/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661154978.jpg)
Utkalmani Gopabandhu Das
ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି । ଏଭଳି ଚିତ୍ର ପୁରୀ ଜିଲ୍ଲା ଗୋପ ବ୍ଲକ ଡଭାର ଗ୍ରାମରେ ଦେଖିବାକୁ ମିଳିଛି । ଏଇ ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ କାନ୍ଦି ଉଠୁଥିଲା ଏବଂ ସେ ଧାଇଁ ଯାଇ ଚୁଡା, ଚାଉଳ ସାଙ୍ଗରେ ନେଇ ପହଞ୍ଚିଥିଲେ । ଆଉ ସେଠାରେ ଗରିବ ଦୁଃଖିଙ୍କୁ ଚୁଡ଼ା, ମୁଡ଼ି ବାଣ୍ଟିଥିଲେ ।
କହିବାକୁ ଗଲେ ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଉତ୍କଳମଣି ହେବାର ଯାତ୍ରା । ହେଲେ ଦୁର୍ଭାଗ୍ୟର ବିଷୟ ସେଇ ଡଭାର ଗାଁରେ ଆଜି ମଧ୍ୟ ବନ୍ୟା ହେଲେ ଘରଦ୍ୱାର ବୁଡି ଆଣ୍ଠୁଏ ହେଉଛି । ଘର ଭିତରକୁ ପାଣି ପଶିଯାଉଛି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।
ଚଳିତ ବର୍ଷର ପ୍ରଳୟଙ୍କରୀ ବନ୍ୟା ଗାଁର ଚିତ୍ରକୁ ଆହୁରି କରୁଣ କରି ଦେଇଛି । ଯିଏ ନିଜ ପୁଅର ଜୀବନକୁ ଖାତିର ନକରି ଅନେକ ଭୋକିଲା ପୁଅ ମୁହଁରେ ଦାନା ମୁଠାଏ ଯୋଗାଇ ଦେଇଥିଲେ, ସେହି ଗାଁରେ ନିଜେ ଉତ୍କଳର ମଣି ଆଜି ଜଳବନ୍ଦୀ।
ଗୋପବନ୍ଧୁ ଆଜି ବଞ୍ଚିଥିଲେ ହୁଏତ ଏହି ବନ୍ୟା ସ୍ଥିତିରେ ଲୋକଙ୍କ ସାହାରା ପାଲଟିଥାନ୍ତେ । ଲୋକଙ୍କ ଦୁଃଖ ଦେଖିଲେ ଯାହାର ଛାତି ଫାଟି ପଡ଼ୁଥିଲା, ଆଜି ସେ ନିଜେ ଅବହେଳିତ ଅବସ୍ଥାରେ । କେବଳ ସମୟ ବଦଳିଛି, ଏବେ ବି ପରିସ୍ଥିତି କିଛି ବି ବଦଳିନି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)