/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661144560.jpg)
Doctor Invented Rare Mosquito Net
ମଶା ଧରା ମଶାରୀ। ଅର୍ଥାତ୍ ମଶାରୀ ଭିତରକୁ ଯଦି ମଶା ପଶନ୍ତି, ତା’ହେଲେ ଆଉ ବାହାରି ପାରିବେନି। ସେହି ମଶାରୀ ଭିତରେ ହିଁ ମଶାଙ୍କର ମୃତ୍ୟୁ ହେବ। ଏଭଳି ଏକ ମଶାରୀ ତିଆରି କରି ଏବେ ଚର୍ଚ୍ଚାରେ ଭାରତୀୟ ସେନାରେ କାର୍ଯ୍ୟରତ ଡାକ୍ତର ସତ୍ୟନ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ ଅଞ୍ଚଳରେ। ମଶା ମାରିବା ପାଇଁ ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉନଥିବାରୁ ଏଭଳି ମଶାରୀ ପରିବେଶ ଉପଯୋଗୀ ବୋଲି ସେ କହିଛନ୍ତି।
ଦୀର୍ଘ ୧୦ ବର୍ଷ ହେଲା ରୋଗୀଙ୍କ ସେବା କରିବା ସହ ସମୟ ପାଇଲେ ମଶା ଦାଉରୁ କିଭଳି ରକ୍ଷା ପାଇହେବ, ସେନେଇ ଡାକ୍ତର ସତ୍ୟନ ସାହୁ ଗବେଷଣା ଜାରି ରଖିଥିଲେ। ଆଉ ଶେଷରେ ସେ ମଶା ଧରା ମଶାରୀ ତିଆରି କରିଛନ୍ତି। ଏହା ସାଧାରଣ ମଶାରୀ ନୁହେଁ। ଏହି ମଶାରୀ ଭିତରକୁ ଥରେ ମଶା ପଶିଲେ, ଆଉ ବାହାରକୁ ବାହାରି ପାରିବେନି। ଏହି ମଶାରୀରେ ରହିଛି ଦୁଇଟି ଲେୟର। ପ୍ରଥମ ଲେୟରରେ ବଡ ଛିଦ୍ର ରହିଛି। ଏହି ଛିଦ୍ର ଦେଇ ମଶା ଭିତରକୁ ପଶିବା ପରେ ଆଉ ବାହାରକୁ ବାହାରି ପାରିବେନି। ଫଳରେ ମଶାରୀ ଭିତରେ ମଶାଙ୍କ ମୃତ୍ୟୁ ହେବ।
ମଶା ଦାଉରୁ ରକ୍ଷା ପାଇବା ସହ ରାସାୟନିକ ଦ୍ରବ୍ୟ ବ୍ୟବହାର ନ କରାଯାଇ ମଶା ବଂଶ ନିପାତ ହୋଇପାରିବ ବୋଲି ଡାକ୍ତର ସତ୍ୟନ କହିଛନ୍ତି। ଏମିରିତିକି ଫ୍ୟାନ୍ ପବନ ମଧ୍ୟ ମଶାରୀ ମଧ୍ୟକୁ ଭଲ ଭାବେ ଚଳାଚଳ କରିପାରିବ। ସତ୍ୟନଙ୍କ ଏଭଳି ସଫଳତାରେ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି।
(ଚାନ୍ଦବାଲିରୁ ବାସୁଦେବ ଦାସଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)