରୁ ଏହି କଥା ସ୍ପଷ୍ଟ ହେଉଛି। ବୈଜୟନ୍ତଙ୍କ ସମର୍ଥକ ସଲିମ୍ ଖାଁ ଓ ଦେବୁ ମଲ୍ଲିକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍ରେ ମଧ୍ୟ ବବିଙ୍କ ଭୂମିକାର ଖୁଲାସା ହୋଇଥିଲା। ଏବେ ଦଳର ବରିଷ୍ଠ ନେତା ଦାମୋଦର […]
ଦେବଗଡ଼ : ଦେବଗଡ଼ ଜିଲ୍ଳା ବାରକୋଟ ଥାନା କେଲଡା ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏସପିଙ୍କ ନିର୍ଦ୍ଦେଶରେ ଡିଭିଏଫ୍ ପକ୍ଷରୁ ଏରିଆ ଡୋମିନେସନ ଚାଲିଥିବା ବେଳେ ଜଙ୍ଗଲରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, ମାଓ ପତାକା, ମାଓ ପୋଷାକ, ଟେଣ୍ଟରେ ବ୍ୟବହାର ତାରପୋଲିନ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ରହିଛି। ଜଙ୍ଗଲରେ ମାଓ ନେତା ସୁଶାନ୍ତ ଓରଫ ସମରଜୀଙ୍କ ନେତୃତ୍ୱରେ ମାଓ […]
ବାଲେଶ୍ୱର : ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଂଚାୟତର ଚିତ୍ତଳ ଗାଁରେ ଘଟିଛି ଏ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଗାଁର ଜଣେ ଯୁବକ ଦୁର୍ଷ୍କମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ନାବାଳିକା ଜଣକ ଅଜା ଘରେ ରହି ପାଠ ପଢ଼ୁଥିବା ବେଳେ ଗାଁର ପ୍ରକାଶ ଜେନା ନାମକ ଜଣେ ବ୍ୟକ୍ତି ଫୋନ କରି ଡାକିଥିଲା। ଏହାପରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ପୀଡିତାଙ୍କ […]
ଜଗତସିଂହପୁର : ଘରୋଇ କଳିର କରୁଣ ପରିଣତି। ମା ଓ ଝିଅଙ୍କ କଟୁରୀ ଚୋଟରେ ବାପା ଗୁରୁତର। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଳାଂଶ ଗାଁରେ। କୌଣସି କାରଣରୁ ଓଳାଂଶ ଗାଁର ନିତ୍ୟାନନ୍ଦ ଗୋଛାୟତ ଓ ତାଙ୍କ ସ୍ତ୍ରୀ କବିତା ଗୋଛାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କବିତା ଓ ଝିଅ ସରସ୍ୱତୀ କଟୁରୀ ଓ ପନିକିରେ ନିତ୍ୟାନନ୍ଦଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ନିତ୍ୟାନନ୍ଦଙ୍କୁ ଜଗତସିଂହପୁର […]
ଭୁବନେଶ୍ୱର : କଂଗ୍ରେସ ଭବନରେ ମିଶ୍ରଣ ପର୍ବ। ଦଳ ଛାଡି ଚାଲିଯାଇଥିବା କିଛି ନେତା ପୁଣି ଥରେ ଆଜି କଂଗ୍ରେସକୁ ଫେରୁଛନ୍ତି। ଏଥିପାଇଁ କଂଗ୍ରେସ ଭବନରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ। ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି ପ୍ରମୁଖଙ୍କ ସହ ଅନେକ ନେତା ଦଳକୁ ଫେରୁଛନ୍ତି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ […]
ବରଗଡ଼ : ଫସଲ ବୀମା ଟଙ୍କା ପ୍ରଦାନରେ ବିଳମ୍ବର ପ୍ରତିବାଦରେ ବରଗଡ଼ରେ କୃଷକ ସଂଗଠନର ତାଲା ବନ୍ଦ ଆନ୍ଦୋଳନ। କ୍ଷତି ଚାଷର ବୀମା ଅର୍ଥ ପ୍ରଦାନ ନିମନ୍ତେ ବାରମ୍ବାର ଦାବି ସତ୍ୱେ କୌଣସି ସୁଫଳ ନ ମିଳିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା କୃଷକ ସମନ୍ୱୟ ସମିତି ପକ୍ଷରୁ ବରଗଡ଼ ଷ୍ଟେଟବ୍ୟାଙ୍କ, ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ଗୁଡ଼ିକର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା। […]
କେନ୍ଦ୍ରାପଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ। ଅର୍ଥାତ୍ ଈଶ୍ୱର ଯାହାକୁ ରକ୍ଷା କରିବେ ତା’ର ବା କିଏ କ’ଣ କରିପାରିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ତୁବିରରେ ଗାଁରେ। ଏହି ଗାଁର ଜଣେ ଯୁବକ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଁର କିଣା ମଣ୍ଡଳ ନାମକ ଜଣେ ଯୁବକ ନିକଟସ୍ଥ ନାଳକୁ ଯାଇଥିବା ବେଳେ ହଠାତ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀରଟି କିଣା […]
ଭୁବନେଶ୍ୱର: ରାଜଧାନୀର କାନନବିହାର କପିଳେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଦିଲୀପ ପରିଚ୍ଛା। ତାଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡ଼ାରେ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକେ କିନ୍ତୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ମୃତ ଦିଲୀପ ନିକଟସ୍ଥ […]
ନୂଆପଡ଼ା: ନୂଆପଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ର କାମ ଶୀଘ୍ର ସାରିବା ପାଇଁ ଦାବି ଜୋର ଧରିଛି। ଗତକାଲି ଜନ ସଚେତନ ମଞ୍ଚ ପକ୍ଷରୁ ଅର୍ଥନୈତିକ ବନ୍ଦ ଡାକରା ଦିଆଯାଇଥିଲା। ଆଜି କିନ୍ତୁ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଏଥଯୋଗୁଁ ରାୟପୁର ଗୋପାଳପୁର ମଧ୍ୟରେ ଯାତାୟତ ପୂରାପୂରି ଅଚଳ ହୋଇଯାଇଛି। ନୂଆପଡ଼ାରୁ ଖଡ଼ିଆଳ ମଧ୍ୟରେ ବସ, ଟ୍ରକ୍ ଚଳାଚଳ ବନ୍ଦ ରହିଛି।
କଳାହାଣ୍ଡି: କୋକସରା ବ୍ଲକରେ ଡାକ୍ତର ନିଯୁକ୍ତି ଦାବିରେ ଜୋର ଧରିଛି ପ୍ରତିବାଦ। ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଦାବି ପୂରଣ ପାଇଁ ସେମାନେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା- ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋକସରା ବ୍ଲକ୍ ଜଣେ ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା ଚାଲିଥିବାରୁ ଏଠାରେ ରୋଗୀ ସେବା ବ୍ୟାହତ ହେଉଛି।
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ଏବେ ବି ପ୍ରବଳ ଗରମ ଅନୁଭୂତ ହେଉଛି। ଟିଟଲାଗଡ଼ରେ ଗତକାଲି ତାପମାତ୍ରା ୪୧ଡିଗ୍ରୀ ରହିଥିବା ଜଣାପଡ଼ିଛି।