• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ବନ୍ଦ ଘରେ ନିଆଁ ଲାଗି ପରିବାରର ଦମ୍ପତି ଗୁରୁତର । ଜୀବନ ନେବାକୁ ଭୟଙ୍କର ଷଡ଼ଯନ୍ତ୍ର ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ ଏପରି ଅଘଟଣ ଘଟିଛି । ସ୍ୱାମୀ ସ୍ତ୍ରୀ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ କେହି ଦୁର୍ବୃତ୍ତ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଫଳରେ ନିଆଁରେ ପୋଡି ହୋଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ଦମ୍ପତି ହେଲେ ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ପଲେଇ । ଗତକାଲି ରାତି ଉଭୟ ସ୍ୱାମୀ ସ୍ତ୍ରୀ ଖାଇ ସାରିବା ପରେ  ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଦୁର୍ବୁତ୍ତ ଆସି ପ୍ରଥମେ ତାଙ୍କ ଘର ସମେତ ଆଖପାଖ ପଡୋଶୀ ଘର ଗୁଡିକରେ ପ୍ରଥମେ ବାହାର ପଟୁ ତାଲା ପକାଇ ଦେଇଥିଲେ । ତାପରେ ଉଗ୍ରସେନଙ୍କ ଘରେ ପେଟ୍ରୋଲ୍ ପକାଇ ନିଆଁ ଲଗାଇଥିଲେ ।

ତାଙ୍କ ଚିତ୍କାର ଶୁଣି ପଡୋଶୀ ଘର ଲୋକ ଘରୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ବାହାର ପଟୁ ତାଲା ପଡିଥିବା କାରଣରୁ ତୁରନ୍ତ ଘରୁ ବାହାରି ପାରିନଥିଲେ । କିଛି ସମୟ ପରେ ଆସି ତାଙ୍କ ଘରେ ପଡିଥିବା ତାଲାକୁ ଭାଙ୍ଗି ଖୋଲିଥିଲେ । ସେତେବେଳକୁ ଉଭୟ ସ୍ୱାମୀ ସ୍ତ୍ରୀ ନିଆଁରେ ପୋଡି ହୋଇ ଗୁରୁତର ହୋଇପଡ଼ିଥିଲେ ।

ପ୍ରଥମେ ଉଭୟଙ୍କୁ ହରିଚନ୍ଦନପୁର୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଆଜି ସକାଳେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଲାଇଛି ।

ପ୍ରଣୟ ପାଣି, କେନ୍ଦୁଝର