/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637651676.jpg)
A different Taj Mahal
ମଧ୍ୟପ୍ରଦେଶ: ପ୍ରେମର ପ୍ରତିକ ତାଜମହଲ । ପିଲାଠୁ ବୁଢା ସମସ୍ତେ ଜାଣିଛନ୍ତି ଏହାର ଇତିବୃତ୍ତ। ଉତ୍ତର ପ୍ରଦେଶ ଆଗ୍ରାକୁ ବିଶ୍ୱଦରବାରରେ ପରିଚିତ କରାଇଛି ଏହି ମୋଗଲ କାଳର କୀର୍ତ୍ତିରାଜି। ଆଗନ୍ତୁକଙ୍କୁ ପ୍ରେମର ପକାଏ ବେଗମ ମମତାଜଙ୍କ ସ୍ମୃତିରେ ମୋଗଲ ବାଦଶାହ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ଏହି ଅଦ୍ୱିତୀୟ କଳାକୃତି। ଇଏ ବି ଏକ ତାଜ ମହଲ, ଠିକ୍ ସପ୍ତାଶ୍ଚର୍ଯ୍ୟ ତାଜ୍ ଭଳି । ଠିକଣା କିନ୍ତୁ ବଦଳିଛି, ମଧ୍ୟପ୍ରଦେଶ ବୁରହାନପୁରରେ ରହିଛି ଅବକିଳ ତାଜ ମହଲ, ଠିକ୍ ଶାହା ଜାହାନଙ୍କ ଭେଟି ଭଳି ।
ମଧ୍ୟପ୍ରଦେଶ ବୁରହାନପୁରରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ତାଜମହଲ ସଦୃଶ୍ୟ ଆକର୍ଷଣୀୟ ମହଲ । ବୁରହାନପୁରର ବାସିନ୍ଦା ଆନନ୍ଦ ଚୋକ୍ସେ ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ଏହି ମହଲ । ମହଲ ଭିତରର ଦୃଶ୍ୟ ବିରାଟ ହଲ୍ ସାଙ୍ଗକୁ ରହିଛି ୪ଟି ବେଡ୍ ରୁମ୍ , ଗୋଟିଏ ଲାଇବ୍ରେରୀ ଏବଂ ଗୋଟାଏ ପ୍ରାର୍ଥନା ଘର ମଧ୍ୟ ରହିଛି । କେବଳ ଏତିକି ନୁହେଁ, ଘର ଭିତର ଏବଂ ବାହାରର ଆଲୋକ ବ୍ୟବସ୍ଥା ଏମିତି କରାଯାଇଛି ଯେ, ତାହା ଅନ୍ଧାରରେ ପ୍ରକୃତ ତାଜମହଲ ପରି ଝଟକୁଛି ।
A different Taj Mahalମହଲ ର୍ନିମାଣ ପାଇଁ ଲାଗିଛି ପ୍ରାୟ ୩ ବର୍ଷ । ଏହି ଘର ର୍ନିମାଣ କରିଥିବା ଇଞ୍ଜିନିୟର୍ କହନ୍ତି ଯେ, ଏଥିପାଇଁ ତାଙ୍କୁ ଅନେକ ଚଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଥିପାଇଁ ପ୍ରଥମେ ସେ ଅସଲ ତାଜ ହଲକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ । ଘରର ଅଭ୍ୟନ୍ତର ର୍ନିମାଣ ପାଇଁ ସେ ପଶ୍ଚିମବଙ୍ଗ ଏବଂ ଇନ୍ଦୋରର ଚିତ୍ରକରମାନଙ୍କ ସହଯୋଗ ଲୋଡ଼ିଥିଲେ । ଚୋକ୍ସେ ଆଶା ରଖିଛନ୍ତି ଯେ, ତାଙ୍କ ଦ୍ୱାରା ନିର୍ମିତ ଅବିକଳ ତାଜମହଲକୁ ଦେଖିବାକୁ ପର୍ଯ୍ୟଟକ ଆସିବେ ନିଶ୍ଚୟ ।
ଚୋକ୍ସେ କହିଛନ୍ତି ଯେ, ମୋଗଲ ସମ୍ରାଟ ଶାହଜାହାନଙ୍କ ବେଗମ ମମତାଜ ବୁରହାନପୁରରେ ମୃତ୍ୟୁ ହୋଇଥିଲା । ଏଠାରେ ମୃତ୍ୟୁ ହୋଇଥିଲେ ମଧ୍ୟ ଏଠାରେ କାହିଁକି ତାଜମହଲ ର୍ନିମାଣ କରାଗଲା ନାହିଁ? ଶୁଣାଯାଏ, ତାପ୍ତି ନଦୀ କୂଳରେ ତାଜମହଲ ର୍ନିମାଣ କରାଯିବାର ଥିଲା କିନ୍ତୁ, ପରେ ତାହା ଆଗ୍ରାରେ ର୍ନିମାଣ କରାଗଲା ଆଉ ଏବେ ପୁଣି ବୁରହାନସହରରେ ନିଜ ପତ୍ନୀଙ୍କୁ ଉପହାର ସ୍ୱରୂପ କୋଟି କୋଟି ଟଙ୍କାରେ ଖର୍ଚ୍ଚ କରି ନିର୍ମାଣ କରିଛନ୍ତି ଏହି ଅବିକଳ ତାଜମହଲ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)