କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ
ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଦା ପୁଣି ଥରେ ତାଙ୍କ ବିବୃତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ରାଜେନ୍ଦ୍ର ଗୁଦ୍ଦା ଏକ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କୁ କହିଛନ୍ତି ଯେ ମୋ ଅଞ୍ଚଳର ରାସ୍ତା କାଟ୍ରିନା କୈଫ୍ ଗାଲ ପରି ହେବା ଉଚିତ ।
୩ କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି, ଶୁଣନ୍ତୁ ଏନେଇ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ?
ଗରିବଙ୍କୁ ମାଗଣା ରାସନ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ଯାଏ ଏହାର ଅବିଧା ବୃଦ୍ଧି କରାଯାଇଛି ।
କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।
୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ କଣ?
ଯଦି ଆପଣ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହୀ କିମ୍ବା ଏଥିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି ।
ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ‘ISIS କାଶ୍ମୀର’ ତାଙ୍କୁ ଏହି ଧମକ ଦେଇଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ସ୍ତ୍ରୀଙ୍କ ପ୍ରତି ଥିଲା ଅନାବିଳ ପ୍ରେମ। ଆଗ୍ରା ପରେ ମଧ୍ୟପ୍ରଦେଶର ବୁରହାନପୁରରେ ତାଜମହଲ ତିଆରି କରିଛନ୍ତି ଏ ଯୁଗର ଜଣେ ଶାହାଜାନ ସ୍ୱାମୀ। ଦେଖନ୍ତୁ ଏହାର କିଛି ଝଲକ୍...
ଏପରି ପଦକ୍ଷେପରେ ଆଗେଇ ଆସିଥିଲା ଆମେରିକା। ଭାରତ ସମେତ ଚାଇନା ଓ ଜାପାନକୁ ମଧ୍ୟ ଆମେରିକା ଏଥିପାଇଁ ଅନୁରୋଧ କରିଥିଲା। ଏବେ ସମସ୍ତେ ମିଳିତ ଭାବେ ରଣନୀତିକ ତୈଳ ଭଣ୍ଡାରରୁ ଅଶୋଧିତ ତେଲ ରିଲିଜ୍ କରିବେ।
ଗୁରୁତର ଅବସ୍ଥାରେ ବି ଶତ୍ରୁ ଆଗରେ ମୁଣ୍ଡ ନଇଁ ନଥିଲା ତାଙ୍କର । ଦେଶର ଶତ୍ରୁମାନଙ୍କ ବିରାଟ ଦଳ ସହ ଆର୍-ପାର୍ ଲଢି ସହିଦ ହୋଇଥିଲେ ଆମର ବୀର ଯବାନ । ତାଙ୍କର ନିସ୍ୱାର୍ଥ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ପାଇଁ ରାଷ୍ଟ୍ରପତି ଭବନରେ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।
ମହାମାରୀ କରୋନା ଭାଇରସ୍ ପରେ ଏବେ ଆଉ ଏକ ଫଙ୍ଗସ୍କୁ ନେଇ ଚିନ୍ତା ବଢ଼ିଛି। ଦିଲ୍ଲୀ ଏମ୍ସ ଡାକ୍ତରମାନେ ନୂଆ ପ୍ରାଣ ଘାତକ ଫଙ୍ଗସ୍ ‘Aspergillus Lentulus’ ଚିହ୍ନଟ କରିଛନ୍ତି।
ମଧ୍ୟପ୍ରଦେଶରେ ସପ୍ତାଶ୍ଚର୍ଯ୍ୟ ତାଜମହଲ , ଆପଣ ଭାବୁଥିବେ ଆମେ କାହିଁକି ଏ କଥା କହୁଛୁ । ହଁ ଅସଲି ନୁହେଁ ନକଲି, ଠିକ୍ ଅବିକଳ ତାଜ ମହଲ ସଦୃଶ୍ୟ । ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଉପହାର ଦେବାକୁ ତୋଳି ଦେଇଛନ୍ତି ଭିନ୍ନ ଏକ ତାଜମହଲ ।
ବଦଳିଲା ୱେଟର୍ସଙ୍କ ଡ୍ରେସକୋଡ୍ । ରାମାୟଣ ଏକ୍ସପ୍ରେସ ୱେଟର୍ସଙ୍କ ଡ୍ରେସକୋଡ୍ ବଦଳିଲା । ପୂର୍ବ ପୋଷାକକୁ ନେଇ ଆପତ୍ତି ଉଠାଇଥିଲେ ସାଧୁସନ୍ଥ
୨୦୧୯ ବାଲାକୋଟ୍ ଅପରେସନ ହିରୋ ଅଭିନନ୍ଦନ ବର୍ତ୍ତମାନ ମିଳିଲା ବୀର ଚକ୍ର I ଅଭିନନ୍ଦନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ I ଅତି ବିଶିଷ୍ଟ ସେବା ମେଡାଲ୍ ହାସଲ କଲେ ଓଡ଼ିଆ ପୁଅ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ର ମୁଖ୍ୟ ଏୟାର ମାର୍ଶଲ ଦିଲୀପ ପଟ୍ଟନାୟକ ସମ୍ମାନିତ
ମା’ର ଇଚ୍ଛାକୁ ପୂରଣ କଲା ଚାରି ବର୍ଷର କୁନି ପୁଅ । ବିଶ୍ୱର ଉଚ୍ଚତମ ଶୃଙ୍ଘ ଏଭରେଷ୍ଟର ବେସ କ୍ୟାମ୍ପ ପର୍ଯ୍ୟନ୍ତ ପଦଯାତ୍ରା କରି ରେକର୍ଡ ସୃଷ୍ଟି କରିଛି ଏହି ଶିଶୁ । ବର୍ତ୍ତମାନ ସେ ଏସିଆର ସବୁଠାରୁ କନିଷ୍ଠ ପର୍ବତାରୋହୀ ଭାବେ ରେକର୍ଡ ହାସଲ କରିଛି ।
ସଫା ସହର ପାଇଁ ଦେଶର ଟପ୍-୧୦ରେ କିଏ ସ୍ଥାନ ପାଇଲା, କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାର ଅବସରରେ ହେଲା ଘୋଷଣା।
ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଛି 'ବୀର ଚକ୍ର' ସମ୍ମାନ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଗୁଳି ମାରି ଖସାଇଦେଇଥିଲେ ମିଗ୍-୨୧ ପାଇଲଟ୍ ଅଭିନନ୍ଦନ । ଶତ୍ରୁମାନଙ୍କ ପାଖରେ ବନ୍ଦୀ ଅବସ୍ଥାରେ ଥିବା ବେଳେ ବି ଅସୀମ ଧୈର୍ଯ୍ୟ ଧରିଥିଲେ ଭାରତର ଏହି ବୀରପୁତ୍ର ।
ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ତରପ୍ରଦେଶ ବାରାଣସୀରେ ନିଆରା ପ୍ରୟାସ । ଦେବ ଦୀପାବଳି ପୂର୍ବରୁ ସେଠାରେ ଆୟୋଜିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେଖନ୍ତୁ ଏହି ରିପୋର୍ଟ ବେଲୁନ ସୋର ଦୃଶ୍ୟ କେମିତି ଥିଲା...।
ପଂଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ । ବିଳମ୍ବିତ ରାତିରେ ଆର୍ମିକ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ବିସ୍ଫୋରଣ ହୋଇଥିଲା । କେମିତି ବିସ୍ଫୋରଣ ହେଲା, କେଉଁଠୁ ଆସିଲା ଗ୍ରେନେଡ ଏନେଇ ପୋଲିସ ଛାନଭିନ୍ କରୁଛି ।
ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ଏପରିକି ସବୁ ଚେକ୍ପୋଷ୍ଟରେ ପୁଲିସ୍ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି
ଭାରତର ସାହସୀ ଅଣ୍ଡର କଭର ଏଜେଣ୍ଟ : ପାକିସ୍ତାନ ସେନାରେ ମେଜର୍ ବନିଥିଲେ, ଦେଶ ପାଇଁ ଶତ୍ରୁ ଦେଶର ଝିଅକୁ ବିବାହ କରିଥିଲେ ରବିନ୍ଦ୍ର କୌଶିକ
ରବିନ୍ଦ୍ରଙ୍କ ଠାରୁ ସୂଚନା ପାଇଁ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିଲା ଭାରତ । ପାକ୍ ସେନା ଅନେକ ଥର ଯୁଦ୍ଧ ଲାଗି ଉଦ୍ୟମ କରୁଥିଲେ ସୁଦ୍ଧା ରବିନ୍ଦ୍ରଙ୍କ ପାଇଁ ଉଦ୍ୟମ ବିଫଳ କରି ଦେଉଥିଲା ଭାରତ । ତେବେ ୧୯୮୩ ମସିହା ରବିନ୍ଦ୍ର ପାଇଁ କଳା ବର୍ଷ ସାଜିଥିଲା ।
ଭାରତର ଅଧିକାଂଶ ସ୍ଥାନ ଭ୍ରମଣ କରିଛନ୍ତି କେ.ଆର ବିଜୟନ ଓ ପତ୍ନୀ ମୋହନା। ଚା’ ବିକି ଦେଶ ଭ୍ରମଣ କରୁଥିବା ଖବର ପ୍ରଘଟ ହେବା ପରେ ଏହି ଦମ୍ପତି ରାତାରାତି ସେଲିବ୍ରିଟି ପାଲଟି ଯାଇଥିଲେ।
ସକାଳେ ଗାଧୋଇ ଦେବା ବେଳେ କୁଆଡେ ମୂର୍ତ୍ତିଟି ପଡ଼ି ଯିବାରୁ ଲଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଥିଲା । ଏଥିରେ ପୂଜାରୀ ଜଣଙ୍କ ଦୁଃଖ ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। । ନିଜେ ଅନେକ ଥର ଗୋପାଳଙ୍କ ହାତକୁ ପ୍ଲାଷ୍ଟର କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ ।