• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେମିତି ହେଲା ମହିଳା ସଫ୍ଟେୱେର ଇଞ୍ଜିନିଅର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ଏହା ପଛରେ ରହିଛି କି ଆଉ କିଛି କାରଣ ? ବ୍ଲାକେମେଲ୍‌ କରୁଥିଲା ବୟଫ୍ରେଣ୍ଡ୍‌ ? ଏହାକୁ ନେଇ ଏବେ ତଦନ୍ତ ଚଲାଇଛି କମିଶନରେଟ୍ ପୋଲିସ୍ । ମୃତ୍ୟୁପଛରେ ପ୍ରେମ ଓ ପ୍ରତାରଣା ଘଟଣା ଥିବା ସାମ୍ନାକୁ ଆସିଛି ।

ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ହୋଇଥିବା ଡାଏରୀରୁ ଏକ ସନ୍ଦିଗ୍ଧ ନାଁ ମିଳିଛି । ଡାଏରୀରେ ଥିବା ନାଁଟି ଶ୍ୱେତାଙ୍କ ବୟଫ୍ରେଣ୍ଡ ବୋଲି ସୂଚନା ମିଳିଛି । ତେଣୁ ଏଦିଗରେ ଏବେ ତଦନ୍ତ ହେଉଛି । ଶ୍ୱେତାଙ୍କ ବୟଫ୍ରେଣ୍ଡ ଏବେ ପୋଲିସ୍ ରାଡାରକୁ ଆସିଛନ୍ତି । ସଂପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିପାରେ ପୋଲିସ । ସନ୍ଦିଗ୍ଧ ବୟଫ୍ରେଣ୍ଡ୍‌କୁ ପଚରାଉଚରା କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ସଫ୍ଟେଓ଼୍ବର କମ୍ପାନିରେ ସେ କାମ କରୁଥିଲେ । ଗତ ଶୁକ୍ରବାର ପରିବାର ଲୋକେ ବାରମ୍ବାର ତାଙ୍କୁ ଫୋନ୍ କରିଥିଲେ । କିନ୍ତୁ ତାଙ୍କ ଫୋନ୍‌ ସ୍ୱିଚ୍ ଅଫ୍ ଦେଖାଉଥିଲା । ଏହା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଯାଇ ଦେଖିଲା ଘର ଭିତର ପଟୁ ବନ୍ଦ ଥିଲା । କବାଟ ଭାଙ୍ଗି ପୋଲିସ ତାଙ୍କ ଘରେ ପ୍ରବେଶ କରିବା ପରେ ଯୁବତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।