ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଭୟଙ୍କର ସଂଘର୍ଷରେ ୭ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କଲା ସେନା। ସେଥିମଧ୍ୟରୁ ମମ୍ପୋରେରୁ ୩ ଆତଙ୍କବାଦୀ ନିହତ କରାଯାଇଥିବା ବେଳେ ସୋପିଆନ୍ରେ ୪ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛି ସେନା। ତେବେ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଗୁରବାର ରାତିରୁ ଏପର୍ଯ୍ୟନ୍ତ ପମ୍ପୋରେ ଓ ସୋପିଆନରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଜାମ୍ମୁକାଶ୍ମୀର ପୁଲିସର୍ ସହଯୋଗରେ ଏହି ସର୍ଚ୍ଚ ଅପରେସନ କରାଯାଇଛି। ତେବେ ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଓ ଟପ୍ ହିଜ୍ବୁଲ୍ କମାଣ୍ଡର ଥିବା ଜଣାପଡିଛି। ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତଙ୍କୀ ନେତା ବୁରହାନ ୱାନି ସହ ସଂପୃକ୍ତି ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ ବୁଝାଇବାକୁ […]