• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖେଳୁଥିବା ସମୟରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଦେଖିବାକୁ ମିଳିଛି । ଗାଁର ପୁଟୁ ହାତୀଙ୍କ ୭ ବର୍ଷର ପୁଅ ଆଉ ଶ୍ରୀକାନ୍ତ ମଳିକଙ୍କ ୪ବର୍ଷର ଝିଅର ମୃତ୍ୟୁ ହୋଇଛି । 

ଗତକାଲି ସନ୍ଧ୍ୟା ସମୟରେ ଉଭୟ ଶିଶୁ ଘର ନିକଟ ପୋଖରୀରେ ଖେଳୁଥିବା ସମୟରେ ବୁଡି ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ବହୁ ସମୟ ପରେ ଉଭୟ ପରିବାର ସେମାନଙ୍କ ମୃତ ଦେହ ନିକଟସ୍ଥ ପୋଖରୀରେ ଭାସୁଥିବା ଦେଖିଥିଲେ । ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରିବା ସହ ତୁରନ୍ତ ବାଲିଗୁଡା ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଛି ।