Advertisment

ବନ୍ଦ ହେବ କି କ୍ରିପ୍ଟୋକରେନ୍ସି ? ସରକାର ଆଣିପାରନ୍ତି ନୂଆ ବିଲ୍

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହୀ କିମ୍ବା ଏଥିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
cryptocurrency

cryptocurrency

ନୂଆଦିଲ୍ଲୀ: ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି । ନଭେମ୍ବର ୨୬ରୁ ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ତିନୋଟି ନିୟମ ସହିତ ୨୬ଟି ନୂତନ ବିଲ୍ ଆଗତ କରିବେ। ମଙ୍ଗଳବାର ସନ୍ଧ୍ୟାରେ ଶୀତ ଅଧିବେଶନ ପାଇଁ ପ୍ରକାଶିତ ବିଧାନସଭା ଏଜେଣ୍ଡା ଠାରୁ ଏହି ସୂଚନା ଗ୍ରହଣ କରାଯାଇଛି ।

Advertisment

ସରକାର କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବେ ନା କିଛି ପ୍ରତିବନ୍ଧକ ସହିତ ଏଥିରେ ବାଣିଜ୍ୟ କରିବାକୁ ଅନୁମତି ଦେବେ ତାହା ବିଲ୍ ଆସିବା ପରେ ଜଣା ପଡିବ । କ୍ରିପ୍ଟୋକରେନ୍ସି ସହିତ ଜଡିତ ଏହି ବିଲ୍‌ର ନାମ ହେଉଛି 'କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍, ୨୦୨୧' ।

ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସରକାରୀ ସୂତ୍ରରୁ ଏପରି ଖବର ପ୍ରକାଶ କରିଛି । ବିଲ୍ ଜରିଆରେ କେନ୍ଦ୍ର ସରକାର ଦେଶରେ ବ୍ୟବହାର ହେଉଥିବା ସମସ୍ତ ପ୍ରକାରର ଘରୋଇ କ୍ରିପ୍ଟୋକରେନ୍ସି ଉପରେ ବ୍ୟାନ ଲଗାଇବେ । କିନ୍ତୁ କେତେକ ନୀତିକୁ ଅନୁମତି ଦିଆଯାଇପାରେ । ଏଥିସହ ଆରବିଆଇ ଅଫିସିଆଲ ଡିଜିଟାଲ କରେନ୍ସି ତିଆରି ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ।

Advertisment

କ୍ରିପ୍ଟୋକରେନ୍ସିକୁ ନେଇ ଜେରୋଡାର ସହ-ପ୍ରତିଷ୍ଠାତା ନିଖିଲ କାମାଟ ଟ୍ୱିଟରରେ ଏକ ଟୁଇଟ୍‌ରେ କହିଛନ୍ତି, “ଯଦି ସରକାର ଏହାକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ କ୍ରିପ୍ଟୋକରେନ୍ସିର କ’ଣ ହେବ? ସେ କହିଛନ୍ତି ବିଶ୍ୱାସ କରାଯାଏ ଯେ ଏହି ବିଲ୍ ବିଟ୍ କଏନ୍ ସମେତ ଅନ୍ୟ କ୍ରିପ୍ଟୋରେ ବିନିଯୋଗ କରୁଥିବା ଲୋକଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି କରିପାରେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସରକାର କ୍ରିପ୍ଟୋ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ ବ୍ୟାଙ୍କ ଏବଂ ଆପଣଙ୍କ କ୍ରିପ୍ଟୋ ଏକ୍ସଚେଞ୍ଜ ମଧ୍ୟରେ କାରବାର ବନ୍ଦ ହୋଇଯିବ। କୌଣସି କ୍ରିପ୍ଟୋ କିଣିବା ପାଇଁ ଆପଣ ଆପଣଙ୍କର ସ୍ଥାନୀୟ ମୁଦ୍ରାକୁ ରୂପାନ୍ତର କରିବାକୁ ସମର୍ଥ ହେବେ ନାହିଁ ।

CryptocurrencyCryptocurrency

କ୍ରିପ୍ଟୋକରେନ୍ସି କଣ:

କ୍ରିପ୍ଟୋକରେନ୍ସି ହେଉଛି ଯେକୌଣସି ମୁଦ୍ରାର ଏକ ଡିଜିଟାଲ୍ ମୁଦ୍ରା। ଏହା ସଂପୂର୍ଣ୍ଣ ଅନଲାଇନରେ ପରିଚାଳନା ହୋଇଥାଏ। ୨୦୧୮ରେ ଆରବିଆଇ କ୍ରିପ୍ଟୋକରେନ୍ସି ଜରିଆରେ କାରବାର ନ କରିବାକୁ ସବୁ ବ୍ୟାଙ୍କଗୁଡ଼ିକୁ କହିଥିଲା  ହେଲେ ଏହାର ଦୁଇ ବର୍ଷ ପରେ ସୁପ୍ରିମକୋର୍ଟ କ୍ରିପ୍ଟୋକରେନ୍ସି ଉପରେ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ ।

Cryptocurrency
Advertisment
Advertisment