Advertisment

ଏସବୁ ନକଲେ ବନ୍ଦ ହୋଇପାରେ ବ୍ୟାଙ୍କସେବା, କାରଣ ଜାଣନ୍ତୁ

୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ କଣ?

author-image
Pallipuspa Samal
sbi alert

sbi alert

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଦେଲା ବଡ଼ ଖବର। ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କ ସେବା । ୪୦ କୋଟି ଗ୍ରାହକଙ୍କୁ ସତର୍କ କଲା ଏସବିଆଇ। ଦେଶରେ ସବୁଠୁ ଅଧିକ ଟ୍ରାଂଜାକ୍ସନ କରୁଥିବା ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କୁ ଆଲର୍ଟ କରିଛି। ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଏସବୁ କାମ କରିବାକୁ ନୋଟିସ୍ ଜାରି କରିଛି। ଏବେ କଣ ପାଇଁ ଏ ନୋଟିସ ?

Advertisment

ଦେଶରେ କଡାକଡି ହୋଇଛି ଅଧାର ସହ ପ୍ୟାନ କାର୍ଡ ଲିଙ୍କ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ପ୍ୟାନ କାର୍ଡ ଲିଙ୍କ କାମ ସାରିବାକୁ ଗ୍ରାହକଙ୍କୁ ନୋଟିସ୍ ଜାରି କରିଛି ଏସବିଆଇ । ଏହା ସହ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହ ଏହାକୁ ଲିଙ୍କ କରିବାକୁ ଏସବିଆଇ ଟ୍ୱିଟ୍ କରି ଜଣାଇଛି। ସମୟ ସୀମା ପୂର୍ବରୁ ଏପରି ନ କରିଥିଲେ, ଗ୍ରାହକଙ୍କ ବ୍ୟାଙ୍କ ସେବା ବନ୍ଦ ହୋଇପାରେ ବୋଲି କୁହାଯାଉଛି।

ଏବେ ଜାଣନ୍ତୁ, ପ୍ୟାନ-ଆଧାର କାର୍ଡ ଲିଙ୍କ କରିବେ କିପରି 

  • ପ୍ରଥମେ ଇନକମ୍ ଟ୍ୟାକ୍ସର ୱେବସାଇଟ WWW.incometaxindiaefiling.gov.in/homeରେ କ୍ଲିକ କରନ୍ତୁ।
  • ଏହା ପରେ ସାଇଟର ବାମ ପଟେ ଆପଣଙ୍କୁ Link Aadhaarର ବିକଳ୍ପ ଦେଖାଯିବ।
  • ଏହା ଉପରେ କ୍ଲିକ କରିବା ପରେ ଏକ ନୂଆ ପେଜ୍ ଖୋଲିଯିବ । ଯେଉଁଠାରେ ଆପଣଙ୍କୁ PAN, AADHAAR ଅନୁସାରେ ଆପଣଙ୍କ ନାଁ ଓ ସମସ୍ତ ତଥ୍ୟ ଭରିବାକୁ ପଡିବ ।
  • ଯଦି ଆପଣଙ୍କ ଆଧାର କାର୍ଡରେ ଜନ୍ମ ତାରିଖ ରହିଛି, ତେବେ ‘I have only year of birth in aadhaar card’ ବକ୍ସ ଉପରେ ଟିକ କରନ୍ତୁ।
  • ସମିଟ କରି ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଓଟିପି ନମ୍ବର ଭରି ଲିଙ୍କ ଆଧାର ଅପ୍ସନକୁ କ୍ଲିକ କଲେ ଆପେ ଆପେ ଆପଣଙ୍କ ପ୍ୟାନ୍ କାର୍ଡ ଓ ଆଧାର ଲିଙ୍କ ହୋଇଯିବ ।
Advertisment

ୱେବସାଇଟ ବ୍ୟତୀତ ପ୍ୟାନ- ଆଧାର ଲିଙ୍କ ଏସଏମଏସ ମାଧ୍ୟମରେ ଆପଣ କରିପାରିବେ

  • ପ୍ରଥମେ ମୋବାଇଲର ମେସେଜ୍ ବକ୍ସକୁ ଯାଇ ଟାଇପ କରନ୍ତୁ- UIDPAN<12-digit Aadhaar><10-digit PAN> ।
  • ଏହି ମେସେଜକୁ 567678 କିମ୍ୱା 56161 ପଠାଇ ଦିଅନ୍ତୁ ।
  • କେବଳ ଏତିକି କଲେ ପ୍ୟାନ ସହ ଆଧାର ଲିଙ୍କ ହୋଇଯାଇଥାଏ।
  • ଯାହାକୁ ଆପଣ ବ୍ୟାଙ୍କ ଆକାଉଣ୍ଟରେ ଅପଡେଟ କରି ପାରିବେ।

ପୂର୍ବରୁ ଅଧାର ସହ ପ୍ୟାନ କାର୍ଡ ଲିଙ୍କ ସମୟ ସୀମା ୨୦୨୧ ସେପ୍ଟେମ୍ବର ୩୦ ତାରଖ ଧାର୍ଯ୍ୟ କରାଯାଇଥିଲା। ଏବେ ଏହି ନିୟମକୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି।

SBI Alerted Customers
Advertisment
Advertisment