/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661156954.jpg)
Special story
ନକ୍ସଲଙ୍କ ହାତ ଛାଡ଼ି ବିକାଶ ଓ ପ୍ରଗତିକୁ ବାଛିଲେ ସ୍ୱାଭିମାନ ଅଞ୍ଚଳବାସୀ । ଜଣେ କି ଦୁଇ ଜଣ ନୁହେଁ ଦେଢ଼ ଶହରୁ ଅଧିକ ମିଲିସିଆ ଅର୍ଥାତ ମାଓ ସମର୍ଥକ ଆଜି ମୁଖ୍ୟସ୍ରୋତକୁ ଫେରିଛନ୍ତି । ପୋଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି, ଶପଥ ବି ନେଇଛନ୍ତି । ଆଉ କେବେ ବି ପଛକୁ ଫେରି ମାଓବାଦୀଙ୍କୁ ସହାୟତା କରିବେନି । ଗୁରୁପ୍ରିୟା ସେତୁ ନିକଟରେ ଥିବା ପୋଲିସ୍ କ୍ୟାମ୍ପରେ ଆଜି ଏକ ମହାଆୟୋଜନ କରାଯାଇଥିଲା ।
ନିଜ ଘରକୁ ବାହୁଡ଼ିଥିବାରୁ ତାଙ୍କୁ ସ୍ୱାଗତ କରିଥିଲେ ମାଲକାନଗିରି ଏସପି ଓ BSF ଡିଆଇଜିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ । ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭକୁ ଭାଙ୍ଗିବା ସହ ବିରୋଧ ସୂରୁପ ନକ୍ସଲଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି ।
ମୁଖ୍ୟସ୍ରୋତକୁ ଫେରିଥିବାରୁ ପୋଲିସ୍ ଅଧିକାରୀ ବି ଏମାନଙ୍କୁ ସ୍ୱାଗତ କରିବା ସହ କିଛି ଉପହାର ବି ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ସମାଜରେ ସ୍ୱାଭିମାନର ସହ ବଞ୍ଚିବେ ସେ ଦେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଏସ୍ଏଫ୍ ଡିଆଇଜି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)