Advertisment

ଓଡ଼ିଆ ସେନା ଅଧିକାରୀଙ୍କୁ ମରଣୋତ୍ତର 'ବୀର ଚକ୍ର'ରେ ସମ୍ମାନିତ

ଗୁରୁତର ଅବସ୍ଥାରେ ବି ଶତ୍ରୁ ଆଗରେ ମୁଣ୍ଡ ନଇଁ ନଥିଲା ତାଙ୍କର । ଦେଶର ଶତ୍ରୁମାନଙ୍କ ବିରାଟ ଦଳ ସହ ଆର୍-ପାର୍ ଲଢି ସହିଦ ହୋଇଥିଲେ ଆମର ବୀର ଯବାନ । ତାଙ୍କର ନିସ୍ୱାର୍ଥ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ପାଇଁ ରାଷ୍ଟ୍ରପତି ଭବନରେ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Awarded Vir Chakra

Awarded Vir Chakra

ନୂଆଦିଲ୍ଲୀ(ଭୁବନେଶ୍ୱର): ଓଡ଼ିଆ ସେନା ଅଧିକାରୀ ନୁଦୁରାମ ସୋରେନ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି। ଲଦାଖରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି। ସେହିପରି ନାଏବ ସୁବେଦାର ନୁଦୁରାମଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମରଣୋତ୍ତର ବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି ।

Advertisment

ଲଦାଖରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସନ୍ତୋଷ ବାବୁଙ୍କ ମା’ ଓ ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାବ୍ୟତୀତ ହାବିଲଦାର କେ. ପିଲାନୀ, ନାଏକ ଦୀପକ ସିଂହ, ସିପାହୀ ଗୁରତେଜ୍ ସିଂହ ଓ ହାବିଲଦାର ତେଜିନ୍ଦର ସିଂହଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।

ଗତବର୍ଷ ଜୁନ୍ ମାସରେ ଗଲୱାନ୍ ଘାଟିରେ ଅପରେସନ୍ ସ୍ନୋ ଲିଓପାର୍ଡରେ ସହିଦ ହୋଇଥିବା ହାବିଲଦାର ପଲାନୀଙ୍କୁ ତାଙ୍କର ବୀରତ୍ୱ ପାଇଁ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ଗଲୱାନରେ ସହିଦ୍ ହୋଇଥିବା ନାଏକ ଦୀପକ ସିଂହଙ୍କୁ ମଧ୍ୟ ମରଣୋତ୍ତର ବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

Advertisment

ସିପାହୀ ଗୁରତେଜ ସିଂହଙ୍କୁ ବୀର ଚକ୍ରରେ ସମ୍ମାନିତ । ଗଲୱାନ ଘାଟିରେ ଚାଇନା ସେନାକୁ ବୀରତ୍ୱର ସହ ସାମ୍ନା କରିଥିଲେ ଏବଂ ଏଥିପାଇଁ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି। ଗୁରୁତର ଭାବେ ଆହତ ହେବା ସତ୍ତ୍ୱେ ଗୁରଜେତ ସିଂହ ଦୃଢ଼ତାର ସହ ଶତ୍ରୁର ମୁକାବିଲା କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରିଛନ୍ତି। ସେହିପରି ତେଜେନ୍ଦ୍ର ସିଂହଙ୍କୁ ମଧ୍ୟ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।

Awarded Vir Chakra
Advertisment
Advertisment